ETV Bharat / state

କ୍ୟାମେରା ଲେନ୍ସରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର - ସବ୍ୟସାଚୀ ମହାପାତ୍ର

ସୋନପୁର ଜିଲ୍ଲାର ଏକ ଗାଁରେ ଜନ୍ମିତ ସବ୍ୟସାଚୀଙ୍କର ପିଲାଟି ଦିନରୁ ହିଁ ଅଭିନୟ ଓ ଚଳଚ୍ଚିତ୍ର ପ୍ରତି ରହିଥିଲା ଅହେତୁକ ରୁଚି । ଯାହା ତାଙ୍କୁ ମାତ୍ର 4 ବର୍ଷ ବୟସରେ ମଞ୍ଚ ନାଟକ ଜଗତରେ ପାଦ ଥାପିବାକୁ ବାଧ୍ୟ କରିଥିଲା । ଦେଖନ୍ତୁ ସବ୍ୟସାଚୀ ମହାପାତ୍ରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ...

interview with sabyasachi mohapatra, sabyasachi mohapatra, movie maker and director sabysachi mohapatra, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସବ୍ୟସାଚୀ ମହାପାତ୍ର, ସବ୍ୟସାଚୀ ମହାପାତ୍ରଙ୍କ ସହ ସାକ୍ଷାତକାର
କ୍ୟାମେରା ଲେନ୍ସରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର
author img

By

Published : Feb 8, 2020, 12:31 PM IST

ବଲାଙ୍ଗୀର: ଓଡିଆ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ସବୁବେଳେ କିଛି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ପରଷିବାରେ ସେ ସିଦ୍ଧହସ୍ତ । ଅନ୍ୟ ଚଳଚ୍ଚିତ୍ର ମଧ୍ୟରେ ବେଶ ଭିନ୍ନ ଭାବେ ବାରି ହୋଇପଡେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର । କେବଳ ଜଣେ ସଫଳ ନିର୍ଦ୍ଦେଶକ ନୁହେଁ ବରଂ ଜଣେ ସଫଳ ଅଭିନେତା ଭାବେ ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତି ହେଉଛନ୍ତି ରାଜ୍ୟର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

କ୍ୟାମେରା ଲେନ୍ସରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

ସୋନପୁର ଜିଲ୍ଲାର ଏକ ଗାଁରେ ଜନ୍ମିତ ସବ୍ୟସାଚୀଙ୍କର ପିଲାଟି ଦିନରୁ ହିଁ ଅଭିନୟ ଓ ଚଳଚ୍ଚିତ୍ର ପ୍ରତି ରହିଥିଲା ଅହେତୁକ ରୁଚି । ଯାହା ତାଙ୍କୁ ମାତ୍ର 4 ବର୍ଷ ବୟସରେ ମଞ୍ଚ ନାଟକ ଜଗତରେ ପାଦ ଥାପିବାକୁ ବାଧ୍ୟ କରିଥିଲା । ଧିରେ ଧିରେ ସ୍କୁଲ ପଢା ସାରିବା ପରେ ସେ କଲେଜ ପାଇଁ ଆସି ବଲାଙ୍ଗୀରରେ ପହଞ୍ଚିଥିଲେ । ଏଠାରେ ମଧ୍ୟ ସମାନ ଭାବରେ ସେ ନାଟକରେ ଅଭିନୟ କରି ନିଜକୁ ଜଣେ ଭଲ ଅଭିନେତା ଭାବେ ପରିଚିତ କରାଇଥିଲେ । ପରେ ସେ ସମ୍ବଲପୁର ଯାଇ ସେଠି ଅଲ ଇଣ୍ଡିଆ ରେଡ଼ିଓରେ କଳାକାର ଭାବରେ କାମ କରି ନିଜ ଅଭିନୟ ଜାରି ରଖିଥିଲେ।

ଏହି ସମୟରେ ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ଥିବା ସାଧୁ ମେହେର ତାଙ୍କୁ ନିଜ ସହ ‘ଅଭିମାନ’ ସିନେମାରେ ସହ ନିର୍ଦ୍ଦେଶକ ଭାବରେ କାମ କରିବାକୁ ସୁଯୋଗ ଦେଇଥିଲେ । ବାସ୍‌, ଏହାପରଠାରୁ ହିଁ ଆରମ୍ଭ ହୋଇଥିଲା ସବ୍ୟସାଚୀଙ୍କ ସଫଳତାର ଯାତ୍ରା । ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରକୁ ସେ ନିର୍ଦ୍ଦେଶନା ଦେଇ ଚାଲିଲେ । ଫଳରେ କମ ସମୟରେ ସେ ଅଭିନେତାରୁ ପାଲଟିଗଲେ ନିର୍ଦ୍ଦେଶକ ।

