ETV Bharat / state

କୋରୋନା ନବ୍ୟାପିବା ନେଇ ବଲାଙ୍ଗୀର ପ୍ରଶାସନର ପ୍ରସ୍ତୁତି - Balangir administration is preparing for the corona precautions

ବଲାଙ୍ଗୀରରେ କୋରୋନା ଚିହ୍ନଟ ପରେ ଏହା ଆଉ ଯେପରି ଅଧିକ ନବ୍ୟାପେ ସେନେଇ ପ୍ରସ୍ତୁତି ଜୋରଦାର କରିଛି ପ୍ରଶାସନ।

Balangir
ବଲାଙ୍ଗୀର ପ୍ରଶାସନର ପ୍ରସ୍ତୁତି
author img

By

Published : May 5, 2020, 8:45 PM IST

ବଲାଙ୍ଗୀର: ଜିଲ୍ଲାରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ବଲାଙ୍ଗୀରରେ କୋରୋନା ଚିହ୍ନଟ ପରେ ଏହା ଆଉ ଯେପରି ଅଧିକ ନବ୍ୟାପେ ସେନେଇ ପ୍ରସ୍ତୁତି ଜୋରଦାର କରିଛି ପ୍ରଶାସନ। ଯେଉଁଥିରେ ପ୍ରଥମେ ସଂକ୍ରମିତଙ୍କ ଗାଁ ସହିତ 21 ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଯାହା ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସେହିପରି ପୋଲିସ ଓ ପ୍ରଶାସନ ଏହି ଅଞ୍ଚଳକୁ ଜଗି ରହିଥିବା ବେଳେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ଏଠାରେ ନିୟୋଜିତ ହୋଇଛନ୍ତି। ଏହାସହ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀଙ୍କ ସହ ମିଶି ଘରଘର ବୁଲି ଲୋକଙ୍କ ଯାଞ୍ଚ କରୁଛନ୍ତି।

ସେହିପରି ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଲୋକଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଉଛି। ତେବେ ଏଯାବତ 977 ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ 799 ଜଣଙ୍କର ରିପୋର୍ଟ ଆସିଛି।

ଯେଉଁଥିରେ 2 ପଜିଟିଭ ଥିବାର ସୂଚନା ରହିଛି। ତେବେ ଆହୁରି ଶତାଧିକ ଲୋକଙ୍କ ସ୍ବାବ ଟେଷ୍ଟ ପାଇଁ ଯାଇଥିବା ବେଳେ ତାର ରିପୋର୍ଟ ଆସିଲା ପରେ ଜିଲ୍ଲା ପ୍ରଶାସନ ତଦ ଅନୁଯାୟୀ ପଦକ୍ଷେପ ନେବ ବୋଲି କହିଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ପ୍ରଶାସନକୁ ସହଯୋଗ କରିବାକୁ ଅପିଲ କରିଛି। ଅନ୍ୟପଟେ ସିଲ ଅଞ୍ଚଳରେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବାର ମଧ୍ୟ ସବୁ ପ୍ରଚେଷ୍ଠା ଜାରି ରଖିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.