ETV Bharat / state

ଲୋଇସିଂହା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଫେରାର, ନିନ୍ଦା କଲେ ଧର୍ମେନ୍ଦ୍ର

author img

By

Published : Apr 12, 2022, 4:47 PM IST

Updated : Apr 12, 2022, 4:53 PM IST

ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ସମୟରେ ତାଙ୍କ ସାଥିରେ ଥିବା PSO ଓ ଡ୍ରାଇଭର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଲୋଇସିଂହା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

ବଲାଙ୍ଗୀର: ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ସମୟରେ ତାଙ୍କ ସାଥିରେ ଥିବା PSO ଓ ଡ୍ରାଇଭର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ବିଧାୟକଙ୍କୁ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । ଏହି ଘଟଣାକୁ ନିନ୍ଦା କରିବା ସହ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଆକ୍ରମଣରେ ବିଧାୟକଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭର ଗୁରୁତର ଭାବରେ ଆହତ ହୋଇଛନ୍ତି । ଆଜି ବିଧାୟକ ନିକଟସ୍ଥ ବାଦୀବାହଲ ଗ୍ରାମରେ ଏକ ଉଦଘାଟନୀ ଉତ୍ସବରେ ଯୋଗଦେଇ ଫେରୁଥିଲେ । ଦିନ ୧୨ଟା ବେଳେ ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥର ବୁର୍ଡl ଛକଠାରେ ଦୁଇ ଜଣ ଦୁର୍ବୃତ୍ତ ଏକ ଲାଲ୍‌ ରଙ୍ଗର ବାଇକରେ ଆସି ବିଧାୟକଙ୍କ ଗାଡ଼ି ସମ୍ମୁଖରେ ଛିଡ଼ା କରିଥିଲେ ।

  • ଆମ ଦଳର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରୁଛି ।

    — Dharmendra Pradhan (@dpradhanbjp) April 12, 2022 " class="align-text-top noRightClick twitterSection" data=" ">

ଏହାପରେ ସୁରକ୍ଷାକର୍ମୀ ଶଙ୍କର ବରିହା ଗାଡ଼ିରୁ ଓହ୍ଲାଇବା କ୍ଷଣି ଦୁବୃର୍ତ୍ତମାନେ ତାଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ । ଏହା ଦେଖି ଡ୍ରାଇଭର ଦେବରାଜ ନାଗ ମଧ୍ୟ ଗାଡିରୁ ଓହ୍ଲାଇଥିବାବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହାପରେ ଦୁର୍ବୃତ୍ତମାନେ ସୋନପୁର ଆଡ଼କୁ ଫେରାର ହୋଇ ଯାଇଥିଲେ । ଏହାକୁ ନେଇ ଲୋଇସିଂହା ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ଉଭୟ ଡ୍ରାଇଭର ଓ ସୁରକ୍ଷା କର୍ମୀ ଲୋଇସିଂହା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହାକୁ ନେଇ ସେ ଟ୍ବିଟ୍‌ କରିଛନ୍ତି । ଧର୍ମେନ୍ଦ୍ର ଟ୍ବିଟ୍‌ କରି କହିଛନ୍ତି ଯେ, "ଆମ ଦଳର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ ରଖି ହେଉଥିବା ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଯେଉଁଠି ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି, ସେଠାରେ ସାଧାରଣ ଲୋକ କିପରି ସୁରକ୍ଷିତ ରହିପାରିବେ ?"

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 12, 2022, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.