ETV Bharat / state

Balangir MP Sangeeta Singh Deo: ବଲାଙ୍ଗୀର PD DRDA ଙ୍କ ଉପରେ ବର୍ଷିଲେ ସାଂସଦ - ବଲାଙ୍ଗୀର ଖବର

ଆଜି ବଲାଙ୍ଗୀର ଜିପିଏସ ସମ୍ମିଳନୀ କକ୍ଷରେ ଦିଶା ବୈଠକ ହେବାର ଥିଲା । ସମୟ ଅନୁସାରେ ଏହାର ଅଧ୍ୟକ୍ଷ୍ୟା ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ବୈଠକରେ ପହଞ୍ଚି ଥିଲେ। ହେଲେ ସେଠି ଜିଲ୍ଲାପାଳଙ୍କ ଅନୁପସ୍ଥିତି ଦେଖି ସେ ରାଗି ଯିବା ସହ ଉପସ୍ଥିତ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଉପରେ ବର୍ଷି ଥିଲେ । ଅଧିକ ପଢନ୍ତୁ

Balangir MP Sangeeta Singh Deo: ବଲାଙ୍ଗୀର PD DRDA ଙ୍କ ଉପରେ ବର୍ଷିଲେ ସାଂସଦ

author img

By

Published : Jan 20, 2023, 9:39 PM IST

Balangir MP Sangeeta Singh Deo: ବଲାଙ୍ଗୀର PD DRDA ଙ୍କ ଉପରେ ବର୍ଷିଲେ ସାଂସଦ

ବଲାଙ୍ଗୀର: କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ପାଇଁ ଦିଶା ବୈଠକ ଅନୁଷ୍ଠିତ ହେବାକୁ ଥିଲା । ଜିପିଏସ ସମ୍ମିଳନୀ କନଫରେନ୍ସ ହଲରେ ବୈଠକ ବସିଥାନ୍ତା । ହେଲେ ବୈଠକ ପାଇଁ ବ୍ୟବସ୍ଥା ହୋଇଥିଲା ପଞ୍ଚାୟତ ସାଧନ କେନ୍ଦ୍ରରେ । ଏପରି ବୈଠକରେ ସାମିଲ ହେବାକୁ ସାଂସଦ ମଧ୍ୟ ପହଞ୍ଚିଯାଇଥିଲେ । ହେଲେ ପହଞ୍ଚିନଥିଲେ ଜିଲ୍ଲାପାଳ ଚଞ୍ଚଳ ରଣା । ଯାହକୁ ନେଇ ପିଡି ଡିଆରଡିଏ ସୁଶାନ୍ତ କୁମାର ସିଂଙ୍କ ଉପରେ ଜୋରଦାର ବର୍ଷିଲେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ।

ଆଜି ବଲାଙ୍ଗୀର ଜିପିଏସ ସମ୍ମିଳନୀ କକ୍ଷରେ ଦିଶା ବୈଠକ ହେବାର ଥିଲା । ସମୟ ଅନୁସାରେ ଏହାର ଅଧ୍ୟକ୍ଷ୍ୟା ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ବୈଠକରେ ପହଞ୍ଚି ଥିଲେ । ହେଲେ ସେଠାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଦେଖି ସେ ରାଗି ଯିବା ସହ ଉପସ୍ଥିତ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ସେଠାରୁ ସାଂସଦ ଜିଲ୍ଲା ସର୍କିଟ ହାଉସକୁ ପଳାଇଥିଲେ । ପରବର୍ତ୍ତୀ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ସର୍କିଟ ହାଉସ ଆସି ସମସ୍ତ ଅଧିକାରୀଙ୍କୁ ସେଠାକୁ ଡାକି ବୈଠକ ଆରମ୍ଭ କରାଇଥିଲେ । ତେବେ ବୈଠକରେ ସାଂସଦ ସଂଗୀତା ସିଂହଦେଓ ମନମୁଖୀ ଜିଲ୍ଲା ବିକାଶ କାମ ଉପରେ ଅନୁଧ୍ୟାନ ନକରି ନିଜର ଏଜେଣ୍ଡା ଚଳାଇଥିବାର ଅଭିଯୋଗ କରିଥିଲେ । ବିଭିନ୍ନ ବ୍ଲକ ଅଧ୍ୟକ୍ଷ ବୈଠକର ଏଜେଣ୍ଡା ବାହାରେ ବେଆଇନ ଭାବରେ ସାଂସଦ ବୈଠକ କରୁଥିବାର ଅଭିଯୋଗ କରି ବ୍ଲକ ଅଧ୍ୟକ୍ଷମାନେ ବୈଠକ ଅଧାରୁ ବୟକଟ କରି ଯାଇଥିଲେ । ସାଂସଦ ଜିଲ୍ଲା ବିକାଶ କାମ ଉପରେ ଅନୁଧ୍ୟାନ ନକରି ତାଙ୍କର କାମ କରୁଥିବାର ଅଭିଯୋଗ କରିଛନ୍ତି ଦେଓଗାଁ ଓ ଲୋଇସିଂହା ବ୍ଲକର ଅଧ୍ୟକ୍ଷ ।

