ETV Bharat / state

ଗରୀବଙ୍କୁ ପଲିଥିନ ଦାବି: ବର୍ଷାରେ ଭିଜି 10 ଘଣ୍ଟା ଧାରଣାରେ ବସିଲେ ଜିଲ୍ଲା ପରିଷଦ ସଭ୍ୟା - ଜିଲ୍ଲା ପରିଷଦ ସଭ୍ୟା ଅନୀମା ଦାସ

ବର୍ଷା ପୀଡିତଙ୍କୁ ପଲିଥିନ ଯୋଗାଇବାକୁ ଦାବି କରିଥିଲେ ଜିଲ୍ଲା ପରିଷଦ ସଭ୍ୟା । ତହସିଲଦାର ନଶୁଣିବାରୁ ବର୍ଷାରେ ଭିଜି ଧାରଣା ଦେଲେ । ଅଧିକ ପଢନ୍ତୁ

ବର୍ଷାରେ ଭିଜି ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟା

author img

By

Published : Aug 3, 2023, 8:45 AM IST

ବର୍ଷାରେ ଭିଜି ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟା

ବଲାଙ୍ଗୀର: ଲଗାଣ ବର୍ଷାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଲେଇମରା ଗ୍ରାମରେ ଅନେକ ଗରୀବ ଲୋକଙ୍କୁ କଚ୍ଚା ବା ମାଟିଘର କ୍ଷତିଗ୍ରସ୍ତ ହୋଇଛି । ତେଣୁ ଏହି ଗରୀବ ଲୋକଙ୍କୁ ପ୍ରାଥମିକ ଭାବେ ପଲିଥିନ ଯୋଗାଇ ଦେବାକୁ ୨୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ ତହସିଲଦାରଙ୍କ ନିକଟରେ ଦାବି କରିଥିଲେ । କିନ୍ତୁ ଲୋକଙ୍କୁ ସହାୟତା ଯୋଗାଇଦେବା ବଦଳରେ ଓଲଟା ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ବୁଧବାର ଜିଲ୍ଲା ପରିଷଦ ସଭ୍ୟା ବର୍ଷାରେ ଭିଜି ଭିଜି ଗାଁ ମଝିରେ ଧାରଣା ଦେଇଛନ୍ତି । ପ୍ରାୟ ୧୦ ଘଣ୍ଟା କାଳ ସେ ଧାରଣାରେ ବସିଥିବା ଦେଖାଯାଇଛି ।

ସୂଚନା ମୁତାବକ, ଲଗାଣ ବର୍ଷାରେ ବିଲେଇମରା ଗ୍ରାମର ଅନେକ ଲୋକଙ୍କ ମାଟି ଘର କ୍ଷତିଗ୍ରସ୍ତ ହୋଇଥିବା ଜାଣି ଜିଲ୍ଲା ପରିଷଦ ସଭ୍ୟା ସେଠାରେ ପହଞ୍ଚିଥିଲେ । ମାସେ ଆଗରୁ ଏହି ଗ୍ରାମର ପାଣ୍ଡବ ବାରିହାଙ୍କ ମାଟି ଘର ବର୍ଷାରେ ଭାଙ୍ଗି ଯାଇଥିଲା । ସେହି ସମୟରେ ମଧ୍ୟ ଅନିମା ଦାସ ତାଙ୍କ ପାଖକୁ ଆସି ଦୁଃଖ ବୁଝିବା ସହ ପୀଡିତଙ୍କୁ ପଲିଥିନ, ସହାୟତା ଓ ଆବାସ ଘର ଯୋଗାଇ ଦେବାକୁ ପ୍ରଶାସନ ପାଖରେ ନିବେଦନ କରିଥିଲେ । ବର୍ତ୍ତମାନ ତିନି ଦିନର ଲଗାଣ ବର୍ଷାରେ ଏହି ଗ୍ରାମର ଅନେକ ଗରିବ ଲୋକଙ୍କ ଘର କାନ୍ଥ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ସେ ସମସ୍ତଙ୍କୁ ସହାୟତା ଓ ପଲିଥିନ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିବେଦନ କରିଥିଲେ । ହେଲେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବାର ସେ ଅଭିଯୋଗ ଆଣିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ଉଜ୍ଜଳା ଦିଦି ସଂଘ, ବର୍ଷାରେ ଭିଜି ପ୍ରତିବାଦ

ଏହାକୁ ପ୍ରତିବାଦ କରିବା ସହ ଗରୀବ ଲୋକଙ୍କୁ ସହାୟତା ଦାବିରେ ଗତକାଲି(ବୁଧବାର) ସକାଳ ୯ଟାରୁ ଜିଲ୍ଲା ପରିଷଦ ସଭ୍ୟା ଗାଁ ମଝିରେ ଧାରଣା ଦେଇଥିଲେ । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସେ ଭିଜି ଭିଜି ଧାରଣାରେ ବସିଥିଲେ । ଖବର ପାଇ ପ୍ରଥମେ ସ୍ଥାନୀୟ ଆରଆଇ ତାଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ସନ୍ଧ୍ୟାରେ ବିଡ଼ିଓ ଧାରଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ବିଡିଓ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୧୦ ଘଣ୍ଟା ପରେ ସନ୍ଧ୍ୟାରେ ଜିଲ୍ଲା ପରିଷଦ ସଭ୍ୟା ଧାରଣା ପ୍ରତ୍ୟାହୃତ କରିଥିଲେ ।

ଜିଲ୍ଲା ପରିଷଦ ସଭ୍ୟାଙ୍କ କହିବା ଅନୁସାରେ, ସେ ଗତମାସରେ ବିଲେଇମରା ଗାଁକୁ ଆସିଥିଲେ । ପ୍ରବଳ ବର୍ଷାରେ ଗ୍ରାମର ପାଣ୍ଡବ ବରିହାଙ୍କ ଘର ଭାଙ୍ଗିଯିବା ସହ ତାଙ୍କର ଦୁଇଟି ଛେଳି ମରି ଯାଇଥିଲେ । ତେଣୁ ତାଙ୍କୁ କ୍ଷତିପୂରଣ ଓ ଆବାସ ଘର ଯୋଗାଇ ଦେବାକୁ ଦାବି କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ବର୍ତ୍ତମାନ ଲଗାଣ ବର୍ଷାରେ ଏଠାରେ ରହୁଥିବା ଅନ୍ୟ ଗରିବ ଲୋକଙ୍କ ମାଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେଥିପାଇଁ ପ୍ରାଥମିକ ଭାବରେ ତାଙ୍କୁ ପଲିଥିନ ଯୋଗାଇ ଦେବାକୁ ସେ ସ୍ଥାନୀୟ ତହସିଲଦାରଙ୍କୁ କହିଥିଲେ । ହେଲେ ତହସିଲଦାର ତାଙ୍କୁ ଓଲଟା ଦୁର୍ବ୍ୟବହାର ଦେଇଥିବାର ସେ ଅଭିଯୋଗ କରିଛନ୍ତି । ଏଥିସହ ଯେପର୍ଯ୍ୟନ୍ତ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ନ ମିଳିଛି ସେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଥିଲେ । ତେବେ ସନ୍ଧ୍ୟାରେ ସ୍ଥାନୀୟ ବିଡ଼ିଓ ତାଙ୍କ ସହ ଆଲୋଚନା କରିବା ଓ ପ୍ରତିଶ୍ରୁତି ଦେବା ପରେ ସେ ଧାରଣା ପ୍ରତ୍ୟାହୃତ ହୋଇଛି । ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଏପରି ଧାରଣାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.