ETV Bharat / state

ବେଆଇନ ଇଟାଭାଟିକୁ ଡୋଜର ଲଗାଇ ନଷ୍ଟ କଲା ପ୍ରଶାସନ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ଜଙ୍ଗଲ କାଟି ବେଆଇନ ଭାବରେ ଗଢି ଉଠିଛି ଇଟାଭାଟି । ଏହାକୁ ପ୍ରଶାସନ ପକ୍ଷରୁ ଡେଜର ଲଗାଇ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ବେଆଇନ ଇଟାଭାଟିକୁ ଡୋଜର ଲଗାଇ ନଷ୍ଟ କଲା ପ୍ରଶାସନ
ଇଟାଭାଟିକୁ ଡୋଜର ଲଗାଇ ନଷ୍ଟ କଲା ପ୍ରଶାସନ
author img

By

Published : Mar 12, 2021, 9:02 AM IST

ବଲାଙ୍ଗୀର: ଜିଲ୍ଲାରେ ଗଢି ଉଠିଛି ବେଆଇନ ଇଟାଭାଟି । ସବୁ ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଗଢିଉଠିଥିବା ଇଟାଭାଟିକୁ ଭାଙ୍ଗିଛି ପ୍ରଶାସନ ।

ଇଟାଭାଟିକୁ ଡୋଜର ଲଗାଇ ନଷ୍ଟ କଲା ପ୍ରଶାସନ

ଜିଲ୍ଲା ପାଟଣାଗଡ ଅଞ୍ଚଳରେ ଜଙ୍ଗଲ କାଟି ବେଆଇନ ଭାବରେ ଗଢି ଉଠିଛି ଇଟାଭାଟି । ଏ ନେଇ ଅଭିଯୋଗ ହେବା ପରେ ପ୍ରଶାସନ ସମସ୍ତଙ୍କ ଇଟାଭାଟି ବନ୍ଦ କରିବାକୁ ନୋଟିସ ଦେଇଥିଲା । ହେଲେ ପ୍ରଶାସନର କଥାକୁ ଖାତିର କରିନାହାନ୍ତି ଇଟା ବ୍ୟବସାୟୀ । ଏ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପାଟଣାଗଡ଼ ବନେଇ ମୁଣ୍ଡା ଗ୍ରାମରେ ସ୍ଥାନୀୟ ତହସିଲଦାର ଓ ପୋଲିସଙ୍କ ଉପସ୍ଥିତିରେ ବେଆଇନ ଇଟାଭାଟି ଉପରେ ଡୋଜର ଲରାଇ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି । ଏହା ସହିତ ଭାଟି ମାଲିକଙ୍କ ଦୁଇଲକ୍ଷ ଟଙ୍କା ଜୋରିମାନା ପୈଠ କରିବାକୁ ନୋଟିସ ହୋଇଛି ।

ସେପଟେ ଏହି ଭଳି ଇଟାଭାଟି ମାଲିକମାନେ ଖୁଲାମ ଖୁଲା ସୁପ୍ରିମ କୋର୍ଟ ତଥା ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ମାନୁନଥବା ଅଭିଯୋଗ ହୋଇଛି । ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ବଲାଙ୍ଗୀରରୁ ସେଖ୍ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.