ETV Bharat / state

ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା: ସ୍କୁଲକଲେଜ ଓ ଗାଡି ଚଳାଚଳ ସ୍ବାଭାବିକ - ସ୍କୁଲକଲେଜ ଓ ଗାଡି ଚଳାଚଳ ସ୍ବାଭାବିକ

ତିନୋଟି ପ୍ରମୁଖ ଦାବି ନେଇ ବଲାଙ୍ଗୀରରେ ଆଜିଠୁ ସହରରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଅଧିକ ପଢନ୍ତୁ...

balangir-bandh-news
3 ଦଫା ଦାବିରେ 2 ଦିନିଆ ବଲାଙ୍ଗୀର ବନ୍ଦ, ସ୍କୁଲକଲେଜ ଓ ଗାଡି ଚଳାଚଳ ସ୍ବାଭାବିକ
author img

By

Published : Feb 19, 2020, 3:07 PM IST

ବଲାଙ୍ଗୀର: ତିନୋଟି ପ୍ରମୁଖ ଦାବି ନେଇ ଆଜିଠୁ ସହରରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଫଳରେ ବଲାଙ୍ଗୀର ସବୁ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ଏଥିରେ ବନ୍ଦ ରଖାଯାଇଛି। ବନ୍ଦ ଡାକରାର ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ଦୋକାନ ବଜାର, ସ୍କୁଲକଲେଜ ଓ ଗାଡି ଚଳାଚଳ ସ୍ବାଭାବିକ ରହିଛି । ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି।

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାଇପାସ ନିର୍ମାଣ ଓ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି ନେଇଥିବା ବେଳେ ତାକୁ ଜିଲ୍ଲାର ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଦେଇ ସିଧାସଳଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମାନ ଭାବରେ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଛି।

3 ଦଫା ଦାବିରେ 2 ଦିନିଆ ବଲାଙ୍ଗୀର ବନ୍ଦ, ସ୍କୁଲକଲେଜ ଓ ଗାଡି ଚଳାଚଳ ସ୍ବାଭାବିକ

ଦାବି ଗୁଡିକୁ ଶୀଘ୍ର ପୂରଣ କରା ନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ, ଭାରତୀୟ ବାର କାଉନସିଲର ନିର୍ଦ୍ଦେଶରେ ଆନ୍ଦୋଳନକୁ ସମର୍ଥନ ଜଣାଇ ଥିବାର ପ୍ରକାଶ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.