ETV Bharat / state

ବ୍ୟାପକ ଦୁର୍ନୀତି ଅଭିଯୋଗରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଭେଟିଲା ଆପ୍‌

ବଲାଙ୍ଗୀର ଜିଲ୍ଲାରେ ହେଉଥିବା ସବୁ ସରକାରୀ ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛି ବଲାଙ୍ଗୀର ଆମ ଆଦମୀ ପାର୍ଟି(AAP) । ଅଧିକ ପଢନ୍ତୁ

author img

By

Published : Jun 14, 2022, 1:33 PM IST

ବ୍ୟାପକ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କୁ ଭେଟିଲା ଆପ୍‌

ବଲାଙ୍ଗୀର: ଜିଲ୍ଲାରେ ହେଉଥିବା ସବୁ ସରକାରୀ ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛି ବଲାଙ୍ଗୀର ଆମ ଆଦମୀ ପାର୍ଟି । ତେବେ ନିକଟରେ 5T ଅନ୍ତର୍ଗତ ୧୦୦ଟି ସ୍କୁଲ ରୂପାନ୍ତରିତ ହୋଇଥିବାବେଳେ, ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବାର ଏମାନେ ଅଭିଯୋଗ କରିଛନ୍ତି । ତରବରିଆ ଭାବେ ନିମ୍ନମାନର କାମ କରାଯାଇ ପ୍ରଶାସନ ଠିକାଦାର ଓ ନେତା ଏଥିରେ ମାଲେମାଲ ହୋଇଥିବାର ଏମାନେ ଅଭିଯୋଗ ଆଣିଛନ୍ତି ।

ସେହିପରି କିଛି ସ୍କୁଲର ରୂପାନ୍ତରିତ କାମ ଉଦଘାଟନ ହେବା ପୂର୍ବରୁ ସାମଗ୍ରୀ ଓ ନିର୍ମାଣ କାମ ଭାଙ୍ଗିଯାଇଥିବାର ଅଭିଯୋଗ ଆଣିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗାଁ ମାନଙ୍କ ରାସ୍ତା ଉନ୍ନତି କାମ ଚାଲିଥିବା ବେଳେ ସ୍ଥାନୀୟ ନେତା ବିଧାୟକଙ୍କ ଲୋକ ତାହାର କାମ କରି ଦୁର୍ନୀତି କରୁଥିବାର ଏମାନେ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ଏମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ତାଙ୍କ ଦାବି ପୂରଣ ନହେଲେ ଏମାନେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.