ETV Bharat / state

ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ବଲାଙ୍ଗୀର ଝିଅର ଜଲୱା, ପିନ୍ଧିଲେ କ୍ରାଉନ - ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ଜିତିଲେ ବଲାଙ୍ଗୀର ଝିଅ

ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଜିତିଲେ ବଲାଙ୍ଗୀର ଝିଅ । ଆଗକୁ ରଖିଛନ୍ତି ମିସ୍ ଇଣ୍ଡିଆ ଜିତିବା ଆଶା । ଅଧିକ ପଢନ୍ତୁ

ଜାତୀୟସ୍ଥରୀୟ ସୁନ୍ଦରୀ ପ୍ରତିଯିଗିତା ଜିତିଲେ ବଲାଙ୍ଗୀର ଝିଅ

author img

By

Published : Mar 26, 2022, 6:56 AM IST

ବଲାଙ୍ଗୀର: ଜିଲ୍ଲାର ଜଣେ ଯୁବତୀ ଜିତିଲେ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା । ଲକ୍ଷ୍ନୌରେ ଆୟୋଜିତ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ଟାଇଟଲ ଜିତିଛନ୍ତି । ତେବେ ଅଭିପ୍ସା ଆଗକୁ ମିସ୍ ଇଣ୍ଡିଆ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ତେବେ ଗତ 21 ତାରିଖରେ ଏହି ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଯେଉଁଥିରେ ସାରା ଦେଶରୁ 150 ପ୍ରତିଯୋଗୀ ଭାଗ ନେଇଥିଲେ । ଓଡିଶାରୁ ବଲାଙ୍ଗୀର ଝିଅ ଅଭିପସା ମିଶ୍ର ସେଥିରେ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ମିଶ ୟୁନିଭର୍ସ ସୁନ୍ଦରୀ ଭାବରେ ଟାଇଟଲ ଜିତିଛନ୍ତି । ତେବେ ଛୋଟ ଦିନରୁ ସେ ଜଣେ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖି ପରେ ମଡେଲିିଂକୁ ବାଛିଥିଲେ ।

ଏଥିପାଇଁ ସେ ପ୍ରସ୍ତୁତି କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଆରମ୍ଭ କରିଥିଲେ । ଶେଷରେ ସେ ଏହିଭଳି ଜାତୀୟ ସ୍ତରୀୟ ଟାଇଟଲର ମୁକୁଟ ପିନ୍ଧିବାରେ ସଫଳ ହୋଇଛନ୍ତି । ଆଗକୁ ସେ ମିସ୍ ଇଣ୍ଡିଆ ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.