ETV Bharat / state

ବର୍ଲିନ ଅଲମ୍ପିକ୍ସରେ ଚମକିଲେ ବଲାଙ୍ଗୀର ପୁଅ, ଜିତିଲେ ରୌପ୍ୟ ପଦକ - ବର୍ଲିନ ସ୍ବତନ୍ତ୍ର ଅଲମ୍ପିକ୍ସ ୱାଲ୍ଡ ଗେମ୍ସ

ବର୍ଲିନ ସ୍ବତନ୍ତ୍ର ଅଲମ୍ପିକ୍ସ ୱାର୍ଲ୍ଡ ଗେମ୍ସରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ବଲାଙ୍ଗୀର ପୁଅ ବୈଷ୍ଣବ ରାଜପଲିଆ । ଅଧିକ ପଢନ୍ତୁ

special olympics world games
ବରଲିନ ଅଲମ୍ପିକ୍ସରେ ଚମକିଲେ ବଲାଙ୍ଗୀର ପୁଅ,
author img

By

Published : Jun 23, 2023, 2:14 PM IST

ବରଲିନ ଅଲମ୍ପିକ୍ସରେ ଚମକିଲେ ବଲାଙ୍ଗୀର ପୁଅ

ବଲାଙ୍ଗୀର: ଜର୍ମାନୀର ବର୍ଲିନ ସ୍ବତନ୍ତ୍ର ଅଲମ୍ପିକ୍ସ ୱାର୍ଲ୍ଡ ଗେମ୍ସରେ ଚମକିଲେ ବଲାଙ୍ଗୀର ପୁଅ ବୈଷ୍ଣବ ରାଜପଲିଆ । ସ୍ୱତନ୍ତ୍ର ଅଲମ୍ପିକ୍ସ କ୍ରୀଡାରେ ସେ ରୌପ୍ୟ ପଦକ ଜିଣି ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ବଲାଙ୍ଗୀରର ଯୁବ ତାରକା ବୈଷ୍ଣବ ରାଜପଳିଆ ଭାରତ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଜର୍ମାନୀ ବର୍ଲିନ ଠାରେ ସ୍ବତନ୍ତ୍ର ଅଲମ୍ପିକ୍ସ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଛନ୍ତି । ବୈଷ୍ଣବଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବଲାଙ୍ଗୀର ସଇଁତଳା ବ୍ଲକ ତିକ୍ରପଡ଼ା ଗ୍ରାମର ଏକ ଗରିବ ପରିବାରରେ ଜନ୍ମିତ ବୈଷ୍ଣବ ରାଜପଳିଆ । ପାଞ୍ଚ ଭଉଣୀ ସେ ଗୋଟିଏ ପୁଅ । ଜନ୍ମରୁ ସେ ଦିବ୍ୟାଙ୍ଗ ହେଲେ ଦୃଢ ମନୋବଳ ଆଗରେ ହାରିଛି ଦିବ୍ୟାଙ୍ଗ । ସଇଁନ୍ତଳା ସ୍ଥିତ ରେଡକ୍ରସ ଭିନ୍ନକ୍ଷମ ସ୍କୁଲରେ ପଡ଼ିବାକୁ ଛାଡି ଥିଲେ ପରିବାର । ବୈଷ୍ଣବ ଦିବ୍ୟାଙ୍ଗ ହେଲେ ସୁଦ୍ଧା ତାଙ୍କର ଖେଳ ପ୍ରତି ଅହେତୁକ ରୁଚି ଥିଲା । ଏହି ସ୍କୁଲରେ ତାଙ୍କର ଖେଳ ପ୍ରତିଭା ପରିପ୍ରକାଶ ହୋଇଥିଲା । ଉତ୍ତମ ପ୍ରଶିକ୍ଷଣ ଦ୍ଵାରା ସେ ତିନୋଟି ଖେଳରେ ସିଦ୍ଧହସ୍ତ ହୋଇଛନ୍ତି । ରାଜ୍ୟସ୍ତରୀୟ ଅନେକ ଖେଳ ପ୍ରତିଯୋଗିତାରେ ସେ ସଫଳ ହୋଇଥିଲେ ।

ଏହିପରି କିଛି ଜାତୀୟ ଖେଳ ପ୍ରତିଯୋଗିତାରେ ମଧ୍ୟ ସେ ସଫଳ ହେବା ପରେ ସେ ଲୋକଲୋଚନ ଆସିଥିଲେ। ସେହିପରି ଜର୍ମାନୀ ଜୁନ 17ରୁ 25 ପର୍ଯ୍ୟନ୍ତ ଚାଲୁଥିବା ସ୍ବତନ୍ତ୍ର ଅଲମ୍ପିକରେ ଭାଗ ନେଇଥିଲେ । ସେ ସଟଫୁଟ ଥ୍ରୋରେ ଅନେକ ଦେଶର ଖେଳାଳିଙ୍କୁ ପଛରେ ପକାଇ ରୌପ୍ୟ ପଦକ ଜିଣିଛନ୍ତି । ଏନେଇ ବଲାଙ୍ଗୀର ଜିଲ୍ଲାପାଳ ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରମୋଦ ଭଗଦ ପରେ ସେ ଓଡ଼ିଶା ପାଇଁ ଦ୍ଵିତୀୟ ଅଲମ୍ପିକ୍ସ ମେଡାଲ ଆଣି ଦେଇଛନ୍ତି । ଯାହାକୁ ନେଇ ଏବେ ସାରା ବଲାଙ୍ଗୀରରେ ଖୁସିର ଲହରୀ ଖେଳାଯାଇଛି । ଦୃଢ଼ ଇଚ୍ଛା ଶକ୍ତି ଥିଲେ ସଫଳତା ପାଦ ଛୁଏଁ ଏହାକୁ ସେ ପ୍ରମାଣ କରିଛନ୍ତି । ବୈଷ୍ଣବଙ୍କ ସଫଳତା ନେଇ ବଲାଙ୍ଗୀର ପ୍ରଶାସନ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଅନ୍ୟ ପାଇଁ ପ୍ରେରଣା ବୋଲି କହିଛି । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ସଇଁତଳା ଟିକ୍ରାପଡ଼ାର ଯୁବକ ଭିନ୍ନକ୍ଷମ ହେଲେ ମଧ୍ୟ ଖେଳରେ ତାଙ୍କ ଅହେତୁକ ରୁଚି ଥିଲା । ତାଙ୍କ ଦୃଢ ଇଚ୍ଛା ଶକ୍ତି ବଳରେ ସେ ଆଜି ସଫଳ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.