ETV Bharat / state

ଉଚ୍ଛେଦ ହେବ ବଲାଙ୍ଗୀରର ସର୍ବ ପୂରାତର ରାଧା କୃଷ୍ଣ ମନ୍ଦିର, ନୋଟିସ ପରେ ବିରୋଧ - ବଲାଙ୍ଗୀରର ରାଧା କୃଷ୍ଣ ମନ୍ଦିର

ବଲାଙ୍ଗୀରର ସର୍ବ ପୂରାତର ରାଧା କୃଷ୍ଣ ମନ୍ଦିରକୁ ଉଚ୍ଛେଦ ପାଇଁ ନୋଟିସ। ବିରୋଧ କଲେ ସ୍ଥାନୀୟ ବସିନ୍ଦା। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 12, 2023, 9:06 AM IST

Updated : Oct 12, 2023, 12:54 PM IST

encroachment of Radha Krishna temple

ବାଲାଙ୍ଗୀର: ଉଚ୍ଛେଦ ହେବ ବଲାଙ୍ଗୀରର 100 ବର୍ଷର ସର୍ବ ପୁରାତନ ରାଧା କୃଷ୍ଣ ମନ୍ଦିର । ଏନେଇ ପ୍ରଶାସନ ପକ୍ଷରୁ ନୋଟିସ ଲାଗିବା ପରେ ମନ୍ଦିର ଭାଙ୍ଗିବାକୁ ଦିଆ ଯିବ ନାହିଁ ବୋଲି ବିରୋଧ ପ୍ରଦର୍ଶନ କରାଯାଇଛି । ବଡ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବଲାଙ୍ଗୀରବାସୀ । ଏହି ମନ୍ଦିର ସହ ଲୋକଙ୍କ ଭାବ ବେଗ ଜଡ଼ିତ ଥିବା ବେଳେ ଏହି ମନ୍ଦିର ନାଁରେ ଏକ ପୁରାତନ ପଡା ମଧ୍ୟ ନାମିତ ହୋଇଛି ।

ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ସମ୍ମୁଖରେ ଥିବା ସର୍ବ ପୂରାତନ ରାଧାକୃଷ୍ଣ ମନ୍ଦିର ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଦିଆ ଯାଇଛି । ଯାହାକୁ ନେଇ ବଲାଙ୍ଗୀରବାସୀ ତୀବ୍ର ବିରୋଧ କରିବା ସହ କୌଣସି ମତେ ମନ୍ଦିର ଭାଙ୍ଗିବାକୁ ଦିଆ ଯିବ ନାହିଁ ବୋଲି ଲୋକେ କହିଛନ୍ତି । 7 ଦିନ ମଧ୍ୟରେ ମନ୍ଦିର ଉଚ୍ଛେଦ କରିବାକୁ ପ୍ରସାଶନ ତରଫରୁ ନୋଟିସ ଜାରି ହୋଇଛି । ଏହି ନୋଟିସ ପାଇବା ପରେ ବଲାଙ୍ଗୀର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନ କଳାପାହାଡ଼ ନୀତି ଅବଲମ୍ବନ କରି ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରକୁ ପର୍ଯ୍ୟାୟ କ୍ରମେ ଉଚ୍ଛେଦ କରିବାର ମସୁଧା କରୁଥିବାର ଅଭିଯୋଗ ହୋଇଛି ।

ବୁଧବାର ବଲାଙ୍ଗୀରର ସମସ୍ତ ସଂଗଠନ ଓ ସାଧାରଣ ଲୋକେ ମନ୍ଦିରରେ ଏକ ବୈଠକ କରି ଏହାକୁ ତୀବ୍ର ନିନ୍ଦା କରିବା ସହ ବିରୋଧ କରିଥିଲେ । ଆଗାମୀ ଦିନରେ ଏଥିପାଇଁ ବଲାଙ୍ଗୀର ବନ୍ଦ ଭଳି ବଡ ଆନ୍ଦୋଳନ କରାଯିବ ବୋଲି ଏମାନେ ନିଷ୍ପତ୍ତି ନେଇଛନ୍ତି । ବଜରଙ୍ଗ ଦଳର ସଭାପତି କାହ୍ନୁ ଶତପଥି କହିଛନ୍ତି ଯେ, ପ୍ରଶାସନ ଏବେ କଳା ପାହାଡ଼ ନୀତି ଅବଲମ୍ବନ କରିଛି । ସର୍ବ ପୁରାତନ ଏହି ମନ୍ଦିରକୁ ପର୍ଯ୍ୟାୟ କ୍ରମେ ଉଚ୍ଛେଦ କରିବାର ପ୍ରୟାସ ଆରମ୍ଭ କରିଛି। କିନ୍ତୁ ଏହାକୁ ଉଚ୍ଛେଦ କରିବାକୁ ଦେବେ ନାହିଁ ବଲାଙ୍ଗୀରବାସୀ । ପୁରୁଣା ଐତିହ୍ୟ ସମ୍ପର୍ଣ୍ଣ ମନ୍ଦିରର ପୁନରୁଦ୍ଧାର ସରକାର କରୁଥିବା ବେଳେ ଏହି ମନ୍ଦିର ଭାଙ୍ଗିବାର ହୀନ ପ୍ରୟାସ ହେଉଛି ବୋଲି କହିଛନ୍ତି ବଜରଙ୍ଗ ଦଳର ସଭାପତି ।

