ETV Bharat / state

କୋରୋନା ସମୟର ବକେୟା ଆମ୍ବୁଲାନ୍ସ ଭଡ଼ା ଦାବିି : ସାଇରନ ବଜାଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧାରଣା - ବକେୟା ପ୍ରାପ୍ୟ ପାଇଁ କର୍ମଚାରୀଙ୍କ ଧାରଣା

କୋରୋନା ସମୟର ବକେୟା ଆମ୍ବୁଲାନ୍ସ ଭଡ଼ା ଦାବିି । ସାଇରନ ବଜାଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧାରଣା । କୋରୋନା ସମୟର ଆମ୍ବୁଲାନ୍ସ ଭଡ଼ା ଦାବି କରି ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ଧାରଣା । ଆମ୍ବୁଲାନ୍ସ ସାଇରନ ବଜାଇ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଅଧିକ ପଢ଼ନ୍ତୁ

କୋରୋନା ସମୟର ବକେୟା ଆମ୍ବୁଲାନ୍ସ ଭଡ଼ା ଦାବି : ସାଇରନ ବଜାଇ କର୍ମଚାରୀଙ୍କ ଧାରଣା

author img

By

Published : Nov 9, 2022, 6:58 PM IST

ବଲାଙ୍ଗୀର: କୋରୋନା ସମୟର ଆମ୍ବୁଲାନ୍ସ ଭଡ଼ା ଦାବି କରି ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ଧାରଣା । ସାଇରନ ବଜାଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧାରଣା । ଆମ୍ବୁଲାନ୍ସ ସାଇରନ ବଜାଇ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।

କୋରୋନା ସମୟର ବକେୟା ଆମ୍ବୁଲାନ୍ସ ଭଡ଼ା ଦାବି : ସାଇରନ ବଜାଇ କର୍ମଚାରୀଙ୍କ ଧାରଣା

ଅଭିଯୋଗ ଅନୁସାରେ 2021ରୁ କୋରୋନା ରୋଗୀଙ୍କ ସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କିଛି ଘରୋଇ ଆମ୍ବୁଲାନ୍ସକୁ ଭଡାସୂତ୍ରରେ ଲଗାଇଥିଲା । ଦିନ ରାତି ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଦେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ତେବେ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କୁ କେବଳ 2022ର ପ୍ରାପ୍ୟ ପ୍ରଦାନ କରିଥିବା ବେଳେ 2021ର ପ୍ରାପ୍ୟ ଏଯାଏଁ ପ୍ରଦାନ କରି ନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ: ବଲାଙ୍ଗୀରବାସୀଙ୍କ ଦୁଃଖ ପାଲଟିଛି ଲକ୍ଷ୍ମୀ ଜୋର

ଯେଉଁଥିରେ ପାଞ୍ଚଟି ଆମ୍ବୁଲାନ୍ସର ୧୦ରୁ ଊର୍ଦ୍ଧ୍ବ ଜଣଙ୍କ ପ୍ରାପ୍ୟ ଏଯାଏଁ ମିଳିନାହିଁ । ପାଖାପାଖି ୭ ଲକ୍ଷ ଟଙ୍କାର ବକେୟା ପ୍ରାପ୍ୟ ମିଳିନଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ଏନେଇ କର୍ମଚାରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏହାକୁ ନେଇ ଜିଲ୍ଲାପାଳ କହିଥିଲେ ଏହାର ଟଙ୍କା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି । ତେଣୁ ସେମାନେ ହିଁ ଏହା ବୁଝିବେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କୁ ତାରିଖ ପରେ ତାରିଖ ଦେଇ ଦିନ ଗଡାଇ ଚାଲିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ତେଣୁ ଆଜି ସମସ୍ତ ଆମ୍ବୁଲାନ୍ସ କର୍ମଚାରୀ ମିଳିତ ହୋଇ ଅଭିନବ ଉପାୟରେ ଆନ୍ଦୋଳନ କରିବା ସହ ଆଗକୁ ଦାବି ପୂରଣ ନହେଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଖସିଯାଉଥିଲେ ଲୁଟେରା, ଫିଲ୍ମ ଷ୍ଟାଇଲରେ ଧରିଲା ପୋଲିସ

ଏ ସମ୍ପର୍କରେ ଆମ୍ବୁଲାନ୍ସ କର୍ମଚାରୀ ଆକାଶ ଦାସ କହିଛନ୍ତି, ''ଗତ ଜୁନ୍ ମାସରେ ଆମକୁ ୨୦୨୨ର ପୁରା ଦରମା ମିଳିଲା । ହେଲେ ୨୦୨୧ର ପାଉଣା ମିଳିନଥିଲା । ଏନେଇ ଆମେ ଜିଲ୍ଲାପାଳଙ୍କୁ ସାକ୍ଷାତ କଲୁ । ଏପରିକି ଜିଲ୍ଲାପାଳଙ୍କ ଶୁଣାଣିରେ ବି ଉପସ୍ଥିତ ଥିଲୁ । ତେବେ ସେଠାରେ ଜିଲ୍ଲାପାଳ କହିଥିଲେ ଏହାର ଟଙ୍କା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି । ତେଣୁ ଆପଣମାନେ ସିଡିଏମଓ ଓ ଏଡିଏମଓଙ୍କୁ ସାକ୍ଷାତ କରନ୍ତୁ । ଏନେଇ ଆମେ ସମସ୍ତେ ସିଡିଏମଓ ଏଡିଏମଓଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ ।

ଏହା ମଧ୍ୟ ପଢନ୍ତୁ: ସୈତାନ ସାଜିଲା ଜେଲ୍‌ ଫେରନ୍ତା ଭାଇ, ବଡ଼ ଭାଇକୁ ପଥରରେ ଛେଚି କଲା ହତ୍ୟା

ସେଠାରେ କହିଥିଲେ ୨ଦିନ ଛାଡି ଆସିବା ପାଇଁ । ହେଲେ ଇତି ମଧ୍ୟରେ ଦିନ ପରେ ଦିନ ଗଡ଼ିଯାଉଛି । କିନ୍ତୁ ପଇସା ମିଳୁନି । ତେଣୁ ଆଜି ସକାଳୁ ଆମେ ଧାରଣା ଦେଇଛୁ । ଆଜି ମଧ୍ୟ ସିଡିଏମଓ ଆମକୁ ଭିତରକୁ ଡାକି କହିଲେ ତୁମେ ସାଇରନ ବନ୍ଦ କର ଆମକୁ ଅସୁବିଧା ହେଉଛି । ଏହାପରେ ତୁମେ ବାହାରେ ଯେତେ ସମୟ ଯାଏଁ ଧାରଣା ଦେଲେ ବି କିଛି ଫରକ ପଡ଼ିବନି । ଯଦି ଆମ ବକେୟା ପ୍ରାପ୍ୟ ନଦିଅନ୍ତି ତାହାଲେ ଆମେ ଏଠାରେ ଆତ୍ମହତ୍ୟା କରିବୁ ।''

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.