ବଲାଙ୍ଗୀର: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅଖଣ୍ଡ ମଞ୍ଚ ପକ୍ଷରୁ ଅଖଣ୍ଡ ଭାରତ ସ୍ବାଧୀନତା ଦିବସ ପାଳନ କରାଯିବା ଅବସରରେ ନେତାଜୀଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି ହୋଇଛି । ସୋମବାର ମଞ୍ଚର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
1943 ମସିହା ଅକ୍ଟୋବର 21 ତାରିଖରେ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ବରେ ମୋଇରାଙ୍ଗ ଠାରେ ଇଂରେଜଙ୍କ ଵିରୋଧରେ ଯୁଦ୍ଧ କରାଯାଇଥିଲା । ଏଥିରେ ଇଂରେଜମାନେ ପରାସ୍ତ ହୋଇଥିଲେ ଓ ନେତାଜୀ ସେଠାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ତେଣୁ ଅକ୍ଟୋବର 21 ତାରିଖକୁ ଅଖଣ୍ଡ ଭାରତ ସ୍ବାଧୀନତା ଦିବସ ଭାବରେ ପାଳନ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