ETV Bharat / state

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା, ପ୍ରେମିକା ପରିବାରର ପାଞ୍ଚ ଗିରଫ

author img

By

Published : Nov 19, 2019, 7:45 PM IST

ବଲାଙ୍ଗୀରରେ ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା। ପରିବାରରେ ସମସ୍ତେ ମିଶି ହତ୍ୟା କରି ଶେଷରେ ଏକ କୂଅରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ । ପୋଲିସ ତଦନ୍ତ କରି ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ବଲାଙ୍ଗୀର: ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା। ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ କୂଅରୁ ମିଳିବା ପରେ ପୋଲିସ ତଦନ୍ତ କରି ପ୍ରେମ ପାଇଁ ହତ୍ୟା କରା ଯାଇଥିବା ସ୍ପଷ୍ଟ କରିଛି। ଏହି ଘଟଣାରେ ପୋଲିସ ପ୍ରେମିକା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା, ପ୍ରେମିକା ପରିବାରର ପାଞ୍ଚ ଗିରଫ

ଗତ ୧୧ ତାରିଖ କଣ୍ଟାବାଞ୍ଜି ଆଶ୍ରମପଡା ସ୍ଥିତ ରାଧାସ୍ବାମୀ ସତସଙ୍ଗ ପଛପଟ ଏକ ପରିତ୍ୟକ୍ତ କୁଅରୁ ଖବର କାଗଜ ବିତରକ କମଳର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତକଙ୍କ ପରିବାର ଏହା ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ କରିବା ସହ ମୃତ କମଳର ପ୍ରେମିକା ଘରକୁ ସନ୍ଦେହ କରିଥିଲେ। ପୋଲିସ ଅଭିଯୋଗକୁ ଆଧାର କରି କମଳର ପ୍ରେମିକା ଏବଂ ତାର ବାପା ମା ଭାଇ ଏବଂ ଅନ୍ୟ ସମ୍ପର୍କୀୟ ମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ତେବେ ବଲାଙ୍ଗୀର ଏସପି କମଳକୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ।

ସୂଚନା ଥାଉକି ୧୧ ତାରିଖ ରାତିରେ କମଳ ପ୍ରେମିକାକୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲା । କମଳ ଏବଂ ତାର ପ୍ରେମିକା ଘରେ କଥା ହେଉଥିବା ବେଳେ ପରିବାର ଲୋକ ଜାଣିପାରି ତାକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଘଟଣାସ୍ଥଳରେ କମଳର ମୃତ୍ୟୁ ହୋଇଥିଲା । ଏକ କୂଅରେ ଫିଙ୍ଗି ଦେଇ ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଚେଷ୍ଠା କରିଥିଲେ ପ୍ରେମିକା ପରିବାର । କିନ୍ତୁ ପୋଲିସର ଏକ ସ୍ବତନ୍ତ୍ର ଟିମ ଏହାର ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଥିଲେ । ଏଥିରେ ଝିଅର ମା ପୂଷ୍ପା ସୁନା, ବାପା ଗଗନ ସୁନା, ସମ୍ପର୍କୀୟ ରଘୁନାଥ ସୁନା, ମଣ୍ଟୁ ସୁନା ଓ ରଞ୍ଜନ ସୁନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା କାଠ ଫାଳିଆ ମଧ୍ୟ ଜବତ କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହେଦ, ଇଟିଭି ଭାରତ

Intro:ବଲାଙ୍ଗୀର ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା। ପ୍ରଥମରୁ ନିଖୋଜ ଥିବା ଜଣେ ଯୁବକ ଙ୍କ ସବା କୂଅରୁ ମିଳିବା ପରେ ପୋଲିସ ତଦନ୍ତ କରି ତାଙ୍କୁ ପ୍ରେମ ପାଇଁ ହତ୍ୟା କରା ଯାଇଥିବାର ସ୍ପଷ୍ଟ କରିଛି ଏବଂ ଏଥିରେ ଝିଅ ପରିବାର ର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Body: ଗତ ୧୧ ତାରିଖ କଣ୍ଟାବାଞ୍ଜି ଆଶ୍ରମପଡା ସ୍ଥିତ ରାଧାସ୍ୱାମୀ ସତସଙ୍ଗ ପଛ ପଟ ଏକ ପରିତକ୍ତ କୁଅଁ ରୁ ଖବର କାଗଜ ବିତରକ କମଳ ର ମୃତ ଦେହ ଉର୍ଦ୍ଧାର
କରି ଥିଲା ପୋଲିସ । ମୃତକ ଙ୍କ ପରିବାର ଏହା ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ କରିବା ସହ ମୃତ କମଳ ର ପ୍ରେମିକ ଘର କୁ ସନ୍ଦେହ କରିଥିଲେ। ପୋଲିସ ଅଭିଯୋଗ କୁ ଆଧାର କରି କମଳ ର ପ୍ରେମିକା ଏବଂ ତାର ବାପା ମା ଭାଇ ଏବଂ ଅନ୍ୟ ସମ୍ପର୍କୀୟ ମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା ।ତେବେ ଆଜି ବଲାଙ୍ଗୀର ଏସପି କମଳ କୁ ହତ୍ୟା କରାଯାଇଥିବା ବେଳେ ହତ୍ୟା ଅଭିଯୋଗ ରେ କମଳ ର ପ୍ରେମିକା ର ବାପା, ମା, ଭାଇ , କାକା ସହ ସମ୍ପର୍କୀୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଘଟଣା ଦିନ କମଲ୍ ୧୧ ତାରିଖ ରାତି ରେ ତାର ପ୍ରେମିକା କୁ ଦେଖା କରିବାକୁ ତାର ଘର କୁ ଯାଇଥିଲା । କମଳ ଏବଂ ତାର ପ୍ରେମିକା ଘର ରେ କଥା ହେଉଥିବା ବେଳେ ଘର ଲୋକ ଦେଖି ଏକ ଠେଙ୍ଗା ସାହାଯ୍ୟ ରେ ମୁଣ୍ଡ ରେ ଗଭୀର ଆଘାତ କରିଥିଲେ । ଘଟଣା ସ୍ଥଳ ରେ କମଳ ର ମୃତ୍ୟୁ ହୋଇଥିବା ବେଳେ ଏକ କୁଅଁ ରେ ଫିଙ୍ଗି ଦେଇ ଘଟଣା କୁ ଦୁର୍ଘଟନା ର ରୂପ ଦେବାର ଚେଷ୍ଠା କରିଥିଲେ । ତେବେ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଏହାର ତଦନ୍ତ କରି ମାମଲାର ମୂଳ କୁ ଯାଇ ପହଞ୍ଚି ଥିଲେ । ଏବଂ ଏଥିରେ ଝିଅ ର ମା ପୂସ୍ପା ସୁନା, ବାପା ଗଗନ ସୁନା, ସମ୍ପର୍କୀୟ ରଘୁନାଥ ସୁନା, ମନ୍ତୁ ସୁନା ଓ ରଞ୍ଜନ ସୁନା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଇତ୍ୟାଦି ମଧ୍ୟ ଜବତ କରିଛି।
ବାଇ ଟ ସନ୍ଦୀପ ମଦ କର ଏସପି ବଲାଙ୍ଗିର
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.