ETV Bharat / state

ସୁଯୋଗ ଆଣିଲେ ମିଶନ ଶକ୍ତି, ବିଦେଶ ଯିବେ ବଲାଙ୍ଗୀରର ଆରତୀ - ବଲାଙ୍ଗୀର ଖବର

ଓଡିଶାର 10 ଜଣ ମହିଳାଙ୍କ ସହ ବିଦେଶ ଯିବେ ବଲାଙ୍ଗୀରର ଆରତୀ କର । ସରକାରଙ୍କ ଯୋଜନା ମିଶନ ଶକ୍ତିରେ ସଫଳ ହୋଇ ସେ ଏହି ସୁଯୋଗ ପାଇଛନ୍ତି । ଅଧିକ ପଢନ୍ତୁ

ବିଦେଶ ଯିବେ ମିଶନ ଶକ୍ତି ସଦସ୍ୟା
self help group member arati kar felicitated
author img

By

Published : May 13, 2023, 2:28 PM IST

self help group member arati kar felicitated

ବଲାଙ୍ଗୀର: ବଲାଙ୍ଗୀରରୁ ବିଦେଶ ଯାତ୍ରା । ଗାଁରୁ ବିଦେଶ ଯାତ୍ରା କରିବେ ମିଶନ ଶକ୍ତି ମହିଳା ସଦସ୍ୟା । ଓଡ଼ିଶାର 10 ଜଣ ମହିଳାଙ୍କ ସହ ବିଦେଶ ଯିବେ ବଲାଙ୍ଗୀରର ଆରତୀ କର । ସରକାରଙ୍କ ଯୋଜନା ମିଶନ ଶକ୍ତିରେ ସଫଳ ହୋଇ ସେ ଏହି ସୁଯୋଗ ପାଇଛନ୍ତି । ଜିଲ୍ଲା ପ୍ରଶାସନ ଏବେ ତାଙ୍କୁ ବିଦେଶ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ବଲାଙ୍ଗୀର ଦାଦନ ପ୍ରବଣ ଅଞ୍ଚଳ ମୁରିବାହାଲର ଜଣେ ସାଧାରଣ ମହିଳା ଆରତୀ କର। ଦିନ ଥିଲା ସେ ଘରୁ ଗାଁ ଦାଣ୍ଡ ମାଡି ନଥିଲେ। ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ଥିଲେ । ହେଲେ ଏହି ସମୟରେ ରାଜ୍ୟ ସରକାରଙ୍କ ଯୋଜନା ମିଶନ ଶକ୍ତି କାର୍ଯ୍ୟକାରୀ ହେଲା । ସେ ମଧ୍ୟ ଏହା ବାବଦରେ ଜାଣି କିଛି କରି ଦେଖାଇବାକୁ ପଣ କରିଥିଲେ । କିଛି ମହିଳାଙ୍କୁ ନେଇ ସେ ଗାୟତ୍ରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରିଥିଲେ । ସରକାରୀ ଯୋଜନା ସାହାଯ୍ୟରେ ସେ ସଫଳତାର ପାହାଚ ପରେ ପାହାଚ ଚଢ଼ି ଜଣେ ସଫଳ ମହିଳା ଉଦ୍ୟୋଗୀ ହୋଇ ପାରିଛନ୍ତି । ସେ ନିଜ ଗୋଡ଼ରେ ଛିଡା ହେବା ସହ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ନିଜ ସହ ନିଜ ପରିବାର ଓ ଅନ୍ୟ ମହିଳାଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିବାରେ ସଫଳ ହେଲେ । ଏହି ସମୟରେ ଏବେ ସେ ବିଦେଶ ଯିବେ ।

ତାଙ୍କ ସହ ଓଡ଼ିଶାର ଆଉ 10 ଜଣ ମହିଳାଙ୍କୁ ବିଦେଶ ଯିବେ । ଆସନ୍ତା 16 ମେରେ ଦୁବାଇରେ ହେବାକୁ ଥିବା ଉତ୍କଳ ଦିବସ ଉତ୍ସବରେ ଯୋଗ ଦେବେ । ସେହିପରି ବିଦେଶ ବୁଲିବେ ଏବଂ ସେଠି ବ୍ୟବସାୟ ବଜାର ଇତ୍ୟାଦି ବୁଲି ଜ୍ଞାନ ଆହରଣ କରିବେ । ତେବେ ଏମାନେ ସେଠିକାର ଅଭିଜ୍ଞତା ନେଇ ନିଜ ଅଞ୍ଚଳକୁ ଫେରିଲା ପରେ ଏଠି ଅନ୍ୟ ମାନଙ୍କ ମଧ୍ୟ ଜ୍ଞାନ ବାଣ୍ଟିବେ । ତେବେ ବଲାଙ୍ଗୀର ଜିଲ୍ଲାରୁ ଏହାର ସୁଯୋଗ ପାଇଥିବା ଆରତୀ କର ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି । ଏହା ନେଇ ସେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ସଚିବ ଓ ମୁଖ୍ୟମନ୍ତ୍ରୀ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ମୁଖ୍ୟ ମନ୍ତ୍ରୀଙ୍କ ମିଶନ ଶକ୍ତି ଯୋଜନା ଦ୍ବାରା ସେ ପରିଚୟ ପାଇଛନ୍ତି ।

ବିଦେଶ ଭ୍ରମଣର ସୁଯୋଗ ପାଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି । ତେବେ ଏହି ଭ୍ରମଣ ତାଙ୍କ ପାଇଁ ଶିକ୍ଷଣୀୟ ହେବ ବୋଲି କହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ ଏହି ସଫଳତା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଭ୍ରମଣରେ ଦୁବାଇ ଯାଇ ମେ' ମାସ 16 ତାରିଖ ହେବାକୁ ଥିବା ଉତ୍କଳ ଦିବସରେ ସାମିଲ ହେବେ ଓ ଓଡ଼ିଶାର ତଥା ତାଙ୍କର ସଫଳତା କାହାଣୀ କହିବେ ବୋଲି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦ୍ୱର ଧରୁଆ କହିଛନ୍ତି ।

ଇଟିିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.