ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ ମାରିଲେ ସମ୍ପର୍କୀୟ - ବଲାଙ୍ଗୀର ଖବର

ଚିକିତ୍ସା ଅବହେଳାରୁ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆଣି ହସ୍ପିଟାଲରେ ସମ୍ପର୍କୀୟଙ୍କ ତୁମୁଳାକାଣ୍ଡ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ । ଅଧିକ ପଢନ୍ତୁ...

Allegations of patient death due to medical negligence, relatives beating doctor
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ ମାରିଲେ ସମ୍ପର୍କୀୟ
author img

By

Published : Aug 8, 2020, 10:52 PM IST

ବଲାଙ୍ଗୀର: ଚିକିତ୍ସା ଅବହେଳାରୁ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ସମ୍ପର୍କୀୟ । ଘଟଣାକୁ ନେଇ ହସ୍ପିଟାଲରେ ସମ୍ପର୍କୀୟଙ୍କ ତୁମୁଳାକାଣ୍ଡ । ଡାକ୍ତରଙ୍କୁ ମାଡ ମାରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ।

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ ମାରିଲେ ସମ୍ପର୍କୀୟ

ସୂଚନାନୁସାରେ, ଜିଲ୍ଲାର ଖଲିଆପାଲିର ଜିତେନ୍ଦ୍ର ସୁନାଙ୍କୁ ଜ୍ଵର ହେବାରୁ ତାଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ତେବେ ଏଠି କୋଭିଡ ଆଇସୋଲେସନରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା । ଯାହା ପରେ ପରିବାର ଲୋକେ ଓ ସମ୍ପର୍କୀୟ ଜମା ହୋଇ ଡ଼ାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟରତ ଥିବା ଡାକ୍ତର ସିମାଞ୍ଚଲ ଡାକୁଆଙ୍କୁ ଆକ୍ରମଣ କରିଥିଲେ । ଫଳରେ ଡାକ୍ତର ଜଣକ ଆହତ ହୋଇ ଏବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଦାବି କରିବା ସହ କ୍ଷତିପୂରଣ ଦାବି କରି ଧାରଣା ଦେଇଛନ୍ତି । ସେପଟେ ମେଡିକାଲ କଲେଜ ଡାକ୍ତରଖାନାର ସବୁ କାର୍ଯ୍ୟରତ ଡାକ୍ତର ଆକ୍ରମଣକାରୀଙ୍କୁ ଗିରଫ ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେଇଛନ୍ତି । ପରେ ମାମଲାକୁ ଶାନ୍ତ କରିବାକୁ ପୋଲିସ ପ୍ରଶାସନ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଛି । ହେଲେ ଏଯାବତ୍ ସମାଧାନର ବାଟ ବାହାରିପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.