ETV Bharat / state

ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ମିଳିଲାନି କାନ୍ଧ

author img

By

Published : Nov 28, 2019, 4:06 AM IST

ଅନ୍ୟ ଜାତିରେ ବିବାହ ପାଲଟିଲା ଅଭିଶାପ । ମୃତ୍ୟୁ ପରେ ମଧ୍ୟ କାନ୍ଧ ଦେଲେନି ସମ୍ପର୍କୀୟ ଓ ଗାଁ ଲୋକ । ଅଧିକ ପଢନ୍ତୁ...

deadbody
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ବଲାଙ୍ଗୀର: ବଦଳିଛି ସମୟ, ହେଲେ ବଦଳୁନି ମାନସିକତା । ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ମଧ୍ୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଲେନି ଗାଁ ଲୋକେ । ଖାଲି ସେତିକି ନୁହେଁ ସମ୍ପର୍କୀୟ ମଧ୍ୟ ମୁହଁ ବୁଲାଇଦେଲେ । ଶେଷରେ ସ୍ବେଚ୍ଛାସେବୀ ସଂଗଠନଙ୍କ ଦ୍ବାରା ହେଲା ଶବ ସତ୍କାର । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସଙ୍ଗ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ମୃତ ମହିଳା ଜଣଙ୍କ ହେଲେ ଟେଭା ନାଏକ । ସେ କୁସଙ୍ଗ ଗାଁର ହାଡୁ ନାଏକଙ୍କୁ ବିବାହ କରିଥିଲେ । ତେବେ ତାଙ୍କର କୌଣସି ସନ୍ତାନ ନଥିବା ବେଳେ ବୟସ ଅତ୍ୟଧିକ ହେବା କାରଣରୁ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ହାଡୁ ନାଏକ ଅନ୍ୟ ଜାତିରେ ବିବାହ କରିଥିବାରୁ ସମାଜରୁ ତାଙ୍କୁ ବାସନ୍ଦ କରିଥିଲା । ଏଥିଯୋଗୁଁ ଗାଁ ଲୋକେ କିମ୍ବା କୌଣସି ସମ୍ପର୍କୀୟ ତାଙ୍କ ପାଖକୁ ଆସି ନଥିଲେ । ଫଳରେ ମୃତଦେହ ଦୀର୍ଘ ସମୟ ଧରିପଡି ରହିଥିଲା ।

ଏହାର ଖବର ପାଇ ବଲାଙ୍ଗୀର ବିଇଙ୍ଗ ହ୍ୟୁମାନ ଫାଉଣ୍ଡେସନ କର୍ମକର୍ତ୍ତା ମାନେ ପହଞ୍ଚି ମୃତଦେହ ସତ୍କାର କରିଥିଲେ । ଏଥିରେ ବିଇଙ୍ଗ ହ୍ୟୁମାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲ, ସଂଯୋଜକ ବ୍ରଜ ଗୋପାଳ ସିଂଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Intro:ଅନ୍ୟ ଜାତିରେ ବିବାହ ଯୋଗୁଁ ମୃତ୍ୟୁ ପରେ ମଧ୍ୟ ସମ୍ପର୍କୀୟ ଓ ଗାଁ ଲୋକେ ବୃଦ୍ଧାଙ୍କ ଶବକୁ ହାତ ଦେଲେ ନାହିଁ, ସ୍ଵେଚ୍ଛା ସେବୀ ସଂଗଠନ କଲେ ଶବ୍ ସତ୍କାର

Body:ବଲାଙ୍ଗୀର ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ମଧ୍ୟ ବୃଦ୍ଧା ଙ୍କ ଶବକୁ ନା ଗାଁ ଲୋକେ ନା ତାଙ୍କ ସମ୍ପର୍କୀୟ କେହି ହାତ ଦେଲେ ନାହିଁ । ଏବଂ ଦୀର୍ଘ ସମୟ ଶବ ପଡି ରହିବ ପରେ ସ୍ୱେଚ୍ଛା ସେବୀ ସଂଗଠନ ଶେଷରେ ସବା ସତ୍କାର କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସଙ୍ଗ ଗାଁ ର ହାଡୁ ନାଏକ (90)ଅନ୍ୟ ଜାତିରେ ଟେଭା ନାଏକ (85) ଙ୍କୁ ବିବାହ କରିଥିଲେ । ତାଙ୍କ କୌଣସି ସନ୍ତାନ ନ ଥିବା ବେଳେ ଗତ କାଲି ଟେଭା ନାଏକ ଙ୍କ ବୟସ ଅତ୍ୟଧିକ ହେତୁ ମୃତ୍ୟୁ ହୋଇଥିଲା। ତେବେ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ଜାତି ସମାଜ ବାସନ୍ଦ କରିଥିଲେ। ଏବଂ ଏଥିଯୋଗୁଁ ଗାଁ ଲୋକେ କିମ୍ବା କୋୖଣସି ସମ୍ପର୍କୀୟ ତାଙ୍କ ପାଖକୁ ଆସି ନଥିଲେ । ଫଳରେ ଶବ ଦୀର୍ଘ ସମୟ ପଡି ରହିଥିଲା। ଯାହାର ଖବର ବଲାଙ୍ଗୀର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପାଖକୁ ଆସିବା ପରେ ଏହାର କର୍ମକର୍ତ୍ତା ମାନେ ସେହି ଗାଁକୁ ଯାଇ ସବ୍ ସତ୍କାର କରିବା ପାଇଁ ସବୁ ବ୍ୟବସ୍ଥା ଯୋଗାଡ଼ କରି ଥିଲେ । ଏବଂ ନିକଟସ୍ଥ ସ୍ମଶାନ ରେ ଶବର ସତ୍କାର ରୀତି ନୀତି ଅନୁସାରେ କରିଥିଲେ। ତେବେ ଏଥିରେ ବିଙ୍ଗ ହ୍ୟୁମାନ ର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲ, ସଂଯୋଜକ ବ୍ରଜ ଗୋପାଳ ସିଂ, ରୋଶନ ସୁନା, ଆକାଶ ସାହୁ, କନ୍ଦର୍ପ ରଣା, ଶକ୍ତି, ଗୋପାଳ ସାହୁ,ସଚିନ ବେହେରା, ରବିଚନ୍ଦ୍ର ସାହୁ ଆଦି ଉପସ୍ଥିତ ରହି ସବ ସତ୍କାର ରେ ସହଯୋଗ କରିଥିଲେConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.