ETV Bharat / state

ସୁକତେଲ ପ୍ରକଳ୍ପ ପାଇଁ ଚାଲିଛି ବିସ୍ଥାପନ ପ୍ରକ୍ରିୟା, ଚିନ୍ତାରେ ଅଙ୍ଗନବାଡ଼ି କର୍ମୀ - ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ

ଲୋୟର ସୁକତେଲ ପ୍ରକଳ୍ପ ନେଇ ଚାଲିଛି ବିସ୍ଥାପନ ପ୍ରକ୍ରିୟା । ୨୬ ଖଣ୍ଡ ଗାଁର ଲୋକଙ୍କ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ହେଉଛି ବିସ୍ଥାପିତ । ତେବେ ଏହି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀମାନେ ଚାକିରୀ ଗଲେ ଅନ୍ୟ ଚାକିରୀ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସୁକତେଲ ପ୍ରକଳ୍ପ ପାଇଁ ଚାଲିଛି ବିସ୍ଥାପନ ପ୍ରକ୍ରିୟା, ଚିନ୍ତାରେ ଅଙ୍ଗନବାଡ଼ି କର୍ମୀ

author img

By

Published : Nov 7, 2022, 10:28 PM IST

Updated : Nov 7, 2022, 11:07 PM IST

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ ୨୬ ଖଣ୍ଡ ଗାଁ ଲୋକେ ବିସ୍ଥାପିତ ହେଉଛନ୍ତି । ଅର୍ଥାତ ଏହି ଗ୍ରାମ ଗୁଡ଼ିକରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବିସ୍ଥାପିତ ହେବ । ଏନେଇ ଅଞ୍ଚଳରେ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି କର୍ମୀମାନେ ଏବେ ଚିନ୍ତାରେ ପଡିଛନ୍ତି । ଚାକିରୀ ଗଲେ ଅନ୍ୟ କୌଣସି ଚାକିରୀ ପାଇଁ ଏମାନେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ସରକାରଙ୍କୁ ଦେଇଛନ୍ତି ।

ସୁକତେଲ ପ୍ରକଳ୍ପ ପାଇଁ ଚାଲିଛି ବିସ୍ଥାପନ ପ୍ରକ୍ରିୟା, ଚିନ୍ତାରେ ଅଙ୍ଗନବାଡ଼ି କର୍ମୀ

ବଲାଙ୍ଗୀରର ଜୀବନ ରେଖା କୁହା ଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ ଦୃତ ଗତିରେ ଆଗେଇ ଚାଲିଛି । ସେହିପରି ଏଥିରେ ପାଣିରେ ବୁଡିବାକୁ ଥିବା ୨୬ ଖଣ୍ଡ ଗାଁ ବିସ୍ଥାପିତ ହେଉଛନ୍ତି । ଯେଉଁଥିରେ ବିସ୍ଥାପିତଙ୍କୁ ସବୁ ସରକାରୀ ସାହାଯ୍ୟ ଦେଇ ଗୋଟିଏ ପରେ ଗୋଟିଏ ଗ୍ରାମ ଉଚ୍ଛେଦ କରୁଛି ପ୍ରଶାସନ । ଏହିଭଳି ଏଯାଏଁ ୫ ରୁ ଅଧିକ ଗ୍ରାମ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ ହୋଇ ସାରିଛି । ତେବେ ଏହାରି ମଧ୍ୟରେ ଏହି ଗ୍ରାମ ସବୁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ମଧ୍ୟ ଉଚ୍ଛେଦ ହୋଇଛି । ଏଥିରେ କାମ କରୁଥିବା ଶତାଧିକ ଅଙ୍ଗନବାଡ଼ି କର୍ମୀ ତାଙ୍କ ଚାକିରୀକୁ ନେଇ ଚିନ୍ତାରେ ପଡିଛନ୍ତି ।

ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ ଲୋଇସିଙ୍ଗା ବ୍ଲକର ୯ ଟି ଅଙ୍ଗନବାଡ଼ି କେନ୍ଦ୍ର ଓ ବଲାଙ୍ଗୀର ସଦର ବ୍ଲକର ୧୫ ଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଏଥିରେ ଉଚ୍ଛେଦ ହେବ । ଅନେକ କେନ୍ଦ୍ର ଏଯାଏଁ ଉଚ୍ଛେଦ ମଧ୍ୟ ହୋଇ ସାରିଛି । ଫଳରେ ଏଥିରେ ଦୀର୍ଘ ବର୍ଷରୁ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି ଦିଦି, ପାଚିକା ଓ ଅଙ୍ଗନବାଡ଼ି ସହାୟକମାନେ ତାଙ୍କର ଚାକିରୀ ହରାଇଛନ୍ତି । ଏବେ ସେମାନେ ଅନ୍ୟାନ୍ୟ ସ୍ଥାନକୁ ବିସ୍ଥାପିତ ହୋଇଥିବା ବେଳେ ତାଙ୍କର ସେହି ଚାକିରୀ ପୁଣି ମିଳିବ କି ନାହିଁ ସେନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ତେବେ ସରକାର ଏମାନଙ୍କୁ କିଛି କ୍ଷତିପୂରଣ ଦେବେ ବୋଲି ଜଣାପଡିଛି । କିନ୍ତୁ ଚାକିରୀ ବାବଦରେ କୌଣସି ସୂଚନା ଏମାନଙ୍କୁ ଦିଆଯାଇ ନଥିବା ଏମାନେ କହିଛନ୍ତି । ଏନେଇ ଅନ୍ୟ କୌଣସି ଚାକିରୀ ଦାବି କରି ଏମାନେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ସରକାରଙ୍କୁ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 7, 2022, 11:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.