ETV Bharat / state

ବଲାଙ୍ଗୀରରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ, ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା

author img

By

Published : Oct 24, 2022, 9:28 AM IST

ହାତୀ ଆକ୍ରମଣରେ ବୃଦ୍ଧା ମୃତ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ପାହାଡ଼ ନିକଟରେ । ଅଧିକ ପଢ଼ନ୍ତୁ

ହାତୀ ଆକ୍ରମଣରେ ବୃଦ୍ଧା ମୃତ
ହାତୀ ଆକ୍ରମଣରେ ବୃଦ୍ଧା ମୃତ

ବଲାଙ୍ଗୀର: ହାତୀ ଆକ୍ରମଣରେ ବୃଦ୍ଧା ମୃତ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ପାହାଡ଼ ନିକଟରେ । ମୃତ ବୃଦ୍ଧା ଜଣକ ହେଲେ ବାସନ୍ତୀ ଅଙ୍ଗରୀୟା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।ମୃତା ବାସନ୍ତୀ ଘର ବାହାରକୁ ଯାଇଥିବା ବେଳେ ଛତିଶଗଡ଼ ହାତୀପଲ ତାଙ୍କୁ ଆକ୍ରମଣ କରିଥିଲେ ।

ସୂଚନାନୁସାରେ, ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ହାତୀଙ୍କ ଉତ୍ପାତ । ବଲାଙ୍ଗୀର ମୁହାଁ ହୋଇଛନ୍ତି ଛତିଶଗଡ଼ି ହାତୀ ପଲ । ହାତୀପଲକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଲୋକେ (Elephant fear in Balangir)। ତେବେ ହାତୀ ଯେପରି କୌଣସି କ୍ଷତି ନଘଟାଏ ସେଥିପାଇଁ ହାତୀ ପଲକୁ ଘଉଡାଉଛି ବନ ବିଭାଗ । ଲୋକଙ୍କୁ ସନ୍ଧ୍ୟାରେ ଘରୁ ନବାହାରିବାକୁ କହିଛନ୍ତି ।

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ତେବେ ହାତୀ ଭୟରେ ଏଠିକାର ସୀମା ବର୍ତ୍ତି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଥିବାର ଜଣାପଡ଼ିଛି । ସେହିପରି ଏହି ହାତୀପଲ ଆଖପାଖ ଗାଁ ଭିତରକୁ ପଶି ଚାଷ ଓ ଘର ନଷ୍ଟ କରୁଥିବାର ଅଭିଯୋଗ ଆସିଛି । ଅନ୍ୟପଟେ ବଲାଙ୍ଗୀର ବନ ବିଭାଗ ଏହି ହାତୀଙ୍କ ଗତି ବିଧି ଉପରେ ନଜର ରଖିଥିବା ବେଳେ ଘଉଡାଇବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛି । ସମାନ ଭାବରେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ରାତିରେ ଘରୁ ନବାହାରିବାକୁ ସଚେତନ କରୁଛି । ଏହାସହ ଏହି ଅଞ୍ଚଳ ଦେଇ ଯାଇଥିବା ଉଚ୍ଚ ସମ୍ପର୍ଣ୍ଣ ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ରଖିବାକୁ ବିଦ୍ୟୁତ୍ ବିଭାଗକୁ ସୂଚନା ଦେଇଛି ।

ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ । ଏପରିକି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ । ଦିନ ସମୟରେ ବି ଘର ଆଗରେ ବୁଲୁଛି ହାତୀ । ହାତୀ ବଲାଙ୍ଗୀର ସହର ଭିତରକୁ ପ୍ରବେଶ ନେଇ ବନ ବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହଉ ସେଥି ପ୍ରତି ସଜାଗ ରହିଛି ବନବିଭାଗ ।

ବାରମ୍ବାର ଡାକବାଜି ଯନ୍ତ୍ରରେ ସତର୍କ କରାଉଛି ଗ୍ରାମବାସୀଙ୍କୁ । କେହି ଘରୁ ନବାହାରିବା ପାଇଁ ଅନୁରୋଧ କରିଛି । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ । ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଡରାଉଛି । ହେଲେ ଜିଦଖୋର ହାତୀପଲ ଏହାକୁ ମଧ୍ୟ ଡରୁ ନାହାନ୍ତି । ଗାଁରେ ଏହି ହାତୀପଲଙ୍କ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଆଖପାଖ ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ରହିଛନ୍ତି । ଯଦି ଏହି ହାତୀପଲ ପାଖ ଗାଁକୁ ପଳାଏ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବନବିଭାଗ ଆଶଙ୍କା କରୁଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.