ETV Bharat / state

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ - murder alligation in balangiri district

ଯୌତୁକ ପାଇଁ ପୁଣି ଜଣେ ନବବଧୁଙ୍କ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ....

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ,ପୋଲିସର ତଦନ୍ତ ଆରମ୍ଭ

author img

By

Published : Jan 25, 2021, 10:48 PM IST

ବଲାଙ୍ଗୀର: ଯୌତୁକ ପାଇଁ ପୁଣି ଜଣେ ନବବଧୁଙ୍କ ହତ୍ୟା ଅଭିଯୋଗ। ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମେର ପଦର ଗ୍ରାମରୁ ଏହି ଅଭିଯୋଗ ଆସିଛି। ମୃତ ମହିଳା ଜଣକଙ୍କ ପରିଚୟ ସୁଦେଶ୍ନା ବେହେରା ବୋଲି ଜଣା ପଡ଼ିଛି।

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ,ପୋଲିସର ତଦନ୍ତ ଆରମ୍ଭ

ଘଟଣା ଅନୁସାରେ ଦୁଇ ବର୍ଷ ତଳେ ବେଲପଡ଼ା ବ୍ଲକ ଥୁଣ୍ଡି ବାହଲ ଗ୍ରାମର ସୁଡେଶ୍ନା ବେହେରାଙ୍କୁ ଦୁମେରପଦର ଗ୍ରାମର ଦୀପକ ବେହେରା ବିବାହ କରିଥିଲେ। ଏବଂ ବିବାହ ପର ଦିନଠୁ ସେ ଏକ ବାଇକ ଓ ସୁନା ଇତ୍ୟାଦି ଦାବି କରି ପାଇଁ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ପରେ ସମାଧାନ ଏକ ମାସ ତଳେ ଗ୍ରାମବାସୀଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା। ହେଲେ ସ୍ଵାମୀ ପୁଣି ଯୌତୁକ ଦାବି କରିଥିବା ବେଳେ ଆଜି ସୁଦେଶ୍ନାଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଲୋକେ ପାଇବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଝିଅର ପରିବାର ଲୋକେ ଏହାକୁ ଯୌତୁକ ପାଇଁ ହତ୍ୟାକାଣ୍ଡ ବୋଲି ପାଟଣା ଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମୃତ ମହିଳାଙ୍କ ସ୍ଵାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଥିବାର ଜଣା ପଡ଼ିଛି।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହୀଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.