ETV Bharat / state

ଲୋୟର ସୁକତେଲ ପ୍ରକଳ୍ପ ପ୍ରସଙ୍ଗ: ସୋମବାରଠୁ ଅନଶନରେ ବସିବ ବଲାଙ୍ଗୀର ଆକ୍ସନ କମିଟି

author img

By

Published : Mar 14, 2020, 8:25 PM IST

ଦୀର୍ଘ ଦିନରୁ ବନ୍ଦ ପଡି ରହିଛି ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ । ବିସ୍ଥାପିତଙ୍କୁ ଉଚିତ ଥଇଥାନ ସହ ପ୍ରକଳ୍ପ କାମ ସମାପନ ପାଇଁ ଆସନ୍ତା ସୋମବାରରୁ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ।

Balangir action committee will go on a hunger strike
ବିସ୍ଥାପିତଙ୍କୁ ଥଇଥାନ ସହ ଲୋୟର ସୁକତେଲ ପ୍ରକଳ୍ପ ସାରିବା ନେଇ ଅନଶନରେ ବସିବ ଆକ୍ସନ କମିଟି

ବଲାଙ୍ଗୀର: ଦୀର୍ଘ ଦିନରୁ ବନ୍ଦ ପଡି ରହିଛି ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ । ଏହି ପ୍ରକଳ୍ପ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା 29 ଖଣ୍ଡ ଗ୍ରାମବାସୀଙ୍କ ଉଚିତ ଥଇଥାନ ଦାବିରେ ଏହି କାମ ଦୀର୍ଘ 20 ମାସ ହେବ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସେପଟେ ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ ବଢି ବଢି ଚାଲିଥିବା ବେଳେ ଏହାର ଭାଗ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି । ଏଭଳି ପରିସ୍ଥିତିରେ ସରକାର ହାତରେ ହାତ ଧରି ବସିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏବେ ପୁଣି ଏଥିପାଇଁ ଲଢେଇ କରୁଥିବା ବଲାଙ୍ଗୀର ଆକ୍ସନ କମିଟି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ବିସ୍ଥାପିତଙ୍କୁ ଉଚିତ ଥଇଥାନ ସହ ପ୍ରକଳ୍ପ କାମ ସମାପନ ପାଇଁ ଆସନ୍ତା ସୋମବାରରୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆନ୍ଦୋଳନ କରାଯିବ ।

ଏହି ଆନ୍ଦୋଳନରେ ବଲାଙ୍ଗୀରର 38ଗୋଟି ସଂଗଠନ ସିଧାସଳଖ ସାମିଲ ହେବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.