ETV Bharat / state

4ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ବଲାଙ୍ଗୀରରେ ଓହ୍ଲାଇଲେ 7ହଜାର ଶ୍ରମିକ

ଶୁକ୍ରବାର 4ଟି ସ୍ବତନ୍ତ୍ର ଟ୍ରେନ ଯୋଗେ 30ଟି ଜିଲ୍ଲାର 7ହଜାର ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇଛନ୍ତି ।

4ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ବଲାଙ୍ଗୀରରେ ଓହ୍ଲାଇଲେ 7ହଜାର ଶ୍ରମିକ
4ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ବଲାଙ୍ଗୀରରେ ଓହ୍ଲାଇଲେ 7ହଜାର ଶ୍ରମିକ
author img

By

Published : Jun 5, 2020, 10:24 PM IST

Updated : Jun 6, 2020, 12:30 AM IST

ବଲାଙ୍ଗୀର: ପ୍ରବାସୀ ଓଡିଆ ଶ୍ରମିକଙ୍କ ଘର ବାହୁଡା ଜାରି ରହିଛି । ଶୁକ୍ରବାର 4ଟି ସ୍ବତନ୍ତ୍ର ଟ୍ରେନ ଯୋଗେ 30ଟି ଜିଲ୍ଲାର 7ହଜାର ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇଛନ୍ତି । ପ୍ରଥମ ଟ୍ରେନଟି ତେଲେଙ୍ଗାନା ଲିଙ୍ଗାପାଲିରୁ ଆସିଥିବା ବେଳେ ଏଥିରେ 30 ଟି ଜିଲ୍ଲାର 24ଶହ 29 ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀର ଓହ୍ଲାଇଛନ୍ତି । ସେହିପରି 2ୟ ଟ୍ରେନଟି ମଧ୍ୟ ଲିଙ୍ଗାପାଲି ତେଲେଙ୍ଗାନାରୁ ଆସିଥିବା ବେଳେ ଏଥିରେ ମଧ୍ୟ 30ଟି ଜିଲ୍ଲାର 24 ଶହ ଶ୍ରମିକ ଏଠାରେ ଓହ୍ଲାଇଛନ୍ତି ।

ସମାନ ଭାବରେ ତାମିଲନାଡୁ ତୀରପୁରରୁ ରାଉରକେଲା ଟ୍ରେନରେ ବଲାଙ୍ଗୀରରେ 362 ଜଣ ଶ୍ରମିକ ଓହ୍ଲାଇଥିଲେ ଓ 4ର୍ଥ ଟ୍ରେନଟି ତେଲେଙ୍ଗାନା ଘଟକେସରରୁ ଆସିଥିବା ବେଳେ ଏଥିରେ 22 ଶହ ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇଥିଲେ ।

ତେବେ ସମସ୍ତ ଶ୍ରମିକଙ୍କୁ ବସ୍‌ ଯୋଗେ ତାଙ୍କ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି । ତେବେ ଏଥିମଧ୍ୟରୁ ବଲାଙ୍ଗୀର ଜିଲ୍ଲାର ମୋଟ 5 ହଜାରରୁ ଅଧିକ ଶ୍ରମିକ ମଧ୍ୟ ଏଠି ଓହ୍ଲାଇଥିବା ବେଳେ ତାଙ୍କୁ ବସ ଯୋଗେ ତାଙ୍କ ନିଜ ପଞ୍ଚାୟତ ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆ ଯାଇଛି ।

ବଲାଙ୍ଗୀରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Jun 6, 2020, 12:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.