ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ - medical negligence

ଟିଟିଲାଗଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ

author img

By

Published : Jan 13, 2021, 10:12 AM IST

ବଲାଙ୍ଗୀର: ଚିକିତ୍ସା ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ । କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ରାସ୍ତାରୋକ କଲେ ଲୋକେ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଟିଟିଲାଗଡ ଡାକ୍ତରଖାନାରୁ । ସୂଚନାମୁତାବକ, ଟିଟିଲାଗଡ ଉପଖଣ୍ଡ ମୁରିବାହଲ ବ୍ଲକ ଲେବଡା ଗ୍ରାମର ରୋହିତ ବାରିକ ଓ ଜ୍ୟୋସ୍ନା ବାରିକଙ୍କ 14 ମାସର ଶିଶୁ କନ୍ୟାଙ୍କୁ କିଛି ଦିନ ତଳେ ଜ୍ଵର ହୋଇଥିଲା। ତେବେ ପ୍ରଥମେ ଖୋଲାନ ଡାକ୍ତରଖାନା ଓ ପରେ ଟିଟିଲାଗଡ ଡାକ୍ତରଖାନାରେ ଶିଶୁ କନ୍ୟାକୁ ଭର୍ତ୍ତି କରିଥିଲେ। ହେଲେ ଏଠି ଶିଶୁ ବିଶେଷଜ୍ଞ ନଥିବା ବେଳେ ଜଣେ ନର୍ସ ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ଯାହା ପରେ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ଶହ ତାର ମୃତ୍ୟୁ ହୋଇଥିଲା।

ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ

ତେବେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ପରିବାର ଓ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ହଙ୍ଗାମା କରିବା ସହ ଟିଟିଲାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସେପଟେ ଘଟଣା ସ୍ଥଳରେ ଟିଟିଲାଗଡ ପୋଲିସ ଓ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା କରିବା ପରେ ଏବଂ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଅନ୍ୟପଟେ ଟିଟିଲାଗଡ ଡାକ୍ତରଖାନାର ଏଡିଏମଓ ଏହାର ତଦନ୍ତ ପରେ ସବୁ ଜଣା ପଡ଼ିବ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.