ETV Bharat / state

ପର୍ଯ୍ୟଟକଙ୍କୁ ଟାଣୁଛି ଭୀମ ପାହାଡ଼ର କୀର୍ତ୍ତି ଓ ଐତିହ୍ୟ, ଏଠାରେ ରହିଥିଲେ ପଞ୍ଚୁ ପାଣ୍ଡବ - ଐତିହାସିକ ପର୍ଯ୍ୟଟନସ୍ଥଳୀ ବଲାଙ୍ଗୀରର ଭୀମ ପାହାଡ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଲାଙ୍ଗୀରର ଭୀମ ପାହାଡ । ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପରେ ପ୍ରତ୍ୟେକ ଦିନ ଜମୁଛି ପର୍ଯ୍ୟଟକଙ୍କ ପିଡ । ବୋଟିଂର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଏହାର ଅଧିକ ଉନ୍ନତିକରଣ କରାଯିବ ବୋଲି କହିଛନ୍ତି ବଲଙ୍ଗୀର ଜିଲ୍ଲା ବନ ଅଧିକାରୀ । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭୀମ ପାହାଡ
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭୀମ ପାହାଡ
author img

By

Published : Dec 11, 2022, 4:57 PM IST

ବଲାଙ୍ଗୀର: ପୌରାଣିକ ଓ ଐତିହାସିକ ପର୍ଯ୍ୟଟନସ୍ଥଳୀ ବଲାଙ୍ଗୀରର ଭୀମ ପାହାଡ । ଏହାର ସୁନ୍ଦରକୁ ଉପଭୋଗ କରିବା ପାଇଁ ଏବେ ଏଠାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ। ଗତ ୨୦୧୯ରେ ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲା ଭୀମ ପାହାଡ । ଦେଓଗାଁ ବ୍ଲକ ତୁସୁରା ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତରେ ଏହି ପାହାଡ଼ ରହିଥିବା ବେଳେ ଏହାର ଅନେକ କିମ୍ବଦନ୍ତୀ ରହିଛି । ପାହାଡରେ ପ୍ରସ୍ତର ଯୁଗରେ ମାନବ ସଭ୍ୟତା ଥିବାର ପ୍ରମାଣ ରହିଛି । ଯାହାକୁ ଅନେକ ଇତିହାସକାର ତାଙ୍କର ଗବେଷଣାରୁ ଜାଣି ପାରିଛନ୍ତି।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭୀମ ପାହାଡ, ଏଠାରେ ରହିଥିଲେ ପଞ୍ଚୁ ପାଣ୍ଡବ

ଭୀମ ପାହାଡରେ ରହିଥିଲେ ପଞ୍ଚୁ ପାଣ୍ଡବ

ବଲାଙ୍ଗୀରର ଖରଳିପାଟ ପର୍ବତମାଳାର ଏକ ଅଂଶ ହେଉଛି ଭୀମ ପାହାଡ । ଯାହା ବଲାଙ୍ଗୀର ଫୁଲବାଣୀ ସୀମା ଗୁଡ଼ଭେଳା ବ୍ଲକଠୁ ବଲାଙ୍ଗୀର ସୋନପୁର ସୀମା ଅର୍ଜୁନପୁର ପର୍ଯ୍ୟନ୍ତ ବ୍ୟାପିଛି। ଲୋକଙ୍କ କହିବା ଅନୁସାରେ ଏଠି ପଞ୍ଚୁ ପାଣ୍ଡବ ମଧ୍ୟ କିଛି ସମୟ ରହିଥିଲେ । ଯାହା ପାଇଁ ଏହି ପାହାଡର ନାମ ଭୀମ ପାହାଡ ଭାବରେ ନାମିତ ହୋଇଛି।

କନ୍ଧମେଳିର ମୁଖସାଖି ଭୀମ ପାହାଡ

ସେହିପରି ପରବର୍ତ୍ତୀ ସମୟରେ ଅର୍ଥାତ ୧୮୦୦ ମସିହାରେ ହୋଇଥିବା କନ୍ଧମେଳିର ମଧ୍ୟ ଏହି ପାହାଡ ମୁକ ସାକ୍ଷୀ ଭାବରେ ଆଜି ଛିଡା ହୋଇଛି। ସେତେବେଳେ କନ୍ଦ ମେଳିର ପୁରୁଧା ଚକ୍ର ବିଶୋଇ ଏହି ପାହାଡରେ ଲୁଚି ଇଂରେଜ ଓ ରାଜାମାନଙ୍କ ସହିତ ଲଢେଇ କରିଥିଲେ। ସେହିପରି ତାଙ୍କୁ ବଲାଙ୍ଗୀର ଆଠ ଗାଁ ଜମିନଦାର ଧରମ ସିଂ ମଧାତା ସାହାଯ୍ୟ କରିଥିଲେ। ଏବଂ ଇଂରେଜ ହାତରେ ସେ ଗିରଫ ହୋଇ ଶହୀଦ ହୋଇଥିଲେ । ପରବର୍ତ୍ତୀ ସମୟରେ ବୀର ସୁରେନ୍ଦ୍ର ସାଏ ମଧ୍ୟ ଏଠି ରହି ସଂଗ୍ରାମ କରିଥିବାର ଇତିହାସକାର କହନ୍ତି । ଆଜି ବି ଏଠି ଧନୁତୀର ଓ ଅନ୍ୟାନ୍ୟ ହତିଆର ମହଜୁଦ ଥିବା ବେଳେ ସେ ସବୁର ନୀତିଦିନ ପୂଜା ହୋଇଥାଏ । ଏସବୁ ଦୃଷ୍ଟି କୋଣରୁ ଏହି ପାହାଡ ଅନେକ ଗୁରୁତ୍ୱ ରହିଛି ।

