ETV Bharat / state

ବଲାଙ୍ଗୀରରେ ହ୍ରାସ ପାଇବ ଅପରାଧ: ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଲାଗିଲା ସିସିଟିଭି

ବଲାଙ୍ଗୀରରେ ଅପରାଧ ବିରୋଧରେ ଅଣ୍ଟା ଭିଡ଼ିଲେ ଲୋକେ । ଅପରାଧ ରୋକିବାକୁ ନିଜ ଉଦ୍ୟମରେ ସମଗ୍ର ପଡ଼ାରେ ସିସିଟିଭି ବ୍ୟବସ୍ଥା କରି ସୃଷ୍ଟି କଲେ ଉଦାହରଣ । ଅଧିକ ପଢନ୍ତୁ

author img

By

Published : Dec 30, 2021, 8:11 AM IST

people install CCTV for security: ଲୋକଙ୍କ ପ୍ରୟାସକୁ ସ୍ବାଗତ

ବଲାଙ୍ଗୀର: ବଲାଙ୍ଗୀର ସହରରେ ଏବେ ଅପରାଧ ବଢ଼ି ଚାଲିଥିବା ବେଳେ ଲୁଟ, ଡକାୟତି, ଚୋରି ଭଳି ଘଟଣା ନିତିଦିନିଆ ହୋଇଚାଲିଛି । ସେହିପରି ମହିଳା ଓ ଶିଶୁଙ୍କ ପ୍ରତି ମଧ୍ୟ ଅପରାଧ ବଢ଼ିଛି । ଏଭଳି ସମୟରେ ବଲାଙ୍ଗୀର ବରପାଲି ପଡ଼ାର ପଞ୍ଚଶଖା ସ୍କୁଲ ଗଳିର ଲୋକ ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ଯେଉଁଥିରେ ଏଠି ରହୁଥିବା 40 ପରିବାର ନିଜସ୍ଵ ଉଦ୍ୟମରେ ପଡ଼ାର ସବୁ ଗଳି କନ୍ଦିରେ ଲଗାଇଛନ୍ତି ସିସିଟିଭି । ଯାହାପାଇଁ ଏମାନେ ପ୍ରତ୍ୟେକ ଘରୁ ତିନି ହଜାର ଟଙ୍କା ସହାୟତା ଅର୍ଥ ଯୋଗାଡ କରି ଏହି ସିସିଟିଭି ବ୍ୟବସ୍ଥା କରିଛନ୍ତି । ଏହାଦ୍ଵାରା ଅପରାଧ କମିବ ବୋଲି ସେମାନେ କହିଛନ୍ତି । ସମାନ ଭାବରେ ଏହା ପୋଲିସ୍ ପ୍ରଶାସନ ପାଇଁ ମଧ୍ୟ ସହାୟକ ହେବ ବୋଲି ସେମାନେ କହିଛନ୍ତି ।

ତେବେ କ୍ରମଶଃ ବଢ଼ିଚାଲିଥିବା ବଲାଙ୍ଗୀର ସହରରେ ସମସ୍ତଙ୍କୁ କିମ୍ବା ସବୁ ସାହିପଡ଼ାକୁ ଜଗିବା ପୋଲିସ୍ ପାଇଁ ସମ୍ଭବ ହେଉନାହିଁ । ଏବଂ ଏହାର ସୁଯୋଗ ନେଇ ଅପରାଧୀ ବେଧଡକ ଅପରାଧ କରୁଛନ୍ତି । ସେପଟେ ବରପାଲି ପଡ଼ାର ଲୋକ ପୋଲିସ୍ ପ୍ରଶାସନର ବ୍ୟବସ୍ଥାକୁ ଅପେକ୍ଷା ନକରି ନିଜ ସୁରକ୍ଷା ବ୍ୟବସ୍ଥା ନିଜେ କରିଛନ୍ତି । ନିଜେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏମାନଙ୍କର ଏହି ସିସିଟିଭି ସୁରକ୍ଷା ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି । ସେହିପରି ବଲାଙ୍ଗୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଥିବା ବେଳେ ଲୋକଙ୍କର ଏହି ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଛନ୍ତି । ଏହା ନା କେବଳ ସୁରକ୍ଷା ଦେବ ବରଂ ଦୋଷୀ ଓ ଅପରାଧକୁ ଧରିବାରେ ମଧ୍ୟ ପୋଲିସକୁ ସହାୟକ ହେବ ବୋଲି ସେ କହିଛନ୍ତି । ତେବେ ଯେଉଁଠି ପୋଲିସ୍ ପ୍ରଶାସନ ବିଫଳ ହୋଇଛନ୍ତି ସେଠି ଲୋକ ନିଜର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିଥିବାର ସେ କହିଛନ୍ତି । ତେବେ ବଲାଙ୍ଗୀର ସହରରେ ଲୋକଙ୍କ ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହା ଅପରାଧ ନିୟନ୍ତ୍ରଣରେ ଖୁବ୍ ସହାୟକ ହେବ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.