ETV Bharat / state

ବନ୍ଧୁକ ମୁନରେ ପଣବନ୍ଦୀ ଘଟଣା, ଯୁବକକୁ କାବୁ କଲା ପୋଲିସ - ବଲାଙ୍ଗୀର ପଣବନ୍ଦୀ

ବଲାଙ୍ଗୀରରେ ଜଣେ ବନ୍ଧୁକ ଧାରୀ ଯୁବକ ଆଜି ଆତଙ୍କ ଖେଳାଇଛି । ଗୋଟିଏ ପରିବାରକୁ ବନ୍ଧୁକ ମୁନରେ ପଣବନ୍ଧି କରିବା ସହ ଦୀର୍ଘ ଘଣ୍ଟା ଧରି ଭୟର ବାତାବରଣ ରଚିଥିଲା । ସେପଟେ ପୋଲିସ ଚତୁରତା ଓ ସାହସର ପରିଚୟ ଦେଇ ପ୍ରଥମେ ବନ୍ଧକକୁ ଛଡାଇ ଥିବା ବେଳେ ପରେ ଯୁବକକୁ କାବୁ କରିଛି। ଅଧିକ ପଢନ୍ତୁ...

A man trapping one family by gun point
ବନ୍ଧୁକ ମୁନରେ ଗୋଟିଏ ପରିବାରକୁ ପଣବନ୍ଦୀ ରଖିଛି ଦୁର୍ବୃତ୍ତ
author img

By

Published : Jun 15, 2021, 11:31 AM IST

Updated : Jun 15, 2021, 7:10 PM IST

ବଲାଙ୍ଗୀର: ଜିଲ୍ଲାର ଶାନ୍ତିପଡାରେ ଅଶାନ୍ତିର ବାତାବରଣ । ବଲାଙ୍ଗୀର ସହର ମଧ୍ୟରେ ଆଜି ଜଣେ ବନ୍ଧୁକ ଧାରୀ ଯୁବକଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଦୀର୍ଘ ଘଣ୍ଟା ଧରି ଆତଙ୍କ ଖେଳାଇ ଏକ ପରିବାରକୁ ପଣବନ୍ଦୀ କରି ରଖିଥିଲା। ପୋଲିସ ଓ ଯୁବକଙ୍କ ଛକାପଞ୍ଚା ମଧ୍ୟରେ ଶେଷରେ ଯୁବକଙ୍କୁ କାବୁ କଲା ପୋଲିସ । ସେଠାରୁ ପୋଲିସ ଏକ ଭୁଜାଲି ଓ ପିସ୍ତଲ ଜବତ କରିଛି।

ବନ୍ଧୁକ ମୁନରେ ପଣବନ୍ଦୀ ଘଟଣା, ଯୁବକକୁ କାବୁ କଲା ପୋଲିସ

ବଲାଙ୍ଗୀର ଶାନ୍ତିପଡାର ପୂର୍ବତନ ଶିକ୍ଷକ ମଦନ ମୋହନଙ୍କ ଘରେ ଏହି କାଣ୍ଡ ଭିଆଇଛି ଯୁବକ ଜଣକ। ତେବେ ଆଜି ସକାଳୁ 8 ଟାରୁ ଜଣେ ଯୁବକ ଏମାନଙ୍କ ଘରକୁ ଆସି ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା। ଯୁବକ ଜଣକ ତାଙ୍କ ସମ୍ପର୍କୀୟ ଭାଣଜି କୁ ଡକାଇବା ପାଇଁ କହିଥିଲା। ତେବେ ପରିବାର ଲୋକଙ୍କୁ ଏକ କୋଠରୀ ମଧ୍ୟରେ ବନ୍ଧୁକ ମୁନରେ ବନ୍ଧକ କରି ରଖିଥିଲା। ସେପଟେ ବଲାଙ୍ଗୀର ପୋଲିସ ଏହାର ଖବର ପାଇବା ପରେ ଘଟଣାସ୍ଥଳକୁ ଆସି ଯୁବକ ସହିତ ଆଲୋଚନା କରିଥିଲେ ସୁଧା କୌଣସି ସୁଫଳ ମିଳିନ ଥିଲା। ଅନ୍ୟପଟେ ଦୀର୍ଘ ପାଞ୍ଚ ଘଣ୍ଟାର ପରିଶ୍ରମ ପରେ ପୋଲିସ ଅଗ୍ନିଶମ ବିଭାଗ ସହ ମିଶି କୌଶଳକ୍ରମେ ଘର ପଛପଟ ଝରକାରୁ ସିଡି ଓ ଦଉଡି ସାହାଯ୍ୟରେ ବନ୍ଧକ ଥିବା ପରିବାର ଲୋକଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ହେବା ପରେ ପରିବାର ଲୋକେ ଭୟଭୀତ ଥିବା ବେଳେ ଯୁବକ ଜଣକ ତାଙ୍କ ଭାଣଜିକୁ ଦିଅ ନହେଲେ ସମସ୍ତଙ୍କୁ ମାରି ଦେବି ବୋଲି କହିଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ତେବେ ବଲାଙ୍ଗୀର ସହର ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦୀର୍ଘ ସାତ ଘଣ୍ଟା ପରେ ପୋଲିସ ଯୁବକ ସହ ଆଲୋଚନା କରି ବିଫଳ ହେବା ପରେ ଆରମ୍ଭ କରିଥିଲା ଅପରେସନ। ତେବେ ପୋଲିସ ଅଧିକାରୀ ଏଥିରେ ସାମିଲ ହୋଇ ଯୁବକକୁ ସମର୍ପଣ କରିବାକୁ କହିଥିଲେ। ହେଲେ ଯୁବକ ଓଲଟା ଏମାନଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। ଏହାପରେ ପୋଲିସ ସାହସର ସହ ଯୁବକକୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲା। ଯେଉଁଥିରେ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ବଲାଙ୍ଗୀର ଏସପି ନୀତିନ କୁଳଶେଖର ପ୍ରମୁଖ ନିଜେ ସାହାସିକତା ଦେଖାଇ ଏହି ଯୁବକକୁ ଗିରଫ କରିଥିଲେ।

ତେବେ ଗିରଫ ଯୁବକ ଜଣକ ବିକ୍ରମ ପଣ୍ଡା ଓ ସେ ବଲାଙ୍ଗୀର ତାଳପଲି ପଡ଼ାର ନିବାସୀ ବୋଲି ଜଣାପଡ଼ିଛି। ପୋଲିସ ସମ୍ପୃକ୍ତ ଯୁବକ ଠାରୁ ଏକ ପିସ୍ତଲ ଓ ଏକ ଭୁଜାଲି ଜବତ କରିଛି। ତଦନ୍ତ ପରେ ସବୁ ଘଟଣା ସାମ୍ନାକୁ ଆସିବ ବୋଲି କହିଛି। ତେବେ ଏହି ଘଟଣା ପଛର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଏହା ଏକ ତରଫା ପ୍ରେମ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହା ପୋଲିସର ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jun 15, 2021, 7:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.