ETV Bharat / state

କୋରୋନାରେ ବାପାଙ୍କ ମୃତ୍ୟୁ, ଗାଁକୁ ମୃତଦେହ ମନା - କୋରୋନାରେ ବାପାଙ୍କ ମୃତ୍ୟୁ

କୋରୋନାରେ ମୃତ୍ୟୁ ପରେ ମୃତଦେହକୁ ଏବେ ଗାଁ ଶ୍ମଶାନ ମନା । ନିଜ ବାପର ମୃତଦେହକୁ ଧରି ହଇରାଣ ହେଲା ପୁଅ । ଅଧିକ ପଢନ୍ତୁ...

କୋରୋନାରେ ବାପାଙ୍କ ମୃତ୍ୟୁ, ଗାଁକୁ ମୃତ ଦେହ ମନା

author img

By

Published : Apr 24, 2021, 10:52 PM IST

ବଲାଙ୍ଗୀର: ଦେଶରେ କୋରୋନାର ବିଭିନ୍ନ ସମୟରେ କରୁଣ ଚିତ୍ର ସାମନାକୁ ଆସୁଥିବା ବେଳେ ବଲାଙ୍ଗୀରରେ ମଧ୍ୟ ଏକ ଘଟଣା ଏବେ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି । ଏଠି କୋରୋନାରେ ମୃତ୍ୟୁ ପରେ ନିଜ ଗାଁରେ ଅନ୍ତିମ ସଂସ୍କାର ପାଇଁ ଲୋକେ ମନା କରିବାରୁ ଜଣେ ପୁଅ ନିଜର ବାପାର ମୃତଦେହ ଧରି ହଇରାଣ ହୋଇଛି ।

କୋରୋନାରେ ବାପାଙ୍କ ମୃତ୍ୟୁ, ଗାଁକୁ ମୃତ ଦେହ ମନା

ସୂଚନା ଅନୁସାରେ ବଲାଙ୍ଗୀର ସଇଁତଳା ବ୍ଲକର ଦେଢେଲ ଗ୍ରାମର ଘନଶ୍ୟାମ ସାହୁଙ୍କ ବାପା ଅନାର୍ଯ୍ୟ ସାହୁ କୋରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ପାଇଁ ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି କରିଥିଲେ । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଏଠି ମୃତ୍ୟୁ ହୋଇଥିଲା । ସେପଟେ ପୁଅ ଜଣକ ମୃତଦେହ ନେଇ ଗାଁକୁ ଯିବାକୁ ଥିବାବେଳେ ଗ୍ରାମବାସୀ ତାଙ୍କୁ ମୃତଦେହ ଆଣିବା ପାଇଁ ରୋକଠୋକ ମନା କରିଥିଲେ । ଯାହାଫଳରେ ଦୀର୍ଘ ଘଣ୍ଟା ଧରି ପୁଅ ତା ବାପାର ମୃତଦେହ ଧରି ହଇରାଣ ହୋଇଥିଲେ ।

ସେପଟେ ଏହାର ଖବର ବଲାଙ୍ଗୀରର ସ୍ଵେଚ୍ଛସେବୀ ସଂଗଠନ ବି ହ୍ୟୁମାନ ପାଇବା ପରେ ସବୁ ସତର୍କତା ଅବଲମ୍ବନ କରି ଶେଷରେ ବଲାଙ୍ଗୀର ଆରଟିଓ କାର୍ଯ୍ୟାଳୟ ନିକଟ ଶ୍ମଶାନରେ ତାଙ୍କର ମୃତଦେହ ଦାହ କରିଥିଲେ । ତେବେ ବଲାଙ୍ଗୀରରେ କରୋନା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ଏହି ଭଳି ଆଚରଣ କରୁଥିବାର ଏବେ ଚିନ୍ତା ବଢ଼ାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହୀଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.