ETV Bharat / state

କୋରୋନା ପାଇଁ ବଲାଙ୍ଗୀର ବନ୍ଦ, ସମର୍ଥନ ଦେଲେ ଜନତା - କୋରୋନା ପାଇଁ ବଲାଙ୍ଗୀର ବନ୍ଦ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ବଲାଙ୍ଗୀର ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ଏକ ମିଳିତ ଟିମ ଗଠନ କରାଯାଇ ବନ୍ଦ ପାଳନ କରାଯାଇଛି । ଅଧିକ ପଢନ୍ତୁ...

balangir-bandh-due-to-corona
କୋରୋନା ପାଇଁ ବଲାଙ୍ଗୀର ବନ୍ଦ, ସମର୍ଥନ ଦେଲେ ଜନତା
author img

By

Published : Mar 21, 2020, 4:27 PM IST

Updated : Mar 21, 2020, 4:36 PM IST

ବଲାଙ୍ଗୀର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ବଲାଙ୍ଗୀର ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ଏକ ମିଳିତ ଟିମ ଗଠନ କରାଯାଇ ବନ୍ଦପାଳନ କରାଯାଇଛି । ଏହି ବନ୍ଦ ପାଳନରେ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଥିବା ବେଳେ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ସମସ୍ତେ ଏହି ବନ୍ଦକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି ।

କୋରୋନା ପାଇଁ ବଲାଙ୍ଗୀର ବନ୍ଦ, ସମର୍ଥନ ଦେଲେ ଜନତା

ପ୍ରଥମେ ସହରର ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି। ସପିଂମଲ, ଦୋକାନ ବଜାର, ହୋଟେଲ ରେଷ୍ଟୁରାଣ୍ଟ ସବୁ ବନ୍ଦ ଥିବାବେଳେ ଔଷଧ ଦୋକାନ ପେଟ୍ରୋଲ ପମ୍ପ ଓ ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବନ୍ଦରୁ ବାଦ ଦିଆଯାଇଛି।

ସେପଟେ ପ୍ରଶାସନ ଡାକବାଜି ଯନ୍ତ୍ର ଓ ଅନ୍ୟାନ୍ୟ ଉପାୟରେ ଲୋକଙ୍କୁ ସଚେତନ କାର୍ଯ୍ୟକ୍ରମ ଜାରି ରଖିଛି। ସେହିପରି ଆସନ୍ତାକାଲି ଜନତା କର୍ଫ୍ୟୁ ଥିବାବେଳେ ତାକୁ ମଧ୍ୟ ଅନେକ ସଂଗଠନ ସମର୍ଥନ ଦେଇଛନ୍ତି ଏବଂ ଏଥିରେ ବଲାଙ୍ଗୀର ଘରୋଇ ବସ ମାଲିକ ସଂଘ ଜିଲ୍ଲାରେ ଆସନ୍ତାକାଲି ସବୁ ବସ ଚଳାଚଳ ବନ୍ଦ କରିବ ବୋଲି କହିଛି।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Mar 21, 2020, 4:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.