ETV Bharat / state

ଶୀତଳ ଷଷ୍ଠୀ ଯାତ୍ରାରେ ପ୍ରବଳ ଭିଡ, ୨ ଘଣ୍ଟାରେ ଚୋରି ହେଲା ୫୫ ମୋବାଇଲ - ୨ ଘଣ୍ଟାରେ ୫୫ ମୋବାଇଲ ଚୋରି

ବଲାଙ୍ଗୀରରେ ଶୀତଳ ଷଷ୍ଠୀ ପାଇଁ ପ୍ରବଳ ଭିଡ଼ । ଏହାରି ମଧ୍ୟରେ ପୋଲିସ ନିକଟକୁ ମାତ୍ର ୨ ଘଣ୍ଟାରେ ଆସିଛି ୫୫ ମୋବାଇଲ ଚୋରି ଅଭିଯୋଗ । ଅଧିକ ପଢନ୍ତୁ

55 Mobile stolen FIR within 2 hours filed in balangir sitalasasthi yatra time
ଶୀତଳ ଷଷ୍ଠୀ ଯାତ୍ରାରେ ପ୍ରବଳ ଭିଡ, ୨ ଘଣ୍ଟାରେ ଚୋରି ହେଲା ୫୫ ମୋବାଇଲ
author img

By

Published : Jun 6, 2022, 2:53 PM IST

ବଲାଙ୍ଗୀର: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସହରରେ ଜମିଛି ପ୍ରବଳ ଭିଡ଼ । ଏହାରି ମଧ୍ୟରେ ଲୁଟ୍‌ ଛିନତାଇର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଲୋକଙ୍କ ଗହଳିର ଫାଇଦା ନେଇ ଲୁଟେରମାନେ ମଧ୍ୟ ମାତିଛନ୍ତି । ମାତ୍ର ୨ ଘଣ୍ଟାରେ ସହରରେ ପ୍ରାୟ ୫୫ଟି ମୋବାଇଲ ଚୋରି ହୋଇଥିବା ପୋଲିସ କହିଛି । ବଲାଙ୍ଗୀର ସହର ମଧ୍ୟରେ ୫ଟି ଶୀତଳ ଷଷ୍ଠୀ କମିଟି ଏହି ଯାତ୍ରାର ଆୟୋଜନ କରିଛନ୍ତି । ଏଥିପାଇଁ ମୀନା ବଜାର, ପଲ୍ଲିଶ୍ରୀ ମେଳା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ଲୋକଙ୍କ ଏଥିରେ ପ୍ରବଳ ଭିଡ଼ ମଧ୍ୟ ଜମିଛି ।

ଶୀତଳ ଷଷ୍ଠୀ ଯାତ୍ରାରେ ପ୍ରବଳ ଭିଡ, ୨ ଘଣ୍ଟାରେ ଚୋରି ହେଲା ୫୫ ମୋବାଇଲ

ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଛିନତାଇ କରୁଥିବାର ଅଭିଯୋଗ ହୋଇଛି । ମାତ୍ର ଦୁଇ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଟାଉନ ପୋଲିସ ପାଖରେ ୫୫ଟି ମୋବାଇଲ ଚୋରିର ଅଭିଯୋଗ ଆସିଛି । ଯାହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ନିଜର ମୂଲ୍ୟବାନ ଜିନିଷ ପ୍ରତି ଲୋକମାନେ ସଚେତନ ରହିବାକୁ ପୋଲିସ ଅପିଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.