ETV Bharat / state

ଜାନୁଆରୀରେ ମଠଖାଇ ନାଟ୍ୟ ମହୋତ୍ସବ

ଜାନୁଆରୀରେ ଆୟୋଜିତ ହେବ ବଲାଙ୍ଗୀର ମଠଖାଇ ନାଟ୍ୟ ମହୋତ୍ସବ । ପାଞ୍ଚ ଦିନ ଧରି ରାଜ୍ୟ ଓ ରାଜ୍ୟ ବାହାରୁ ଉତ୍କୃଷ୍ଟମାନର ନାଟକ ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ

ଜାନୁଆରୀରେ ମଠଖାଇ ନାଟ୍ୟ ମହୋତ୍ସବ
ଜାନୁଆରୀରେ ମଠଖାଇ ନାଟ୍ୟ ମହୋତ୍ସବ
author img

By

Published : Dec 15, 2022, 1:25 PM IST

ଜାନୁଆରୀରେ ମଠଖାଇ ନାଟ୍ୟ ମହୋତ୍ସବ

ବଲାଙ୍ଗୀର: ଆସନ୍ତା ବର୍ଷ ବଲାଙ୍ଗୀରରେ ଆୟୋଜିତ ହେବାକୁ ଯାଉଛି ମଠଖାଇ ନାଟ୍ୟ ମହୋତ୍ସବ । କୋରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ଫିକା ପଡିଥିବା ବେଳେ ଆସନ୍ତା ବର୍ଷ ଜାନୁଆରୀ ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ । ସ୍ଥାନୀୟ କୋଶଳ କଳା ମଣ୍ଡପରେ ମଠଖାଇ ନାଟ୍ୟ ମହୋତ୍ସବ ପ୍ରଦର୍ଶିତ ହେବ ।

ବଲାଙ୍ଗୀରର ଭୂମିକା ସଂଗଠନ ଏହାର ଆୟୋଜନ କରୁଥିବା ବେଳେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲାର ବିଭିନ୍ନ ସଂଗଠନ, ନାଟ୍ୟକାର ଓ କଳାକାର ମାନେ ଉପସ୍ଥିତ ରହି ମତ ପ୍ରକାଶ କରିଥିଲେ । ତେବେ ଚଳିତ ବର୍ଷ ମହୋତ୍ସବରେ ତିନୋଟି ବାହାର ରାଜ୍ୟର ବିଭିନ୍ନ ଭାଷାର ନାଟକ ସହ ଓଡ଼ିଶାର ଦୁଇଟି ନାଟକ ମଞ୍ଚସ୍ଥ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ମଠଖାଇ ନାଟ୍ୟ ମହୋତ୍ସବ କମିଟିର ଅଧ୍ୟକ୍ଷ୍ୟ ନରସିଂହ ମିଶ୍ର ।

ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍

''ଲୋକ ବିଭିନ୍ନ ଭାଷାର ନାଟକ ଦେଖିବାର ମଜା ନେବା ସାଙ୍ଗକୁ କିଛି ଶିକ୍ଷା ଗ୍ରହଣ କରିବେ । ପ୍ରତ୍ୟେକ ବର୍ଷ ଏହି ଉତ୍ସବରେ ବହୁ ନାମୀ ଦାମୀ ବଲିଉଡ କଳାକାର ମାନେ ତାଙ୍କର ନିଖୁଣ ଅଭିନୟ ପ୍ରଦର୍ଶିତ କରି ମହୋତ୍ସବର ଗାରିମା ବଢ଼ାଇ ସାରିଛନ୍ତି । ତେବେ ଏଥର ମଧ୍ୟ ଏହା ସଫଳ ହେବ ଓ ଏଠିକାର ସ୍ଥାନୀୟ ନାଟକ ସହିତ ଲୋକେ ଜାତୀୟସ୍ତରର ନାଟକ ଦେଖିବାକୁ ପୁଣି ସୁଯୋଗ ପାଇବେ । ଆଜିର ଯୁଗରେ ହଜି ଯାଉଥିବା ନାଟକ କଳା ଓ କଳାକାର ମାନଙ୍କ ପାଇଁ ଏହି ମହୋତ୍ସବ ପ୍ରେରଣା ହେବ ବୋଲି ଆଶା କରାଯାଉଥିବା କହିଛନ୍ତି କମିଟିର ଅଧ୍ୟକ୍ଷ''। ଏହି ନାଟ୍ୟ ମହୋତ୍ସବରେ ପାଞ୍ଚ ଦିନ ଧରି ରାଜ୍ୟ ଓ ରାଜ୍ୟ ବାହାରୁ ଉତ୍କୃଷ୍ଟମାନର ନାଟକ ପ୍ରଦର୍ଶିତ ହୋଇଥାଏ। ଏବଂ ଏଠାକାର ନାଟକ ପ୍ରେମୀ ତଥା କଳାକାର ଏହାର ଭରପୁର ଆନନ୍ଦ ନେଇଥାନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.