ଏହା ମଧ୍ୟ ପଢନ୍ତୁ-ଯୋରନ୍ଦା ମହିମା ମନ୍ଦିର ଉଚ୍ଛେଦ ଘଟଣା, ଗର୍ଜିଲେ ମହିମା ସନ୍ଥ

ବଲାଙ୍ଗୀରର ଦତ୍ତାନନ୍ଦ ପଣ୍ଡା କହିଛନ୍ତି ଯେ, ବଲାଙ୍ଗୀରରେ ଏହି ମନ୍ଦିର ସ୍ଥାପନ ପାଇଁ ରାଜାଙ୍କଠୁ 1911 ମସିହା ରେ ଜମି ମିଳିଥିଲା । ଏଠି ରାଧାକୃଷ ବିଗ୍ରହ ସ୍ଥାପନ ସହ ମନ୍ଦିର ତିଆରି ହୋଇଥିଲା । ସେହିପରି ସେ ସମୟର ସମାଜସେବୀ ରାମଗୋପାଲଙ୍କୁ ଏହି ଜମି ପ୍ରଦାନ କରା ଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ସେହି ସମାଜସେବୀ ରାମଗୋପାଳ ଏଠି ଏକ ଡାକ୍ତରଖାନା ସ୍ଥାପନ ପାଇଁ ଜମି ଦାନ କରିଥିଲେ । ଯେଉଁଥିରେ ମୁଖ୍ୟ ଡାକ୍ତରଖାନା ସହ ସ୍ତ୍ରୀ ଓ ପ୍ରସୂତି ବିଭାଗ ସ୍ଥାପିତ ହୋଇଥିଲା । ଏହା ସହ ଏହାକୁ ସଂଲଗ୍ନ ସେ ସ୍କୁଲ ପାଇଁ ମଧ୍ୟ ଜମି ପ୍ରଦାନ କରିଥିଲେ । ଯାହା ଉପରେ ରାମଗୋପାଳ ହିନ୍ଦୀ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ସେ ସମୟର ଡାକ୍ତରଖାନା ଏବେ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ରୂପାନ୍ତରିତ ହୋଇଛି । 1936 ବନ୍ଦୋବସ୍ତ ପ୍ସର୍ଯ୍ୟନ୍ତ ଏହି ସବୁ ଜମି ମନ୍ଦିର ନାଁରେ ଥିଲା । ହେଲେ 1976 ବନ୍ଦୋବସ୍ତରେ ଏହା ସରକାରୀ ଖାତାକୁ ଚାଲି ଯାଇଥିଲା । ଏବଂ ଏବେ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାର ଉନ୍ନତି ନାଁରେ ଏହାକୁ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଏହି ସରକାରୀ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି ।

ପୂର୍ବରୁ ପ୍ରଥମେ ଧର୍ମଶାଳା ଓ ମନ୍ଦିର ବାଡ ସବୁ ଉଚ୍ଛେଦ ହୋଇ ସାରିଛି । ଏବେ ମନ୍ଦିର ମଧ୍ୟରେ ଥିବା ଘର ସବୁକୁ ଉଚ୍ଛେଦ କରାଯିବାକୁ ପ୍ରୟାସ ହେଉଛି ଵୋଲି ସେ ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଯାହାକୁ ସମସ୍ତେ କଠୋର ଭାବରେ ବିରୋଧ କରିବେ ଓ ମନ୍ଦିର କୌଣସି ମତେ ଭାଙ୍ଗିବାକୁ ଦିଆ ଯିବ ନାହିଁ ବୋଲି କହିଛନ୍ତି ଦତ୍ତାନନ୍ଦ ପଣ୍ଡା । ସେପଟେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିର ଯାଇ ଆଲୋଚନା କରିଥିଲେ । ଏହା ପ୍ରଶାସନର ନିଷ୍ପତ୍ତି ହୋଇଥିବା ବେଳେ ପୌର ପରିଷଦ କାଉନସିଲର ଏହାକୁ ବିରୋଧ କରିବ ଓ କୌଣସି ମତେ ଉଚ୍ଛେଦ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ।

ଇଟିଭି ବାରତ, ବାଲାଙ୍ଗୀର

Last Updated : Oct 12, 2023, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.