ETV Bharat / state

ସରିଲା 5T ସଚିବଙ୍କ ବଲାଙ୍ଗୀର ଗସ୍ତ: ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ପ୍ରତିଶୃତି ଦେଲେ

ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଆସିଥିଲେ 5T ସଚିବ ଭିକେ ପଣ୍ଡିଆନ । ଆଜି ଦ୍ଵିତୀୟ ଦିନରେ ସେ ବିଭିନ୍ନ ମନ୍ଦିର ଓ ପ୍ରକଳ୍ପ ବୁଲି ସମୀକ୍ଷା କରିଥିଲେ । ସେହିପରି ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଅଧିକ ପଢ଼ନ୍ତୁ

ସରିଲା 5T ସଚିବଙ୍କ ବଲାଙ୍ଗୀର ଗସ୍ତ
ସରିଲା 5T ସଚିବଙ୍କ ବଲାଙ୍ଗୀର ଗସ୍ତ
author img

By

Published : Aug 7, 2023, 10:42 PM IST

ସରିଲା 5T ସଚିବଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଥିବା 5T ସଚିବ ଆଜି ଭୁବନେଶ୍ବର ଫେରିଛନ୍ତି । 5T ସଚିବଙ୍କ ଗସ୍ତର ଦ୍ଵିତୀୟ ଦିନରେ ଆଜି ସେ ସମଲେଇ ମନ୍ଦିର, ରାଣୀପୁର ଝରିଆଲ, ଲୋୟର ଶୁକତେଲ ପ୍ରକଳ୍ପ ଇତ୍ୟାଦି ସ୍ଥାନ ବୁଲିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଲୋକମାନଙ୍କ ଅଭିଯୋଗର ସମୀକ୍ଷା ପରେ ୭ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ଓ ସମସ୍ତେ ଖୁସି ଖବର ପାଇବେ ବୋଲି କହିଥିଲେ ସଚିବ 5T ଭିକେ ପାଣ୍ଡିଆନ ।

ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିବା 5T ସଚିବ ଭିକେ ପାଣ୍ଡିଆନ ଏହି ଦୁଇ ଦିନରେ ଜିଲ୍ଲାରେ ବିଭିନ୍ନ ବ୍ଲକ, ଏନ୍‌ଏସି ଅଞ୍ଚଳ ଓ ମନ୍ଦିର ବୁଲିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ସେହିପରି ବିଭିନ୍ନ ବିଭାଗର ଅଧିକାରୀ, କଲେଜ ଅଧିକାରୀ ଓ ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ମିଶି ଆଲୋଚନା କରିଥିଲେ ଏବଂ ସେମାନଙ୍କର ସମସ୍ୟା ସବୁ ଶୁଣିଥିଲେ । ତେବେ ଆଜି ଦ୍ବିତୀୟ ତଥା ଶେଷ ଦିନରେ ସକାଳୁ ସେ ବଲାଙ୍ଗୀର ସହରସ୍ଥିତ ମା' ସମଲେଇ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିଥିଲେ । ମା' ସମଲେଇ ମନ୍ଦିର କମିଟି ସହ ସବିଶେଷ ଆଲୋଚନା କରିଥିଲେ ଏବଂ ଖୁବଶୀଘ୍ର ସମଲେଇ ପୀଠର ରୂପାନ୍ତର କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ । ସେହିପରି ଆଜି ଲୋଇସିଂହା ବ୍ଲକ ଯୋଗୀସୁରଡ଼ା ଶୈବପୀଠକୁ ମଧ୍ୟ ଗସ୍ତ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ସେଠାରେ ଭଗବାନଙ୍କ ଦର୍ଶନ କରିବା ସହ ସେଠିକାର ମନ୍ଦିର କମିଟି ସହ ଆଲୋଚନା କରିଥିଲେ । ଏହି ଶୈବପୀଠର ବିକାଶ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ଲୋଇସିଂହାଠାରେ ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ଅଭିଯୋଗ ଓ ଦାବି ଉପରେ ୭ ଦିନ ମଧ୍ୟରେ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ 5T ସଚିବ ।

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ପାଣ୍ଡିଆନ, ବଦଳିବ ଜିଲ୍ଲାର ସବୁ କଲେଜର ରୂପରେଖ

ଏହାପରେ ସେ ବଲାଙ୍ଗୀର ସାଂସ୍କୃତିକ ପଡିଆ କୋଶଳ କଳା ମଣ୍ଡଳଠାରେ ମଧ୍ୟ ଏକ ଅଭିଯୋଗ ଶୁଣାଣି ସଭାରେ ଯୋଗଦେଇ ବଲାଙ୍ଗୀର ପୌରାଞ୍ଚଳବାସୀଙ୍କ ଅଭିଯୋଗ ଓ ଦାବି ଗ୍ରହଣ କରିଥିଲେ । ଏହାଛଡ଼ା ସେ ବଲାଙ୍ଗୀର ଲୋୟର ଶୁକତେଲ ପ୍ରକଳ୍ପ ବୁଲି ସେଠିକାର ପ୍ରକଳ୍ପ କାର୍ଯ୍ୟ ଓ ବିସ୍ଥାପିତ ଲୋକଙ୍କ କଥା ବୁଝିଥିଲେ । ସେହିପରି ସେ ବଲାଙ୍ଗୀର ଚଉଷଠି ଯୋଗିନୀ ରାଣୀ ପୁର ଖରିଆଲ ଯାଇ ସେଠିକାର କମିଟି ଓ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତେବେ 5T ସଚିବ ଭିକେ ପଣ୍ଡିଆନଙ୍କ ଏହି ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ସୁରକ୍ଷା ଦୃଷ୍ଟିରୁ ସବୁଠି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ତାଙ୍କ ଗସ୍ତରେ ଦୁଇ ଦିନ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମଧ୍ୟ ବେଶ ଚଳଚଞ୍ଚଳ ହୋଇଥିଲା । ତେବେ କିଛି ସ୍ଥାନରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ବିରୋଧ ମଧ୍ୟ କରାଯାଇଥିଲା । ସେପଟେ ତାଙ୍କ ଗସ୍ତ ପରେ ଜିଲ୍ଲାବାସୀଙ୍କର ବିଭିନ୍ନ ଦାବି ଓ ଅଭିଯୋଗ ଉପରେ ସରକାର ପଦକ୍ଷେପ ନେବେ ନା ପ୍ରତିଶ୍ରୁତିରେ ତାହା ସୀମିତ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.