ବଲାଙ୍ଗୀର: ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଗୁଡଭେଳା ବ୍ଲକରେ । ମୃତ ଶ୍ରମିକ ହେଲେ ଜଗଦୀଶ ସୂତ ।
ସୂଚନା ଅନୁସାରେ, ସେ ଜାମ୍ଭେଲ ଗାଁରେ ଥିବା ବାରିଙ୍ଗୀ ନାଳର ଜଳସ୍ତର ମାପିବା ପାଇଁ ପାଣି ଭିତରକୁ ଓହ୍ଲାଇଥିଲେ । ହେଲେ ଅସାବଧାନତା ବଶତଃ ସେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ତେବେ ତାଙ୍କୁ ନିକଟସ୍ଥ ତୁଷୁରା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ତୁଷୁରା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