ETV Bharat / state

5ଟି ପ୍ରଭାବ: ଅଣ୍ଡା କୁକୁଡ଼ା ଲାଞ୍ଚ ମାଗି ଏଏସଆଇ ନିଲମ୍ବିତ - ଓଡିଶାରେ 5ଟି ପ୍ରଭାବ

ଏତଲାକରୀଙ୍କୁ କୁକୁଡା ଓ ଅଣ୍ଡା ଲାଞ୍ଚ ମାଗି ନିଲମ୍ବିତ ହେଲେ ବଲାଙ୍ଗିର ସଇଁତଳା ଥାନା ଏଏସଆଇ ଜଗଦୀଶ ମହାନନ୍ଦ ।

ଅଣ୍ଡା କୁକୁଡ଼ା ଲଞ୍ଚ ମାଗି ଏଏସଆଇ ନିଲମ୍ବିତ
author img

By

Published : Oct 5, 2019, 6:25 AM IST

Updated : Oct 5, 2019, 4:05 PM IST

ବଲାଙ୍ଗୀର: ଲାଞ୍ଚ ମାଗି ନିଲମ୍ବିତ ହେଲେ ବଲାଙ୍ଗୀର ସଇଁତଳା ଥାନା ଏଏସଆଇ । ମୋ ସରକାର କାର୍ଯ୍ୟକ୍ରମରେ ତଦନ୍ତ କରି ନିଲମ୍ବନ କଲେ ଏସପି । ଏତଲାକରୀଙ୍କୁ କୁକୁଡା ଓ ଅଣ୍ଡା ଲାଞ୍ଚ ମାଗିଥିଲେ ଜଗଦୀଶ ମହାନନ୍ଦ ।

ଅଣ୍ଡା କୁକୁଡ଼ା ଲଞ୍ଚ ମାଗି ଏଏସଆଇ ନିଲମ୍ବିତ

ବଲାଙ୍ଗୀର ସଇଁତଳା ଥାନାରେ ଏହି ଘଟଣାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି । ଦୁଇ ଦିନ ତଳେ ସଇଁତଳାର ଅଣ୍ଡା ଦୋକାନ କରିଥିବା ଆଶିଷ ସାହୁଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କର ଝଗଡ଼ା ହୋଇଥିଲା । ଯାହାକୁ ନେଇ ଦୁଇ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ମାମଲାର ଦାୟିତ୍ଵରେ ଥିବା ପୋଲିସ ଏଏସଆଇ ମାମଲା ରୁଜୁ କରିବା ପାଇଁ ଅଣ୍ଡା ଦୋକାନୀ ଆଶିଷ ସାହୁଙ୍କୁ ଅଣ୍ଡା ଓ କୁକୁଡା ଲାଞ୍ଚ ମାଗିଥିବାର ଅଭିଯୋଗ ହୋଇଥିଲା ।

ସେପଟେ 5 ଟି ମୋ ସରକାର ଯୋଜନାରେ ଆଶିଷ ପାଖକୁ ଫୋନ ଆସିଥିବା ବେଳେ ଆଶିଷ ଏହି ଅଭିଯୋଗ କରିଥିଲେ । ଯାହାପରେ ବଲାଙ୍ଗୀର ଏସପି ପଦକ୍ଷେପ ନେଇ ସଂପୃକ୍ତ ଅଭିଯୁକ୍ତ ଏଏସଆଇ ଜଗଦୀଶ ମହାନନ୍ଦଙ୍କୁ ନିଲମ୍ବନ କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହୋଇଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏହା ଏକ ଶିକ୍ଷା ବୋଲି ସବୁଠି କୁହାଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:5 ଟି ପ୍ରଭାବ ଅଣ୍ଡା କୁକୁଡ଼ା ଲଂଚ ମାଗି ପୋଲିସ ଏ ଏ ସ ଆଇ ହେଲେ ନିଲମ୍ବିତ।Body:ବଲାଙ୍ଗୀର ର ଜଣେ ପୋଲିସ ଏ ଏ ସ ଆଇ ଅଣ୍ଡା କୁକୁଡା ଲଂଚ ମାଗି ନିଲମ୍ବିତ ହୋଇଛନ୍ତି । ବଲାଙ୍ଗୀର ସଇଁତଳା ଥାନା ର ଏହି ଘଟଣା ହୋଇଥିବା ବେଳେ ଏବେ ଏହା ଖୁବ୍ ଚର୍ଚ୍ଚାରେ ରହିଛି। ଦୁଇ ଦିନ ତଳେ ସଇଁତଳା ର ଅଣ୍ଡା ଦୋକାନ କରିଥିବା ଆଶିଷ ସାହୁଙ୍କ ଜଣଙ୍କର ଝଗଡ଼ା ହୋଇଥିଲା । ଯାହାକୁ ନେଇ ଦୁଇ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ମାମଲାର ଦାୟିତ୍ଵରେ ଥିବା ପୋଲିସ ଏ ଏସ୍ ଆଇ କେଶ୍ ରୁଜୁ କରିବା ପାଇଁ ଅଣ୍ଡା ଦୋକାନୀ ଆଶିଷ ସାହୁଙ୍କୁ ଅଣ୍ଡା ଓ କୁକୁଡା ଲଂଚ ମାଗିଥିବା ର ଅଭିଯୋଗ ହୋଇଥିଲା । ସେପଟେ 5 ଟି ମୋ ସରକାର ଯୋଜନାରେ ଆଶିଷ ପାଖକୁ ଫୋନ ଆସିଥିବା ବେଳେ ଆଶିଷ ଏହି ଅଭି ଯୋଗ କରିଥିଲେ । ଯହାପରେ ବଲାଙ୍ଗୀର ଏସ ପି ପଦକ୍ଷେପ ନେଇ ସଂପୃକ୍ତ ଅଭିଯୁକ୍ତ ଏ ଏସ ଆଇ ଜଗଦୀଶ ମହାନନ୍ଦ ଙ୍କୁ ପ୍ରଥମେ ସଇଁତଳା ଥାନାରୁ ଅପସାରିତ୍ କରିବା ପରେ ଆଜି ତାଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏହି ଘଟଣା କୁ ନେଇ ଏବେ ସବୁଠି ଚର୍ଚା ହୋଇଥିବା ବେଳେ ଦୁର୍ନୀିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏହା ଏକ ଶିକ୍ଷା ବୋଲି ସବୁଠି କୁହା ଯାଇଛି । Conclusion:
Last Updated : Oct 5, 2019, 4:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.