ETV Bharat / state

ଧାନ କିଣାରେ ବ୍ୟାପକ ଦୁର୍ନୀତି ପରେ ଆକ୍ସନ ମୁଡରେ ପ୍ରଶାସନ

author img

By

Published : Mar 25, 2021, 9:13 AM IST

ଧାନ କିଣାରେ ବ୍ୟାପକ ଦୁର୍ନୀତି । ଆକ୍ସନ ମୁଡରେ ପ୍ରଶାସନ । 25 ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

administration take action against officer for paddy corruption
ଧାନ କିଣାରେ ବ୍ୟାପକ ଦୁର୍ନୀତି, ଆକ୍ସନ ମୁଡରେ ପ୍ରଶାସନ

ବଲାଙ୍ଗୀର: ଜିଲ୍ଲାରେ ଖରିଫ ଋତୁ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ । ଏନେଇ ଜିଲ୍ଲା ପ୍ରଶାସନ 25 ଜଣ ଦୁର୍ନୀତି ଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଜିଲ୍ଲାରେ 158ଟି ପ୍ରାଥମିକ ସମବାୟ ସମିତି ଦ୍ୱାରା ଧାନ କିଣା ପ୍ରକ୍ରିୟା ଚାଲିଛି । ଏହି ପେକ୍ସରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ ଚାଷୀ ହଇରାଣ ହରକତ ହେଉଥିଲେ ।

ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ମୋଟ 15 ଜଣ ଦୁର୍ନୀତି ଖୋର ପେକ୍ସ ସମ୍ପାଦକଙ୍କୁ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ 10 ଜଣ ଡାଟା ଅପରେଟରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଯେଉଁଥିରେ ଜିଲ୍ଲାର ବିଭିନ୍ନ ପେକ୍ସ ଉପରେ ଚଢାଉ କରାଯାଇଥିଲା । ଘଟଣାର ତଦନ୍ତ ଏବେବି ଚାଲିଥିବ ବେଳେ ଏହି କାର୍ଯ୍ୟାନୁଷ୍ଠାନ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.