ETV Bharat / state

ବଲାଙ୍ଗୀର ପ୍ରଥମ ପର୍ଯ୍ୟାୟରେ 53 ଜଣଙ୍କ ସ୍ଵାବ ମଧ୍ୟରୁ ସମସ୍ତ ନମୁନା ନେଗେଟିଭ

author img

By

Published : May 4, 2020, 7:24 PM IST

ଜିଲ୍ଲାର କୋରୋନା ସଂକ୍ରମିତ ଅଞ୍ଚଳ ଭାବରେ 21 ଟି ଗାଁକୁ ସିଲ କରିଥିବା ବେଳେ ସ୍ବାବ ନମୁନା ସଂଗ୍ରହ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ 53 ଜଣକ ସ୍ଵାବ ନମୁନା କୋରୋନା ଟେଷ୍ଟ ପାଇଁ ପଠା ଯାଇଥିବାବେଳେ ସମସ୍ତ ନମୁନା ନେଗେଟିଭ ଆସିଛି । ଅଧିକ ପଢନ୍ତୁ...

all-contact-traceing-report-tested-negative-in-bolangir
ବଲାଙ୍ଗୀର ପ୍ରଥମ ପର୍ଯ୍ୟାୟରେ 53 ଜଣଙ୍କ ସ୍ଵାବ ମଧ୍ୟରୁ ସମସ୍ତ ନମୁନା ନେଗେଟିଭ

ବଲାଙ୍ଗୀର: ଜିଲ୍ଲାର ଦୁଇ କୋରୋନା ପଜେଟିଭ ଚିହ୍ନଟ ପରେ ପ୍ରଶାସନ ତ୍ବରିତ ପଦକ୍ଷେପ ନେଇଛି । ଜିଲ୍ଲାର କୋରୋନା ସଂକ୍ରମିତ ଅଞ୍ଚଳ ଭାବରେ 21 ଟି ଗାଁକୁ ସିଲ କରିଥିବା ବେଳେ ସ୍ବାବ ନମୁନା ସଂଗ୍ରହ ଜାରି ରହିଛି ।

ବଲାଙ୍ଗୀର ଜିଲ୍ଲାର ଦୁଇ କରୋନା ପଜେଟିଭ ଚିହ୍ନଟ ପରେ ପ୍ରଶାସନ ତ୍ବରିତ ପଦକ୍ଷେପ ନେଇଛି । ସଂକ୍ରମିତ ଅଞ୍ଚଳ ଭାବରେ 21 ଟି ଗାଁକୁ ସିଲ କରିଥିବା ବେଳେ ସ୍ବାବ ନମୁନା ସଂଗ୍ରହ ଜାରି ରହିଛି । ବଲାଙ୍ଗୀର ଜିଲ୍ଲା ଲିଖିରିଆ ଗାଁରେ ଦୁଇ ଜଣ ଯୁବକ କୋରୋନା ସଂକ୍ରମିତ ବୋଲି ଜଣା ପଡିଥିଲା । ଏହାପରେ ତାଙ୍କ ଗାଁ ସମେତ ତିନୋଟି ପଞ୍ଚାୟତ ଦେଓଗାଁ, ଋଷୁଡ଼, ସାଲେପାଲି ଓ ତୁଷୁରା ଏନଏସିକୁ ସିଲ କରାଯିବ ସହ ସଂକ୍ରମିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇ ସବୁଠି ସଟ ଡାଉନ୍ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ 48 ଘଣ୍ଟା ଏସବୁ ରେ ସଟଡାଉନ ଥିବା ବେଳେ ବର୍ତ୍ତମାନ ଏହାକୁ ଆସନ୍ତା 6 ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ସଂକ୍ରମିତ ଦୁଇ ଯୁବକଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଖୋଜିବା ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 53 ଜଣକ ସ୍ଵାବ ନମୁନା କୋରୋନା ଟେଷ୍ଟ ପାଇଁ ପଠା ଯାଇଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ସଂଗ୍ରହ କରାଯାଇଥିବା ନମୁନା ନେଗେଟିଭ ଆସିଛି । ଯେଉଁଥିରେ ତାଙ୍କ ପରିବାର ଲୋକ ମଧ୍ୟ ଥିବାବେଳେ ସବୁ ନେଗେଟିଭ ଆସିଛି। ଏହା ସତ୍ତ୍ଵେ ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଏହି ଘଡି ସନ୍ଧିମୂହର୍ତ୍ତରେ ଲୋକ କୋଭିଡ ନିୟମ ପାଳନ ସହ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.