ETV Bharat / state

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ ଜାରି - young man's bloodied body rescued

ବସଷ୍ଟାଣ୍ଡ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ...

A young man's bloodied body was rescued in balangir
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ ଜାରି
author img

By

Published : Nov 25, 2020, 8:19 PM IST

ବଲାଙ୍ଗୀର: ବସଷ୍ଟାଣ୍ଡରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ବଲାଙ୍ଗୀରର ଭାଲୁମୁଣ୍ଡା ଗାଁ ବସଷ୍ଟାଣ୍ଡ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ସେହି ଗାଁର ଲାଲମନ କୈବତ ବୋଲି ଜଣାପଡିଛି । ତେବେ ଯୁବକଟିକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବଙ୍ଗୋମୁଣ୍ଡା ପୋଲିସ ସେଠାରେ ମୃତଦେହ ଉଦ୍ଧାର କରିବା ସହ ତନଘନା ଆରମ୍ଭ କରିଛି ।

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ ଜାରି

ସୂଚନାଯୋଗ୍ୟ, ବସଷ୍ଟାଣ୍ଡ ନିକଟରେ ଲାଲମନଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏନେଇ ସେମାନେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତକଙ୍କ ବଡ ଭାଇଙ୍କ ଅଭିଯୋଗ ମୁତାବକ ବସଷ୍ଟାଣ୍ଡ ନିକଟରେ ତାଙ୍କ ସାନ ଭାଇ କାହା ସହ ଗଣ୍ଡଗୋଳ କରୁଥିବାର ସେ ଖବର ପାଇଥିଲେ । ତେବେ ସେ ସେଠାରେ ପହଞ୍ଚିବା ବେଳକୁ ଲାଲମନଙ୍କ ମୃତ୍ୟୁ ହୋଇ ସାରିଥିଲା । ଏଣୁ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.