ETV Bharat / state

ନାଳ ନିକଟରୁ ମୃତଦେହ ଉଦ୍ଧାର ଘଟଣା: 6 ଗିରଫ

ବଲାଙ୍ଗୀର ସରୋବର ପଡ଼ା ଧୁବାପଡ଼ା ଠାରେ ଥିବା ଏକ ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ନାଳ ନିକଟରୁ ମୃତଦେହ ଉଦ୍ଧାର ଘଟଣା: 6 ଗିରଫ
ନାଳ ନିକଟରୁ ମୃତଦେହ ଉଦ୍ଧାର ଘଟଣା: 6 ଗିରଫ
author img

By

Published : Mar 6, 2021, 10:53 PM IST

Updated : Mar 6, 2021, 11:00 PM IST

ବଲାଙ୍ଗୀର: ଜିଲ୍ଲାରେ ଜଣେ ବଙ୍ଗୀୟ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଶୁକ୍ରବାର ବଲାଙ୍ଗୀରର ସରୋବର ପଡ଼ା ଧୁବାପଡ଼ା ଠାରେ ଥିବା ଏକ ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା ।

ତେବେ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉ ଥିବାବେଳେ ପୋଲିସ୍ ଏହାର ତଦନ୍ତ ଜାରି ରଖିଥିଲା । 24 ଘଣ୍ଟା ମଧ୍ୟରେ ପୋଲିସକୁ ଏଥିରେ ସଫଳତା ମିଳିଛି । ମାମଲାରେ ସମ୍ପୃକ୍ତ ଥିବା 6 ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ପଶ୍ଚିମବଙ୍ଗର ନୂତନ ସିକନ୍ଦର ପୁରର ଯୁବକ ଶେଖ୍ ବାନିରୁଲ 6 ସହଯୋଗୀଙ୍କ ସହ ବଲାଙ୍ଗୀରରେ ରହିଆସୁଥିଲେ । ଏଠାରେ ମିସ୍ତ୍ରୀ ଭାବରେ କାମ କରୁଥିଲେ ।

ନାଳ ନିକଟରୁ ମୃତଦେହ ଉଦ୍ଧାର ଘଟଣା: 6 ଗିରଫ

ଘଟଣା ଦିନ ଏମାନେ ମଦ ମାଂସ ଖାଇ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ଅନ୍ୟ 6 ଜଣ ମିଶି ଶେଖ ବାନିରୁଳକୁ କୋଦାଳରେ ଆକ୍ରମଣ କରିଥିଲେ । ପରେ ମୃତଦେହକୁ ଏକ ବେଡସିଡରେ ଗୋଡ଼ାଇ ଘର ପଛପଟ ନାଳରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ପଶ୍ଚିମବଙ୍ଗର ହାଇଦର ଅଲ୍ଲୀ, ଶେଖ୍ ସାମୁଆଲ, ଶେଖ୍ ୱାସିମ୍, ଶେଖ୍ ନଯୁ, ନବାବ ସରିଫ ଓ ଶେଖ୍ ୱାହିଦୁଲକୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Mar 6, 2021, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.