ETV Bharat / state

ଲୋୟର ସୁକତେଲ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ଟିମ

author img

By

Published : Feb 3, 2021, 8:49 PM IST

ଲୋୟର ସୁକତେଲ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ଟିମ। ଖୁବଶୀଘ୍ର ଶେଷ ହେବ କାମ । ଅଧିକ ପଢନ୍ତୁ...

a team visited loyer suktel project in bolangir
ଲୋୟର ସୁକତେଲ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ଟିମ

ବଲାଙ୍ଗୀର: ଅବହେଳିତ ଲୋୟର ସୁକତେଲ ପ୍ରକଳ୍ପ କାମ ପୁଣି ଆରମ୍ଭ ହେବା ନେଇ ଆଶା ଦେଖାଦେଇଛି । ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଟିମ ଆସି ଲୋୟର ସୁକତେଲ କାମକୁ ତଦାରଖ କରିଛନ୍ତି । ତେବେ 5ଟି ସଚିବ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏହି ଟିମ ଆଜି ନିର୍ମାଣ ସ୍ଥଳୀ ବୁଲି ଦେଖିବା ସହ ତଦାରଖ କରିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟିରେ 5ଟି ସଚିବ ଭି କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ ବହୁ ଅଧିକାରୀ ପ୍ରମୁଖ ଆସି ଲୋୟର ସୁକତେଲ ନିର୍ମାଣସ୍ଥଳ ବୁଲି ଦେଖିଛନ୍ତି ।

ତେବେ ବିସ୍ଥାପିତଙ୍କ ସମସ୍ୟା ଧ୍ୟାନରେ ରଖି ଏହାର କାମ ଶୀଘ୍ର ଆରମ୍ଭ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି କାମ କେମିତି ଶୀଘ୍ର ଆରମ୍ଭ ହେବ ତାହା ପାଇଁ ମଧ୍ୟ ଯୋଜନା କରାଯିବ ବୋଲି ସେ କହିଛନ୍ତି। 1996ରୁ ଅବହେଳିତ ହୋଇ ପଡିଥିବା ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପର ମାଟି କାମ ବର୍ତ୍ତମାନ 43 ପ୍ରତିଶତ ହୋଇଛି । ଏହା ଦ୍ବାରା 23 ହଜାର ଆଠ ଶହ ହେକ୍ଟର ଜମିକୁ ଭୂତଳ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯିବ । ସେହିପରି ଏହାର ବର୍ତ୍ତମାନ ଖର୍ଚ୍ଚ 2ହଜାର 48 ଶହ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି । ତେବେ ଆଗକୁ ବିସ୍ଥାପିତଙ୍କୁ କ୍ଷତିପୂରଣ ସହ କାମ କେମିତି ଚାଲିବ ତା ପାଇଁ ଏ ତଦାରଖ ହୋଇଥିବାର ସେ କହିଛନ୍ତି । ଏହି ପ୍ରକଳ୍ପ କାମ 2023 ସୁଦ୍ଧା ଶେଷ ହେବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.