ବଲାଙ୍ଗୀର: ଆଜି(ରବିବାର) କେନ୍ଦ୍ରର ଜାତୀୟ ଶିକ୍ଷାନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ବଲାଙ୍ଗୀର ଜିଲ୍ଲା ଛାତ୍ର ସଙ୍ଗଠନ AIDSO । ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛି ସଙ୍ଗଠନ । ସେହିପରି ମଣିଷ ଗଢା ସତ୍ୟବାଦୀ ବନ ବିଦ୍ୟାଳୟକୁ ଜାତୀୟ ଶିକ୍ଷା ନୀତି 2020ର ପ୍ରୟୋଗ ଶାଳା କରିବା ବୟାନକୁ ମଧ୍ୟ ଏମାନେ ବିରୋଧ କରିଛନ୍ତି।
ତେବେ ସରକାର ଏଭଳି ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଘରୋଇକରଣ, ବ୍ୟବସାୟୀକରଣ, ସମ୍ପ୍ରଦାୟକରଣ କରିବାର ଚେଷ୍ଟା କରୁଛନ୍ତି ବୋଲି AIDSO ଅଭିଯୋଗ କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