ETV Bharat / state

ଦୁଇ ଟ୍ରକ ଲୁଟେରାକୁ ଗିରଫ କଲା ବଲାଙ୍ଗୀର ପୋଲିସ

author img

By

Published : Mar 6, 2021, 10:59 PM IST

ଗତକାଲି ଏକ ଟ୍ରକକୁ ଅଟକ ରଖିବା ଓ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି ଲୁଟ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ପୋଲିସ ଦ୍ବାରା ଦୁଇ ଟ୍ରକ ଲୁଟେରା ଗିରଫ

ବଲାଙ୍ଗୀର : ଶୁକ୍ରବାର ଏକ ଟ୍ରକକୁ ଅଟକ ରଖିବା ଓ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି ଲୁଟ କରିବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ଏକ ହାଇୱା ଟ୍ରକକୁ ବଲାଙ୍ଗୀର ମନୋହରପୁର ଠାରେ ତିନି ଜଣ ଯୁବକ ଅଟକାଇ ଥିଲେ । ଏହାର ଡ୍ରାଇଭର ସନ୍ତୋଷ ସାହୁଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଲୁଟ କରିଥିଲା ଦୁର୍ବୃତ୍ତ ।

ତେବେ ଏହି ଘଟଣାରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ । ପୋଲିସ ଏମାନଙ୍କ ଠାରୁ ଏକ ମାରଣାସ୍ତ୍ର ଓ ଏକ ହଜାର ଟଙ୍କା ଜବତ କରିଛି । ସେପଟେ ଏଥିରେ ଜଣେ ନାବାଳକ ସହ ବଲାଙ୍ଗୀର ହାତୀ ପଡ଼ାର ସଞ୍ଜୟ କୁମ୍ଭାରଙ୍କୁ ବଲାଙ୍ଗୀର ଟାଉନ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହୀଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.