ETV Bharat / state

ଭଡା ଘରୁ ଆୟୁର୍ବେଦିକ ଡାକ୍ତରଙ୍କ ମୃତଦେହ ଉଦ୍ଧାର - ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର ରାଜୀବନଗରରେ ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରେ ଭଡ଼ା ରହୁଥିବା ଆୟୁର୍ବେଦିକ ଡାକ୍ତର ରାଜ ଭରଦ୍ୱାଜଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ। ଅଧିକ ପଢନ୍ତୁ

ayurvedic  doctor dead body recovered
ayurvedic doctor dead body recovered
author img

By

Published : Mar 31, 2023, 5:39 PM IST

ଆୟୁର୍ବେଦିକ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର :ଏକ ଭଡା ଘରୁ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର । ଏନେଇ ଘଟଣାର ତଦନ୍ତ କରୁଛି ବଲାଙ୍ଗୀର ପୋଲିସ । ସ୍ଥାନୀୟ ରାଜୀବନଗରରେ ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରେ ଭଡ଼ା ରହୁଥିବା ଆୟୁର୍ବେଦିକ ଡାକ୍ତର ରାଜ ଭରଦ୍ୱାଜଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଟାଉନ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଘର ମାଲିକଙ୍କ ସୂଚନା ଅନୁସାରେ , ଗତ ୨୩ ତାରିଖ ଦିନ ସେ ଭଡ଼ାରେ ରହିବା ପାଇଁ ତାଙ୍କ ସହ କଥା ହୋଇଥିଲେ । ଏଥିସହ ଘର ବୁଲି ଦେଖିବା ସହ ଘର ଭଡା ନେବେ ବୋଲି ସେ କହିଥିଲେ। ସେହିପରି ସେ ତାଙ୍କ ଆଧାର କାର୍ଡ ମଧ୍ୟ ପ୍ରଦାନ କରିଥିଲେ । ଆଧାର କାର୍ଡ ଅନୁସାରେ ତାଙ୍କ ନାମ ରାଜ ଭରଦ୍ୱାଜ । ସେ ଗୌଡସାହି, ନବରଙ୍ଗପୁର ନିବାସୀ ବୋଲି ଜଣା ପଡ଼ିଥିଲା । ତେବେ ଗତକାଲି ସେ ତାଙ୍କର ସାମାନପତ୍ର ଧରି ଭଡା ଘରକୁ ରହିବା ପାଇଁ ଆସି ରାତିରେ ଶୋଇଥିଲେ ।

କିନ୍ତୁ ଆଜି ସକାଳୁ ଦିନ ୧୧ଟା ପର୍ଯ୍ୟନ୍ତ ସେ କବାଟ ଖୋଲି ନ ଥିଲେ । ତେବେ କବାଟ ଭିତର ପଟୁ ବନ୍ଦ ଥିବା ବେଳେ ଘର ମାଲିକ ସନ୍ଦେହରେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେହିପରି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ସଂପୃକ୍ତ ଡାକ୍ତର ଜଣକ ଶୋଇବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ସନ୍ଦେହ କରା ଯାଇଛି । ତାଙ୍କ ମୃତ୍ୟୁ ହୃଦଘାତ ଜନିତ ହୋଇଥାଇ ପାରେ ବୋଲି ସନ୍ଦେହ କରା ଯାଉଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୋଲିସ୍ ସୂଚନା ଦେଇଛି ।

ପ୍ରକାଶ ଥାଉକି, ବାଲେଶ୍ବର ଜିଲ୍ଲା ଫକୀର ମୋହନ ମେଡିକାଲ କଲେଜରୁ ମଧ୍ୟ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ଡାକ୍ତର ହେବାର ସ୍ୱପ୍ନ ପୂରଣ ହେବା ଆଗରୁ ଚରମ ନିଷ୍ପତ୍ତି ନେଲେ ତୃତୀୟ ବର୍ଷ ଡାକ୍ତରୀ ଛାତ୍ର ହିତେଷ୍ଣୁ ଦାସ । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି ନାଇଟ-ସୋ' ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ । ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବା ପରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ସେନେଇ ସ୍ପଷ୍ଟ ହୋଇନାହିଁ । ହଷ୍ଟେଲ୍‌ରେ କିଛି ଗୋଟିଏ ବଡ଼ ଶବ୍ଦ ହେବାରୁ ତାଙ୍କ ସାଙ୍ଗସାଥି ଆସି ଦେଖିଥିଲେ ହିତେଷ୍ଣୁ ହଷ୍ଟେଲ୍‌ ତଳେ ପଡ଼ିଥିଲେ । ହିତେଷ୍ଣୁଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.