ସେହିପରି ବ୍ଲକ ଅଧ୍ୟକ୍ଷ ମାନେ କହିଛନ୍ତି ଦିଶା ବୈଠକରେ ତାଙ୍କୁ କିଛି କହିବାକୁ ସୁଯୋଗ ମିଳୁନାହିଁ । ଅଭିଯୋଗ କଲେ ବି କେହି ଶୁଣି ନ ଥିବାର ଏମାନେ ଅଭିଯୋଗ କରିଛନ୍ତି । ଓଲଟା ସାଂସଦ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ‘ନସେନ୍ସ’ ଭଳି ଶବ୍ଦ ପ୍ରୟୋଗ କରି ବ୍ଲକ ଅଧ୍ୟକ୍ଷଙ୍କୁ ଗାଳି କରିଥିବା ଅଭିଯୋଗ ହୋଇଛି । ଯଦିଓ ବ୍ଲକ ଅଧ୍ୟକ୍ଷମାନେ ଦିଶା କମିଟି ର ଜଣେ ଲେଖାଏଁ ସଦସ୍ୟ ଅଟନ୍ତି ତଥାପି ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରିବାକୁ ସୁଯୋଗ ନଦେବା ଯୋଗୁଁ ବ୍ଲକ ଅଧ୍ୟକ୍ଷମାନେ ବୈଠକକୁ ବୟକଟ କରିଥିବା କହିଛନ୍ତି ।

ସେପଟେ ବୈଠକପରେ ସାଂସଦ ସଂଗୀତା କୁମାରୀ ସିଂହଦେଓ କହିଛନ୍ତି 'ନନସେନ୍ସ' କୌଣସି ଗାଳି ନୁହେଁ । ସାଂସଦ ବୈଠକ ପାଇଁ ସ୍ଥାନ ପରିବର୍ତ୍ତନ କରିଥିବାରୁ ଏହାକୁ ହାଲୁକା ଭାବରେ ନେବା ଯଥାର୍ଥ ନୁହେଁ । ଏହାସହ ପୂର୍ବ ସ୍ଥିର ହୋଇଥିବା ସ୍ଥାନରେ ସ୍ଥାନ ଅଭାବ ଯୋଗୁଁ ଏଠି ବୈଠକ କରିଥିବା କଥା କହିଛନ୍ତି । ସମାନ ଭାବରେ ପ୍ରଶାସନ ଓ ଲୋକ ପ୍ରତିନିଧି ବିବାଦକୁ ସେ ମଧ୍ୟ ସେ ଗୁରୁତ୍ୱର ସହ ନେଇଛନ୍ତି । ନିକଟରେ ବେଳପଡା ବ୍ଲକରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତି ବିଡିଓଙ୍କ ଆଚରଣରେ ସେ କ୍ଷୁବ୍ଧ ହୋଇଥିଲେ । କୌଣସି ପ୍ରଶାସନିକ ଅଧିକାରୀ ଜନ ପ୍ରତିନିଧିଙ୍କୁ ଅଣଦେଖା କରି ପାରିବେ ନାହିଁ । ସେହିପରି ତାଙ୍କ ସେୟାର ଅନୁଦାନ ବିନା ତାଙ୍କ ଅନୁମତିରେ ବିଡିଓ ମନମୁଖୀ କାଟଛାଟ କରିବା ବେଆଇନ ବୋଲି ସେ କହିଛନ୍ତି ।

ତେବେ ବଲାଙ୍ଗୀରରେ ବିଗତ କିଛି ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ ସମୀକ୍ଷା ବେଳେ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହେଉଛନ୍ତି । ଏହାକୁ ନେଇ ଦୁଇ ପକ୍ଷରୁ ଆନ୍ଦୋଳନ ମଧ୍ୟ ହେଉଛି । ତେବେ ଏଭଳି ପରିସ୍ଥିତିରେ ଏହାର ଅନ୍ତ କେବେ ହେବ ଏବେ ତାହାକୁ ଅପେକ୍ଷା ।

ସୂଚନାଯୋଗ୍ୟ ଯେ ଗତ 12 ତାରିଖରେ ବଲାଙ୍ଗୀର ଲୋଇସିଂହା ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣାକୁ ନେଇ ଉଭୟ ପକ୍ଷ ଆନ୍ଦୋଳନ ମଧ୍ୟ କରିଥିଲେ । ଗତକାଲି(ଗୁରୁବାର) ମଧ୍ୟ ପାଟଣାଗଡର ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂଦେଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.