ETV Bharat / state

ସରିଲା ସମସ୍ତ ପ୍ରସ୍ତୁତି; ରାତି ପାହିଲେ କୃଷିଭିତ୍ତିକ ପର୍ବ 'ନୂଆଁଖାଇ'

ରାତି ପାହିଲେ ପାଳିତ ହେବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆସନ୍ତାକାଲିକୁ ଅପେକ୍ଷା କରିଛନ୍ତି ବଲାଙ୍ଗୀରବାସୀ । ଅଧିକ ପଢନ୍ତୁ...

all preparation complete for Nuakhai festival in bolangir
ସମସ୍ତ ପ୍ରସ୍ତୁତି ଶେଷ; ରାତି ପାହିଲେ କୃଷିଭିତ୍ତିକ ପର୍ବ 'ନୂଆଁଖାଇ'
author img

By

Published : Sep 10, 2021, 6:08 PM IST

ବଲାଙ୍ଗୀର : ରାତି ପାହିଲେ ପାଳିତ ହେବ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ସବୁ ପ୍ରସ୍ତୁତି ସାରିଥିବା ବେଳେ ଅପେକ୍ଷା କେବଳ ନୂଆଁଖାଇକୁ । ଚାରିଆଡେ ନୂଆଁଖାଇର ଆଗମନକୁ ନେଇ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ଲୋକେ । ଗାଁ ଠୁ ସହର ସବୁଠି ନୂଆଁଖାଇର ମାହୋଲ ।

ସମସ୍ତ ପ୍ରସ୍ତୁତି ଶେଷ; ରାତି ପାହିଲେ କୃଷିଭିତ୍ତିକ ପର୍ବ 'ନୂଆଁଖାଇ'

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ରାତି ପାହିଲେ ପାଳିତ ହେବ ନୂଆଁଖାଇ । ବଲାଙ୍ଗୀର ଜିଲ୍ଲାରେ ଗାଁ ଠୁଁ ସହର ସବୁଠି ସମସ୍ତଙ୍କର ପ୍ରସ୍ତୁତି ସରିଛି। ତେବେ ଏଥିରେ ପ୍ରଥମେ ଗାଆଁ ଗଅନ୍ତିଆ ଗାଁ ଲୋକଙ୍କୁ ନୂଆଁଖାଇ ପାଇଁ ନିୟୂତା ଦେଇସାରିଛନ୍ତି ଏବଂ ରୀତି ନୀତି ପରମ୍ପରା ଅନୁସାରେ କ୍ଷେତରୁ ଧାନ ସଂଗ୍ରହ ସରିଛି। ତେବେ ନିୟମ ଅନୁସାରେ ପୂଜାରେ ସରିଆଁ ଧାନ ଲାଗି ହେଉଥିବାରୁ ଲୋକେ ରୀତିନୀତି ଅନୁସାରେ ଏହି ଧାନକୁ ସଂଗ୍ରହ କରି ସାରିଛନ୍ତି। ସେହିପରି ଏଥିରୁ ପ୍ରସ୍ତୁତ ହେବାକୁ ଥିବା ଅନ୍ନଭୋଗ ଓ ପିଠା ପଣା ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ତେବେ ନୂତନତ୍ବର ଏହି ପର୍ବରେ ସବୁ ନୂଆ ଲାଗି ହୋଇଥାଏ । ଯାହାପାଇଁ ଲୋକେ ନୂଆ ବସ୍ତ୍ର, ନୂଆ ପାତ୍ର ସବୁ ଯୋଗାଡ କରି ସାରିଛନ୍ତି। ନୂଆଁଖାଇ ପାଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି।

ତେବେ ନୂଆଖାଇକୁ କୃଷିଭିତ୍ତିକ ଗଣପର୍ବ ବୋଲି କୁହାଯାଉଥିବା ବେଳେ ଅନ୍ୟ ପଟେ ପ୍ରକୃତିକୁ ପୂଜା କରି ତାକୁ ଧନ୍ୟବାଦ୍ ଜଣାଇବାର ଏହା ମଧ୍ୟ ଏକ ବଡ଼ ପର୍ବ ବୋଲି କୁହାଯାଇଥାଏ। ଯେଉଁଥିରେ ଚାଷୀ ବର୍ଷ ତମାମ କଠିନ ପରିଶ୍ରମ କରି ଧାନ ଚାଷ କରିଥାଏ। ଅମଳ ହେବାକୁ ଥିବା ଏହି ଶସ୍ୟକୁ ନିଜେ ଆହରଣ କରିବା ପୂର୍ବରୁ ଭଗବାନଙ୍କ ଠାରେ ଲାଗି କରିଥାଏ। ଯାହାକୁ ନୂଆଁଖାଇ ଭାବରେ ସେ ପାଳନ କରିଥାଏ। ତେବେ ପ୍ରକୃତିର ଏହି ପର୍ବରେ ସବୁ ନୂଆ ଲାଗି କରି ଦୁଇ ଦିନ ଧରି ବେଶ୍ ଧୁମଧାମରେ ପର୍ବ ପାଳନ କରିଥାଏ। ଯେଉଁଥିରେ ଲୋକେ ଖେଳ କୁଦ ଓ ନାଚ ଗୀତରେ ମଧ୍ୟ ମସଗୁଲ୍ ହୋଇଥାନ୍ତି। ତେବେ ଛୋଟ ବଡ଼ ଧନୀ ଗରିବ ସମସ୍ତେ ଏହି ନୂଆଁଖାଇ ଦୁଇ ଦିନ ଧରି ପାଳନ କରିଥାନ୍ତି। ଏବଂ ମିଳନର ଏହି ପର୍ବରେ ସମସ୍ତେ ପରପ୍ପରକୁ ଶୁଭେଚ୍ଛା ଦେବା ସହ ଜୁହାର ଭେଟ ହୋଇଥାନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.