ଏଠାରେ ରହିଛି ୬୪ଟି ଗୁମ୍ଫା

ପାହାଡର ଆଉ ଗୋଟେ ବିଶେଷତ୍ଵ ହେଲା ଏଠି ପ୍ରାକୃତିକ ଗୁମ୍ଫା ସବୁ ରହିଛି । ଏଯାବତ ୬୪ଟି ଗୁମ୍ଫା ଖୋଜା ଯାଇଛି । ଯାହା ଅତୀତରେ ଅନେକ ବୀରଙ୍କ ଆଶ୍ରୟସ୍ଥଳୀ ଥିବାର ପ୍ରମାଣ ଦେଉଛି । ଏହାଛଡ଼ା ଏଠି ପ୍ରାକ୍‌ ଐତିହାସିକ ଯୁଗର ଅନେକ ଛାପ ପାହାଡରେ ରହିଛି । ଯେଉଁଥିରେ ଅନେକ ଯନ୍ତ୍ର, ପ୍ରସ୍ତର ମୀନ, ସିଂହ, ବାଘ ଓ କଇଁଛ ଆକୃତି ସବୁ ଆଜି ବି ଏଠି ପୂଜା ପାଉଛି । ଏହି ସବୁ ବିଶେଷତ୍ତ୍ୱ ଦୂରଦୂରାନ୍ତରୁ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛି ।

ଆଗେଇ ଚାଲିଛି ବିକାଶ କାର୍ଯ୍ୟ

ସେପଟେ ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପରେ ଏହାର ଆନୁସଙ୍ଗିକ ବିକାଶ ମଧ୍ୟ ଚାଲିଛି । ଏଠାରେ ଏବେ ପାର୍କ, ବୋଟିଂ, ମନ୍ଦିର ପାଇଁ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଜିଲ୍ଲା ଓ ଜିଲ୍ଲା ବାହାର ଲୋକେ ଖୁବ ମଜା ଉଠାଇବା ସହ ସବୁ ଦର୍ଶନୀୟ ସ୍ଥଳ ବୁଲି ଦେଖୁଛନ୍ତି । ବଲାଙ୍ଗୀର ବନ ବିଭାଗ ଏହାର ବିକାଶ ଦିଗରେ କାମ କରୁଛି । ଏଠାକୁ ଯିବା ପାଇଁ ପ୍ରଶସ୍ତ ରାସ୍ତା ତିଆରି କରିବା ସହ ଏଠି ଥିବା ଭୀମ କୁଣ୍ଡରେ ବୋଟିଂ ସୁବିଧା କରାଯାଇଛି।

ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ

ସମାନ ଭାବରେ ପାହାଡରେ ସବୁ ଗୁମ୍ଫାକୁ ମଧ୍ୟ ରାସ୍ତା ତିଆରି କରି ଲୋକଙ୍କ ଦେଖିବା ପାଇଁ ସୁବିଧା ରହିଛି । ପିଇବା ପାଣି ସହ ପାର୍କ, ପାନ୍ଥ ନିବାସ ମଧ୍ୟ ଏଠି ତିଆରି ହୋଇଛି । ଆଗକୁ ରାଜ୍ୟ ପର୍ଯ୍ୟଟନ ବିଭାଗର ତତ୍ତ୍ବାବଧାନରେ ଏହାର ଆହୁରି ଉନ୍ନତିକରଣ କରାଯିବ ବୋଲି ବଲଙ୍ଗୀର ଜିଲ୍ଲା ବନ ଅଧିକାରୀ ନୀତିଶ କୁମାର କହିଛନ୍ତି । ଯାହାଦ୍ୱାରା ଜିଲ୍ଲା ଓ ଜିଲ୍ଲା ବାହାର ପର୍ଯ୍ୟଟକ ଏଠାକୁ ଆସିବେ ଓ ଏଠିକାର ଅର୍ଥନୀତି ଆଗକୁ ବଢିବ ବୋଲି ସେ ଆଶାବାଦୀ ଅଛନ୍ତି । ତେବେ ପର୍ଯ୍ୟଟକ ଏଠାକୁ ଆସି ପ୍ରାକୃତିକ ମନୋରମ ଦୃଶ୍ୟ ସହ ମନ୍ଦିର ଦର୍ଶନ କରୁଛନ୍ତି। ସେହିପରି ବୋଟିଂର ମଧ୍ୟ ମଜା ନେଉଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.