ଏହାପରେ ସେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ଯାଇ ପହଞ୍ଚିଥିଲେ ମାୟାନଗରୀ ମୁମ୍ବାଇରେ । ସେଠାରେ ନିଜ କଠିନ ପରିଶ୍ରମ ଓ ଶିଖିବାର ଇଚ୍ଛା ଯୋଗୁଁ ନିର୍ଦ୍ଦେଶନାର କଳା ଶିଖି ସେ 1986ରେ ଓଡିଆ ସିନେମା ‘ସବୁ ମାୟାରେ ବାୟା’ ର ନିର୍ଦ୍ଦେଶନା ଦେଇଥିଲେ । ଯାହା ସେହି ବର୍ଷର ଏକ ସୁପର ଡୁପର ହିଟ ଫିଲ୍ମ ଭାବେ ସାବ୍ୟସ୍ତ ହୋଇଥିଲା । ପରେ ପରେ ସେ ‘ବାହୁଡିବେ ମୋ ଜଗା ବଳିଆ’ ଓ ‘ବୋଉ’ ଆଦି ସୁପର ଡୁପର ହିଟ ଚଳଚ୍ଚିତ୍ର ଭେଟି ଦେଇଥିଲେ ଦର୍ଶକଙ୍କୁ ।

ପରେ ନିଜ ଭାଇମାନଙ୍କ ସହ ମିଶି ସେ ନିଜର ଏକ ଘରୋଇ ପ୍ରଯୋଜନା ଆରମ୍ଭ କରିଥିଲେ । ହୋମ ପ୍ରଡକ୍ସନରେ ସେ ‘ଭୁଖା’, ‘ଶଲାବୁଢା’ ସିରିଜ, ‘ଆଦିମ ବିଚାର’, ‘ପାହାଡର ଲୁହ’ ଭଳି ସିନେମା ପ୍ରଯୋଜନା କରିଥିଲେ । ସେଥି ମଧ୍ୟରୁ ଭୁଖା ଚଳଚ୍ଚିତ୍ର ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇ ଇତିହାସ ରଚିଥିଲା । ତେବେ କେବଳ ଓଡିଆ ନୁହେଁ ବରଂ ହିନ୍ଦୀ ଓ ବଙ୍ଗାଳୀ ଭାଷାରେ ସେ 30ରୁ ଊର୍ଦ୍ଧ୍ବ ସିନେମା ତିଆରି କରି ଜଣେ ସଫଳ ସିନେ ନିର୍ମାତାର ପରିଚୟ ସୃଷ୍ଟି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଓଡ଼ିଶାର ଜଣାଶୁଣା ସିନେମା ନିର୍ମାତା ତଥା ନିର୍ଦେଶକ ସବ୍ୟ ସଚି ମହାପତ୍ରଙ୍କ ସଂଘର୍ଷ ସଫଳତାର କାହାଣୀ

