ETV Bharat / state

ଦେଶରେ ପ୍ରଥମ ସ୍ଥାନ ହାସଲ କଲା ଭୀମ ଭୋଇ ମେଡ଼ିକାଲ କଲେଜ ଓ ଡାକ୍ତରଖାନା

author img

By

Published : Oct 3, 2021, 10:31 PM IST

ବଲାଙ୍ଗୀର ଜିଲ୍ଲାର ଭୀମ ଭୋଇ ମେଡ଼ିକାଲ ସାରା ଦେଶରେ ମଧ୍ୟମ ବର୍ଗ ଡାକ୍ତରଖାନା ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି । ନୀତି ଆୟୋଗ ଏହାର ଘୋଷଣା କରିଛି । ଯାହା ଓଡିଶା ଓ ବଲାଙ୍ଗୀର ପାଇଁ ଗୌରବ ଆଣି ଦେଇଛି । ଅଧିକ ପଢନ୍ତୁ...

ଭୀମ ଭୋଇ ମେଡ଼ିକାଲ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି

ବଲାଙ୍ଗୀର: ଭୀମ ଭୋଇ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ମଧ୍ୟମ ବର୍ଗ ଜିଲ୍ଲା ଡାକ୍ତରଖାନା ତାଲିକାରେ ଭାରତୀୟ ନୀତି ଆୟୋଗ ବଲାଙ୍ଗୀରର ଏହି ଡାକ୍ତରଖାନାକୁ ପ୍ରଥମ ସ୍ଥାନ ଦେଇଛି । ତେବେ ଏଠିକାର ବ୍ୟବସ୍ଥା, ଶଯ୍ୟା ସଂଖ୍ୟା ଓ ପରିଚାଳନା, ଡାକ୍ତର ସଂଖ୍ୟା ଓ ତାଙ୍କ ସେବା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ମାନକ ଆଇପିଏଚଏସରେ ବଲାଙ୍ଗୀରର ବିବିଏମସିଏଚ ଡାକ୍ତରଖାନାକୁ ନୀତି ଆୟୋଗ ପ୍ରଥମ ସ୍ଥାନରେ ରଖିଛି। ଯାହା ଓଡିଶା ଓ ବଲାଙ୍ଗୀର ପାଇଁ ଗର୍ବ ଆଣିଥିବାବେଳେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଦେବାରେ ଏହାକୁ ପ୍ରଶଂସା କରିଛି ନୀତି ଆୟୋଗ ।

ତେବେ ବଲାଙ୍ଗୀର ଜିଲ୍ଲାର ଏହି ଡାକ୍ତରଖାନା ଉପରେ ଆଖପାଖ ସୋନପୁର, କଳାହାଣ୍ଡି, ନୂଆପଡା ଓ ବୌଦ୍ଧ ଜିଲ୍ଲାର ଲୋକ ନିର୍ଭର କରି ଆସିଥାନ୍ତି । ସେହିପରି ଏଠି ଦିନକୁ ଆଠ ଶହେରୁ 15 ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ସମାନ ଭାବରେ କରୋନା ମହାମାରୀ ସମୟରେ ମଧ୍ୟ ଏହି ଡାକ୍ତରଖାନାର ସେବା ଅତୁଳନୀୟ ରହିଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.