ETV Bharat / state

ଜିଲ୍ଲା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ପାରିତ, ଅଧାରୁ ଉଠି ଚାଲିଗଲେ ନରସିଂହ

author img

By

Published : Apr 22, 2023, 7:02 AM IST

ଶୁକ୍ରବାର ବସିଥିବା ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ପ୍ରମୁଖ ଆଲୋଚ୍ୟ ବିଷୟ ଥିଲା ଗ୍ରାମଞ୍ଚଳରେ ଘୋର ପାଣିର ଅଭାବ । କିନ୍ତୁ ଏହା ପରିବର୍ତ୍ତେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ଦେଇଥିବା ମେଗା ପିଇବା ପାଣି ପ୍ରକଳ୍ପ ପାଇଁ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା । ଯାହାକୁ ବିରୋଧ କରି ଅଧାରୁ ବୈଠକକୁ ବୟକଟ କଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ଜିଲ୍ଲା ପରିଷଦ ବୈଠକ ବୟକଟ କଲେ ନରସିଂହ
ଜିଲ୍ଲା ପରିଷଦ ବୈଠକ ବୟକଟ କଲେ ନରସିଂହ
ଜିଲ୍ଲା ପରିଷଦ ବୈଠକ ବୟକଟ କଲେ ନରସିଂହ

ବଲାଙ୍ଗୀର: ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ବୈଠକ ବସିଥିଲା । ବଲାଙ୍ଗୀର ସ୍ଥାନୀୟ ହୋଟେଲ ମ୍ୟାନେଜମେଣ୍ଟ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା । ତେବେ ଏହି ବୈଠକରେ ପାଣି ସମସ୍ୟାକୁ ନେଇ ହଙ୍ଗାମା ହୋଇଥିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଅଧାରୁ ବୈଠକକୁ ବୟକଟ କରି ଚାଲି ଯାଇଥିଲେ ।

ଏହି ବୈଠକରେ ଜିଲ୍ଲାର ସମସ୍ତ ୩୪ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହିତ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି, ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ପ୍ରତିନିଧି ଓ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ସେହିପରି ଜିଲ୍ଲାର ସବୁ ବିଭାଗର ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ତେବେ ଏହି ବୈଠକର ୨୪ ଗୋଟି ମୁଖ୍ୟ ବିଷୟ ଉପରେ ଆଲୋଚନା ଓ ସମୀକ୍ଷା ହେବାର ଥିଲା । ଯେଉଁଥିରେ ଜିଲ୍ଲାର ଗ୍ରାମାଞ୍ଚଳରେ ଘୋର ପାଣି ଅଭାବ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା । ହେଲେ ଏହା ଉପରେ ବୈଠକରେ ଆଲୋଚନା କରାନଯାଇ ବଲାଙ୍ଗୀର ଜିଲ୍ଲା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ଦେଇଥିବା ମେଗା ପିଇବା ପାଣି ପ୍ରକଳ୍ପ ପାଇଁ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା । ବଲାଙ୍ଗୀର ବିଧାୟକ ବିନା ଆଲୋଚନା ଓ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନନେଇ ଧନ୍ୟବାଦ ଦେବାକୁ ବିରୋଧ କରିଥିଲେ ଏବଂ ସେ ବୈଠକରୁ ଉଠି ଚାଲି ଯାଇଥିଲେ ।

ତେବେ ବୈଠକର ମୁଖ୍ୟ ବିଷୟ ପିଇବା ପାଣି ଓ ପରିମଳ ସମସ୍ୟା ରହିଥିଲା । ହେଲେ ତାହା ସରିବା ପୂର୍ବରୁ ଧନ୍ୟବାଦ ଦେବାକୁ ନରସିଂହ ବିରୋଧ କରିଥିଲେ ବୋଲି କହିଛନ୍ତି । ସେ କହିଛନ୍ତି, "ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଦଳମତ ନିର୍ବିଶେଷରେ ପିଇବା ପାଣି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଟଙ୍କା ଏଥିପାଇଁ ଜିଲ୍ଲାକୁ ଦେଇଛନ୍ତି ବୋଲି କହି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଧନ୍ୟବାଦ ପ୍ରସ୍ତାବ ଆଣିଲେ । ଏଥିପାଇଁ ମୁଁ ନିଜେ ପ୍ରସ୍ତାବ ଆଣିଲି ସମସ୍ତେ ଅସନ୍ତୋଷ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଉ ।" ତେବେ ଏଥିରେ ସେ ନିଜର ଧୈର୍ଯ୍ୟ ହରାଇ ବୈଠକ ଛାଡି ଚାଲିଆସିଥିବା କହିଥିଲେ ।

ସେପଟେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିବା କହିଛନ୍ତି । ଯେଉଁଥିରେ ପାଣି ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା ବୋଲି କହିଛନ୍ତି । ବୈଠକ ସଫଳ ହୋଇଥିବା କହିଥିବା ବେଳେ ବିଧାୟକ ନରସିଂହ ମିଶ୍ର ଅଧିକ ସମୟ ବସି ପାରିନଥିବାରୁ ଚାଲି ଯାଇଥିବା ଅଧ୍ୟକ୍ଷା କହିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ଏହି ବୈଠକ ସଫଳ ହୋଇଥିବା ବେଳେ ଜିଲ୍ଲାର ସବୁ ସମସ୍ୟା ଏଠାରେ ଆଲୋଚନା ହୋଇଥିବା କହିଛନ୍ତି । ଯାହା କିଛି ସମସ୍ୟା ରହିଛି, ତାହାକୁ ମଧ୍ୟ କିଭଳି ଶୀଘ୍ର ଠିକ କରିହେବ, ସେନେଇ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସେପଟେ ବିଧାୟକ ନରସିଂହ ମିଶ୍ର ବୈଠକରୁ ଉଠିଯିବା ଘଟଣାକୁ ସେ ହାଲୁକା ଭାବରେ ନେବା ସହ ତାଙ୍କର ଅନ୍ୟ କାମ ପାଇଁ ସେ ବୈଠକ ଛାଡି ଚାଲି ଯାଇଥିବାର କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.