Body:ଓଡ଼ିଶାର ଜଣାଶୁଣା ସିନେମା ନିର୍ମାତା ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଛୋଟ ଦିନରୁ ହିଁ ନାଟକ ଓ ସିନେମା ପ୍ରତି ରୁଚି ରଖିଥିଲେ। ସୋନପୁର ଜିଲ୍ଲାର ଏକ ଗାଁରେ ଜନ୍ମିତ ସବ୍ୟ ସଚି ମହାପାତ୍ର ମାତ୍ର ଚାରି ବର୍ଷ ବୟସରୁ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ଏବଂ ସ୍କୁଲ୍ରେ ମଧ୍ୟ ତାହା ଜାରି ରଖି କଲେଜ ପଢିବା ପାଇଁ ବଲାଂଗୀର ଆସିଥିଲେ । ଏବଂ ଏଠି ମଧ୍ୟ ସମାନ ଭାବରେ ସେ ନାଟକରେ ଅଭିନୟ କରି ନିଜକୁ ଜଣେ ଭଲ ଅଭିନେତା ଭାବରେ ପରିଚିତ କରିଥିଲେ। ପରେ ସେ ସମ୍ବଲପୁର ଯାଇ ସେଠି ଅଳ ଇଣ୍ଡିଆ ରେଡ଼ିଓରେ କଳାକାର ଭାବରେ କାମ କରି ନିଜ ଅଭିନୟ ଜାରି ରଖିଥିଲେ। ଏହି ସମୟରେ ତାଙ୍କୁ ଓଡ଼ିଶାର ଜଣାଶୁଣା ସିନେମା ଚେହେରା ସାଧୁ ମେହେର ତାଙ୍କର ଏକ ସିନେମା ଅଭିମାନରେ ସହ ନିର୍ଦେଶକ ଭାବରେ ସୁଯୋଗ ଦେଇଥିଲେ। ଜାହାପରେ ସବ୍ୟସାଚୀ ମହାପତ୍ରଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଥିଲା। ଏବଂ ସେ ଅଭିନେତାରୁ ନିର୍ଦେଶକ ହୋଇ ଯାଇଥିଲେ। ଏବଂ ନିଜେ ନିଜେ ନିର୍ଦେଶନା ଶିଖି ମୁମ୍ବାଇ ଯାଇ ନିଜର ସଂଘର୍ଷ ମୟ ଜୀବନ ଆରମ୍ଭ କରିଥିଲେ। ଏବଂ ସେଠି 15 ରୁ ଉର୍ଧ୍ୱ ଟେଲି ଫିଲ୍ମ ରେ ନିର୍ଦେଶନା ଦେଇ ବେଶ ସଫଳ ହୋଇଥିଲେ। ତେବେ 1986 ମସିହାରେ ସେ ଓଡ଼ିଆ ସିନେମା ସବୁ ମାୟାରେ ବାୟା ରେ ନିର୍ଦେଶନା ଦେଇଥିଲେ। ଏବଂ ଏହି ସିନେମା ସୁପର ଦୁପର ହିଟ ହେବା ସହ ସବ୍ୟସାଚୀଙ୍କ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।
ବାଇଟ ସବ୍ୟସାଚୀ ମହାପାତ୍ର ଫିଲ୍ମ ନିର୍ମାତା ନିର୍ଦେଶକ
ସବ୍ୟସାଚୀଙ୍କ ସିନେମା ପ୍ରତି ଆହେତୁକ ରୁଚି ତାଙ୍କର ଶିଖିବାର ଗୁଣ ଓ ପରିଶ୍ରମ ତାଙ୍କୁ ସିନେମା ଜଗତରେ ଏକ ନୂଆ ପରିଚୟ ଆଣି ଦେଇଥିଲା। ଏବଂ ସଫଳ ଓଡ଼ିଆ ସିନେମା ମଧ୍ୟରେ ତାଙ୍କର ସବୁ ମାୟା ରେ ବାୟା , ବାହୁଡିବେ ମୋ ଜାଗା ବଳିଆ ଓ ବୋଉ ସୁପର ଦୁପର ହିଟ ହୋଇଥିଲା। ଏବଂ ସବୁ ସିନେମା ବ୍ୟବସାୟିକ ସଫଳତା ମଧ୍ୟ ପାଇଁ ଥିଲା। ତେବେ ଏସବୁ ଚାଲିଥିବ ବେଲେ ସେ ଓ ତାଙ୍କ ଭାଇ ମାନେ ମିଶି ନିଜର ଘରୋଇ ପ୍ରଯୋଜନା ଆରମ୍ଭ କରିଥିଲେ । ଏବଂ ତାଙ୍କ ହୋମ ପ୍ର
ପ୍ରଡକ୍ସନ ର ପ୍ରଥମ ସିନେମା ଭୁଖା ବେଶ ସଫଳ ହୋଇଥିଲା । ତଥା ଜାତୀୟ ଓ ଆନ୍ତର୍ଜାତୀୟ ଅନେକ ପୁରସ୍କାର ଜିତିଥିଲା। ତେବେ ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ ସିନେମା ହିଟ ହେବାରେ ଲାଗିଥିଲା । ଯେଉଁଥିରେ ସଲବୁଢ଼ା ସିରିଜ, ଆଦିମ ବିଚାର, ପାହାଡର ଲୁହ ଭଳି ସିନେମା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ତେବେ ସବ୍ୟ ସଚି ମହାପାତ୍ର କେବଳ ଓଡ଼ିଆ ନୁହେଁ ବରଂ ବଙ୍ଗାଳି ଓ ହିନ୍ଦୀରେ ମଧ୍ୟ 30 ରୁ ଅଧିକ ସିନେମା ତିଆରି କରି ଏବେ ଜଣେ ସଫଳ ସିନେ ନିର୍ମାତ ନିର୍ଦେଶକ ଭାବରେ ପରିଚିତ।
ବାଇଟ ସବ୍ୟସାଚୀ ମହାପାତ୍ର ଫିଲ୍ମ ନିର୍ମାତ ନିର୍ଦେଶକ

Conclusion:ତେବେ ଆଗକୁ ମଧ୍ୟ ସବ୍ୟସାଚୀ ମହାପାତ୍ର ଏହି ଭଳି ସଫଳ ହୁଅନ୍ତୁ ଓ ସେ ସବୁବେଳେ ଭିନ୍ନ ସ୍ୱାଦର ଏଭଳି ସିନେମା ତିଆରି କରି ଲୋକଙ୍କୁ ମନୋରଞ୍ଜନ କରୁଥାନ୍ତୁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.