ETV Bharat / state

ଜାତୀୟ ସ୍ତରରେ ଚମକିଲା ଘୁଡକା ନୃତ୍ୟ - ବଲାଙ୍ଗୀରର ପାରମ୍ପରିକ ଆଦିବାସୀ ନୃତ୍ୟ ଘୁଡକା

ଜାତୀୟ ସ୍ତରରେ ଚମକିଲା ଘୁଡକା ନୃତ୍ୟ । ଜାତୀୟ ସ୍ତରରେ ଚମକିଲା ବଲାଙ୍ଗୀରର ପାରମ୍ପରିକ ଆଦିବାସୀ ନୃତ୍ୟ ଘୁଡକା । ଦେଶର 50ଟି ସାଂସ୍କୃତିକ ସଂଗଠନକୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ଗ୍ରହଣ କରି କଳାକାରମାନେ ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଅଧିକ ପଢ଼ନ୍ତୁ

balangir tribal dance ghudka performed at national tribal dance festival
ଜାତୀୟ ସ୍ତରରେ ଚମକିଲା ଘୁଡକା ନୃତ୍ୟ
author img

By

Published : Nov 4, 2022, 7:21 PM IST

ବଲାଙ୍ଗୀର: ଜାତୀୟ ସ୍ତରରେ ଚମକିଲା ଘୁଡକା ନୃତ୍ୟ । ଜାତୀୟ ସ୍ତରରେ ଚମକିଲା ବଲାଙ୍ଗୀରର ଆଦିବାସୀ ନୃତ୍ୟ ଘୁଡକା । ପାରମ୍ପରିକ କଳାର କମାଲ ଦେଖାଇ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରି କଳାକାରମାନେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଛତିଶଗଡ଼ ସ୍ଥିତ ରାୟପୁର ଠାରେ ଆୟୋଜିତ 22 ତମ ଜାତୀୟ ରାଜ୍ୟ ମହୋତ୍ସବରେ ବଲାଙ୍ଗୀରର ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା ।

ଜାତୀୟ ସ୍ତରରେ ଚମକିଲା ଘୁଡକା ନୃତ୍ୟ

ଦେଶର ସମସ୍ତ 29ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ନ୍ୟାସନାଲ ଟ୍ରାଇବାଲ ଡ୍ୟାନ୍ସ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ରାଜ୍ୟର 50ଟି ସାଂସ୍କୃତିକ ସଂଗଠନ ଅଂଶ ଗ୍ରହଣ କରିଥିଲେ । ତେବେ ଓଡିଶାରୁ ମଧ୍ୟ ଅନେକ ସଂଗଠନ ସହ ବଲାଙ୍ଗୀରର ଦୁଲ ଦୁଲି କଳା ପରିଷଦ ସାମିଲ ହୋଇଥିଲା । ସେଠାରେ ବଲାଙ୍ଗୀରର ଆଦିବାସୀ ଘୁଡକା ନୃତ୍ୟ ପ୍ରଦର୍ଶିତ କରିଥିଲେ । ତେବେ ଏହି ନୃତ୍ୟକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଦର୍ଶକ ଏବଂ ବିଚାରକ ମଣ୍ଡଳିଙ୍କ ମନ ଜିଣି ଘୁଡକା ନୃତ୍ୟ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା । ପୁରସ୍କାର ରାଶି ଆକାରରେ ଟ୍ରଫି ସହ ଭାରତ ସରକାରଙ୍କ ପକ୍ଷରୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶା ଡ୍ରାଇଭର ମହାସଂଘର ଦଣ୍ଡବତ ଆନ୍ଦୋଳନ

ଅନ୍ୟପଟେ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଣିଥିବା କଳାକାରମାନେ ବଲାଙ୍ଗୀରରେ ପହଞ୍ଚିବା ପରେ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବଲାଙ୍ଗୀର ପୌରାଧ୍ୟକ୍ଷ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସେ କହିଛନ୍ତି, " ବଲାଙ୍ଗୀରର ଦୁଲ ଦୁଲି କଳା ପରିଷଦର କଳାକାରମାନେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ରଖି ବଲାଙ୍ଗୀର ତଥା ଓଡିଶାର ନାଁ ରଖିଛନ୍ତି । ସେଥିପାଇଁ ଆମେ ଗର୍ବିତ । ଆସନ୍ତା ଦିନରେ ଆମେ ସମସ୍ତେ ମିଶି ଆମ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସେଥିପାଇଁ ଆମେ ଚେଷ୍ଟା କରିବା । "

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.