ବଲାଙ୍ଗୀର: ବୁଧବାର ଆଦିବାସୀ ଏକତା ପରିଷଦ ପକ୍ଷରୁ ଆଦିବାସୀଙ୍କ ହକ୍ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଦିବାସୀଙ୍କ ନ୍ୟାର୍ଯ୍ୟ ହକ ପାଇଁ ଆଗକୁ ମଧ୍ୟ ଏମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।
ଆଦିବାସୀ ରାଷ୍ଟ୍ରୀୟ ଏକତା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଏହି ପରିଷଦ ପକ୍ଷରୁ ଦେଶ ତମାମ ଚରଣ ବଦ୍ଧ ଆନ୍ଦୋଳନ କରାଯାଉଥିବା ବେଳେ ବଲାଙ୍ଗୀରରେ ମଧ୍ୟ ସମାନ ଭାବରେ ଏମାନେ ଆନ୍ଦୋଳନ କରିଛନ୍ତି ।
ଆଦିବାସୀଙ୍କ ନ୍ୟାର୍ଯ୍ୟ ଅଧିକାର କ୍ଷୁର୍ଣ୍ଣ ହେଉଥିବା, ତାଙ୍କ ଜମି ହଡ଼ପ କରାଯିବା ଓ ତାଙ୍କୁ ନିର୍ଯ୍ୟାତନା ଦିଆ ଯାଉଥିବା ଭଳି 21 ଟି ଦାବି ନେଇ ଏମାନେ ଏହି ଆନ୍ଦୋଳନ କରିଥିଲେ। ଆଗକୁ ଏମାନେ ତହସିଲ ସ୍ତରରୁ ଆନ୍ଦୋଳନ କରିବା ସହ ଏକ ବିରାଟ ରାଲି କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