ETV Bharat / state

ବଲାଙ୍ଗୀରରେ ସଂକ୍ରମଣ ଚେନ ରୋକିବାକୁ କଟକଣା କଡାକଡି - ବଲାଙ୍ଗୀରରେ ସଂକ୍ରମଣ ଚେନକୁ ରୋକିବାକୁ କଟକଣା କଡାକଡି

ଆଜିଠୁ କୋରୋନା ସଂକ୍ରମଣ ରୋକିବାକୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀରରେ ଏହାକୁ କଡାକଡି ପାଳନ କରିବା ପାଇଁ ପ୍ରଶାସନ ନେଇଛି ପଦକ୍ଷେପ । ଅଧିକ ପଢନ୍ତୁ...

Balangir sub collector-try-to-break-corona-chain
ବଲାଙ୍ଗୀରରେ ସଂକ୍ରମଣ ଚେନକୁ ରୋକିବାକୁ କଟକଣା କଡାକଡି
author img

By

Published : Jun 1, 2021, 5:29 PM IST

ବଲାଙ୍ଗୀର: ଆଜି ଠୁ କୋରୋନା ସଂକ୍ରମଣ ରୋକିବାକୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀରରେ ଏହାକୁ କଡାକଡି ପାଳନ କରିବ ପାଇଁ ପ୍ରଶାସନ ନେଇଛି ପଦକ୍ଷେପ ।

ବଲାଙ୍ଗୀରରେ ସଂକ୍ରମଣ ଚେନକୁ ରୋକିବାକୁ କଟକଣା କଡାକଡି
ରାଜ୍ୟରେ କୋରୋନା ସଂକ୍ରମଣ ରୋକିବାକୁ ତୃତୀୟ ପର୍ଯ୍ୟୟ ଲକଡାଉନ ଲଗାଇଛନ୍ତି ରାଜ୍ୟ ସରକାର । ତେବେ ଆଜି ଠୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି । ସେପଟେ କୋରୋନା ରେଡ଼ ଜୋନରେ ଥିବା ବଲାଙ୍ଗୀର ଜିଲ୍ଲାରେ ଏହାକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି । ଜିଲ୍ଲା ତମାମ ଏଥିପାଇଁ ପୋଲିସ ଓ ପ୍ରଶାସନର ଯାଞ୍ଚକୁ କଡାକଡି କରାଯାଇଛି । ଏହିପରି ଆଜି ବଲାଂଗୀର ସହର ମଧ୍ୟରେ ଏହାର ଯାଞ୍ଚ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ।

ତେବେ ଆଗକୁ ସାବିତ୍ରୀ ବ୍ରତ ଓଷା ଥିବା ବେଳେ କିଛି ଦୋକାନୀ ଲକଡାଉନ ନିୟମକୁ ମାନୁ ନ ଥିବାସର ଦେଖିବାକୁ ମିଳିଥିଲା । ସେପଟେ ପ୍ରଶାସନ ଏହିଭଳି ଅମାନିଆ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିସହିତ କିଛି ଦୋକାନ ସିଲ କରାଯାଇଥିବା ବେଳେ କିଛି ଦୋକାନୀଙ୍କ ଉପରେ ଜରିମାନା କଟାଯାଇଛି । ଏଥିସହିତ ଲୋକଙ୍କୁ କୋରୋନା ନିୟମ ମାନିବା ସହ ଲକଡାଉନକୁ କଡାକଡି ଭାବରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଅପିଲ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.