ବଲାଙ୍ଗୀର: ବଲାଙ୍ଗୀରରେ ଜମି ବିବାଦକୁ ନେଇ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ ଭଳି ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଦୁରାପାଳି ଗ୍ରାମର କୁମୋଦିନି ଭୋଇଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ତେବେ ଏମାନେ କିଛି ବର୍ଷ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜମି କିଣିଥିଲେ ।
ସେପଟେ ଜମି ବିକ୍ରି କରିଥିବା ବ୍ୟକ୍ତି ଏବେ ସେହି ଜମିକୁ କବଜା କରିବା ସହ ଏମାନଙ୍କ ଉପରକୁ ଆକ୍ରମଣ କରୁଥିବାର ଅଭିଯୋଗ କରିଛନ୍ତି । ଏପରିକି ଏହି ପରିବାରକୁ ଗାଁରେ ଚାଲିବା ମନା କରାଯାଇଥିବା ସହ ପାଣି ମଧ୍ୟ ଛୁଇଁବା ମନା କରାଯାଇଛି । ଫଳରେ ଏହି ପରିବାର ଗାଁରେ ବାସନ୍ଦ ଜୀବନ ବିତାଉଥିବା ବେଳେ ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ଏମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