ETV Bharat / state

ବାପାର ମୃତଦେହକୁ କାନ୍ଧ ଦେଲାନି ପୁଅ, ଶେଷକୃତ୍ୟ କଲେ ସ୍ୱେଚ୍ଛାସେବୀ ସଂଗଠନ - balangir father dead son escape

ନିଜ ଜନ୍ମ କଲା ପୁଅ ମୃତ୍ୟୁ ପରେ ମଧ୍ୟ ବାପାର ପାଖ ମାଡ଼ିଲା ନାହିଁ । ସେପଟେ ବୁଢୀ ମା’ ଅସହାୟ ହୋଇ କାନ୍ଦୁଥିବା ବେଳେ ସ୍ୱେଚ୍ଛାସେବୀ ସଂଗଠନ କଲେ ଦାହ । ଏପରି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଅଧିକ ପଢନ୍ତୁ...

ବାପାର ମୃତ୍ୟୁ ପରେ କାନ୍ଧ ଦେଲାନି ପୁଅ: ସ୍ୱେଚ୍ଛାସେବୀ ସଂଗଠନ କଲେ ଦାହ

author img

By

Published : Nov 5, 2021, 4:24 PM IST

ବଲାଙ୍ଗୀର: ବଲାଙ୍ଗୀରରେ ଜଣେ ଜନ୍ମକଲା ପୁଅ ନିଜ ବୁଢ଼ା ବାପାର ମୃତ୍ୟୁ ପରେ ମଧ୍ୟ ପାଖ ମାଡ଼ିଲା ନାହିଁ। ଫଳରେ ଦୀର୍ଘ ସମୟ ବୃଦ୍ଧଙ୍କ ମୃତଦେହ ପଡ଼ିରହିବା ପରେ ସ୍ଵେଚ୍ଛାସେବୀ ସଂଗଠନ ତାଙ୍କର ମୃତଦେହ ସତ୍କାର କରିଛନ୍ତି ।

ବାପାର ମୃତ୍ୟୁ ପରେ କାନ୍ଧ ଦେଲାନି ପୁଅ: ସ୍ୱେଚ୍ଛାସେବୀ ସଂଗଠନ କଲେ ଦାହ

ସୂଚନା ମୁତାବକ, ବଲାଙ୍ଗୀର ବଙ୍ଗୋମୁଣ୍ଡାର ୮୦ ବର୍ଷୀୟ ବୃଦ୍ଧ କେଶବ ଦାସ ଗୁରୁତର ଅସୁସ୍ଥ ହୋଇଥିଲେ । ତେବେ ତାଙ୍କ ବୃଦ୍ଧା ସ୍ତ୍ରୀ ସାବିତ୍ରୀ ଦାସ ଏକା ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସାତ ଦିନ ଧରି ଚିକିତ୍ସା ଚାଲିଥିବା ବେଳେ ଆଜି (ଶୁକ୍ରବାର) ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ତାଙ୍କର ଏକମାତ୍ର ପୁଅ ବାହା ହୋଇ ଅଲଗା ରହୁଥିବା ବେଳେ ତାଙ୍କୁ ଖବର ଦେଲା ପରେ ମଧ୍ୟ ସେ ନିଜ ବାପାର ମୃତ୍ୟୁ ପରେ ବି ପାଖ ମାଡ଼ି ନଥିଲା । ଏବେ ତାଙ୍କ ବୃଦ୍ଧା ସ୍ତ୍ରୀ ଅସହାୟ ହୋଇପଡିଛନ୍ତି । ଡାକ୍ତରଖାନା ମଧ୍ୟରେ ବୃଦ୍ଧଙ୍କ ମୃତଦେହ ଦୀର୍ଘ ଛଅ ଘଣ୍ଟା ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲା ।

ତେବେ ଏହି ଅଭାବନୀୟ ଘଟଣାର ଖବର ବଲାଙ୍ଗୀର ସ୍ୱେଚ୍ଚାସେବୀ ସଂଗଠନ ‘ବିଙ୍ଗ ହ୍ୟୁମାନ’ ପାଖରେ ପହଞ୍ଚିଥିଲା । ପରେ ସଂଗଠନର କର୍ମକର୍ତ୍ତା ମାନେ ମୃତଦେହକୁ ଉଦ୍ଧାର କରି ସମ୍ମାନର ସହ ବଲାଙ୍ଗୀର ଶ୍ମଶାନ ଘାଟରେ ଦାହ କରିଥିଲେ । ଅନ୍ୟଟେ ଜନ୍ମ କଲା ପୁଅ, ମୃତ୍ୟୁ ବେଳକୁ ମା’ ବାପାର ସାହା ନହେବା ଭଳି ଘଟଣା ସାରା ସହରରେ ଚର୍ଚ୍ଚା ହେଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.