ETV Bharat / state

ମାନବିକତାକୁ ମାରିଦେଲା ମହାମାରୀ, ସାଇକେଲରେ ମୃତଦେହ ବୋହିଲା ପୁଅ - କୋରୋନା ମାରିଦେଲା ମାନବିକତା

କୋରୋନା ମାରିଦେଲା ମାନବିକତା, ସାଇକେଲରେ ବୁହାହେଲା ମୃତଦେହ । ଅଧିକ ପଢନ୍ତୁ...

a covid patient dead body carry in bicycle in balangir
କୋରୋନା ମାରିଦେଲା ମାନବିକତା, ସାଇକେଲରେ ବୁହାହେଲ ମୃତଦେହ
author img

By

Published : Apr 28, 2021, 2:25 PM IST

ବଲାଙ୍ଗୀର: କୋରୋନା ପାଇଁ ଆତଙ୍କିତ ଓ ଭୟଭୀତ ସଭିଏଁ । ରାଜ୍ଯର ଏଭଳି ସ୍ଥିତିରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି । କୋରୋନାରେ ମୃତ୍ୟୁ ବରଣ କରିଥିବା ବୃଦ୍ଧଙ୍କ ମୃତଦେହ ସାଇକେଲରେ ବୁହା ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆ ପାଲି ପଞ୍ଚାୟତ ଭାଲୁ ଡୁଙ୍ଗୁରି ଗାଁରେ ।

କୋରୋନା ମାରିଦେଲା ମାନବିକତା, ସାଇକେଲରେ ବୁହାହେଲ ମୃତଦେହ

ସୂଚନା ଅନୁସାରେ, ଗାଁର ଜଣେ ବୃଦ୍ଧ ଅଯୋଧ୍ୟା ସାହୁ ଗତ କିଛି ଦିନ ତଳେ ଜ୍ବରରେ ପୀଡ଼ିତ ଥିଲେ। ଏବଂ ନିକଟରେ ତାଙ୍କୁ କୋରୋନା ହୋଇଥିଲା । ଫଳରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେପଟେ ଲୋକେ କୋରୋନା ଭୟ ଯୋଗୁଁ କେହି ପାଖ ମାଡ଼ି ନଥିଲେ। ଶେଷରେ ତାଙ୍କ ପୁଅ ନିଜେ ସାଇକେଲରେ ବୃଦ୍ଧଙ୍କ ମୃତଦେହ ବୋହି ଗାଁ ବାହାରକୁ ନେଇ ଅନ୍ତିମ ସଂସ୍କାର କରିଛନ୍ତି। ତେବେ ଏହି ବ୍ଲକରେ କ୍ରମାଗତ ଭାବରେ କୋରୋନା ସଂକ୍ରମିତ ବଢିବାରେ ଲାଗିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.